ରାଜ୍ୟରେ ବଢ଼ିଯାଇଛି ତାତି

ଭୁବନେଶ୍ୱର,:ରାଜ୍ୟରେ ତାତି ଅଚାନକ ବଢ଼ିଯାଇଛି । ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓଗୁଳୁଗୁଳି ହେଉଛି । ଗୁରୁବାର ଦୁଇ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଯାଇଛି। ଅଧିକାଂଶ ସ୍ଥାନର ତାପମାତ୍ରା୩୮-୩୯ ଡିଗ୍ରୀ ପାଖାପାଖି ରହିଛି । ଆର୍ଦ୍ରତା ଅଧିକ ହେବା ଯୋଗୁ, ଗୁଳୁଗୁଳି ନାକେଦମ କରୁଛି । ଆସନ୍ତା ତିନି ଦିନ ଏଭଳିସ୍ଥିତି ଲାଗି ରହିବ ବୋଲି ପାଣିପାଗବିଭାଗ ଆକଳନ କରିଛି । ଆସନ୍ତା ୪ତାରିଖ ଯାଏ ରାଜ୍ୟରେ ଅଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ଆର୍ଦ୍ରତା ଅଧିକ ରହିବାରୁ ଗୁଳୁଗୁଳି ରହିବ । ଶୁକ୍ରବାର ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା ଓ ଜଗତସିଂହପୁରର କିଛିସ୍ଥାନରେ ଗରମ ଓ ଗୁଳୁଗୁଳି ରହିପାରେ ।୪ ତାରିଖରେ ବି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଗରମ ଓ ଗୁଳୁଗୁଳି ରହିବ । ଶୁକ୍ରବାର ଟିଟିଲାଗଡ଼ରେ ତାତି ୪୧ ଡିଗ୍ରୀ ଛୁଇଁପାରେ । ବଲାଙ୍ଗୀର, ସୋନପୁର ଓ ଭବାନୀପାଟଣାରେ ୪୦ ଡିଗ୍ରୀ ରହିପାରେ । ଶନିବାର ( ୪ ତାରିଖରେ) ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ ଛୁଇଁବାର ଆଶଙ୍କା ଅଛି । ଟିଟିଲାଗଡ଼, ଭବାନୀପାଟଣା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼ ଓ ରାଉରକେଲାରେ ପ୍ରବଳ ତାତି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି ।
ଗୁରୁବାର ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଝାରସୁଗୁଡ଼ାରେ ୪୦.୬ ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ରେକର୍ଡ ହୋଇଛି । ତାଳଚେରରେ ୩୯.୫, ହୀରାକୁଦ ଓ ସୋନପୁରରେ ୩୯.୨, ଅନୁଗୁଳରେ ୩୯.୧, ବଲାଙ୍ଗୀର ଓ ଭଦ୍ରକରେ ୩୯ ଡିଗ୍ରୀ ରେକର୍ଡ ହୋଇଥିଲା । ସକାଳ ୮ଟାରୁ ଟାଣ ଖରା ମାଡ଼ି ଆସିଥିଲା । ସକାଳ ସାଢ଼େ ୮ଟାରେ ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୭୦ ଓ ୮୦ ପାର୍ କରିଥିଲା । ଦିନ ୧୦ଟା ବେଳେ ଦ୍ୱିପ୍ରହର ଭଳି ତାତି ଅନୁଭବ ହେଉଥିଲା । ସକାଳୁ ବୌଦ୍ଧରେ ଆର୍ଦ୍ରତା ୯୧ ଛୁଇଁଥିଲା । ଖୋର୍ଦ୍ଧାରେ ୮୭, ଜଗତସିଂହପୁରରେ ୮୫, ତାଳଚେରରେ ୮୭, ପାରଳାଖେମୁଣ୍ଡି ଓ ନୟାଗଡ଼ରେ ୮୨ ରହିଥିଲା । ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଭୀଷଣ ଗୁଳୁଗୁଳି ଅନୁଭବ ହୋଇଥିଲା ।

ଆସନ୍ତା ୪ ତାରିଖରୁ ୧୦ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ଅଛି । ୪ ଓ ୫ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୬ରୁ ୧୦ ତାରିଖ ଯାଏ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ । ୬ ଓ ୭ ତାରିଖରେ ଅଧିକ ବର୍ଷା ଆଶଙ୍କା ଅଛି ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି ।

୫ ତାରିଖରେ କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ କାଳବୈଶାଖୀ ପ୍ରଭାବରୁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ବି ଅଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

୬ ତାରିଖରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ଝଡ଼ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବି ବହିବାର ସମ୍ଭାବନା ଅଛି । ୭ ଓ ୮ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ