ବିଲକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବେ ନବୀନ

ଭୁବନେଶ୍ବର: ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଚାଷ । ସାରା ରାଜ୍ୟରେ ଚାଷୀକୂଳ ହତାଶାରେ ଦିନ କାଟୁଛନ୍ତି । ଗୋଟିଏ ପଟେ ପରିବାର ପେଟକୁ ଦାନା ଦେବାର ଚିନ୍ତା । ଅନ୍ୟପଟେ ଚାଷ ପାଇଁ କରିଥିବା ଧାରକରଜ ଓ ଋଣ ଶୁଝିବା ଚିନ୍ତା । ଏମିତି ସ୍ଥିତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆତ୍ମହତ୍ୟା କରିବାର ଅଭିଯୋଗ ଆସିବାରେ ଲାଗିଛି । ହେଲେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବା ଭଳି ମନେ ହେଉନି । ଅମଳ ହେବାକୁ ଥିବା ଫସଲ ବର୍ଷା ପାଣିରେ ଭାସୁଥିବା ବେଳେ ସରକାର ଚିନ୍ତିତ ଥିବା ପରି ଲାଗୁନାହାନ୍ତି । ଏମିତି ସ୍ଥିତିରେ ଚାଷୀଙ୍କ ପାଇଁ ଆଗକୁ ବାହାରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଲକୁ ଯାଇ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବେ ନବୀନ । ଏହାସହ ସେ ଚାଷୀଙ୍କ ସହ ଆଲୋଚନା କରିବେ । ଆସନ୍ତା ଡିସେମ୍ବର ୩୦ ତାରିଖରେ ନବୀନ ଗଞ୍ଜାମ ଗସ୍ତରେ ଯିବେ । ଏହି ଦିନ ସେ ବିଲକୁ ଯାଇ କ୍ଷୟକ୍ଷତି ସମୀକ୍ଷା କରିବେ । ସେହିଠାରେ ଚାଷୀଙ୍କ ସହ ଆଲୋଚନା ମଧ୍ୟ କରିବେ । ଉକ୍ତ ଦିନ ନବୀନଙ୍କ କବିସୂର୍ଯ୍ୟନଗର, ଆସିକା ଓ ହିଞ୍ଜିଳିରେ କାର୍ଯ୍ୟକ୍ରମ ରହିଛି । ସେଠାରେ ସେ କ୍ଷୟକ୍ଷତିର ସମୀକ୍ଷା କରିବା ସହ ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ