କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର:କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ ସମସ୍ତ ସୁବିଧା ସୁଯୋଗ ପାଇବେ। ନିୟମିତ କର୍ମଚାରୀ ଲେଭଲ୍‌-ଭି (ଏ) ଦରମା ପିଛିଲା ଭାବେ ଅର୍ଥାତ୍‌ ଗତ ଜାନୁଆରୀ ୧ରୁ ପାଇବେ। ସେହିପରି ଚାକିରିରେ ଯୋଗଦେବା ଦିନରୁ ସେମାନଙ୍କୁ ନିୟମିତ ଭାବେ ଗଣନା କରାଯିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟର ପ୍ରାୟ ୧୩ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ଉପକୃତ ହେବେ। ସୂଚନାଯୋଗ୍ୟ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ପ୍ରାୟ ୬ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମାତ୍ର ନିୟମିତ ବିଜ୍ଞପ୍ତି ପ୍ରକାଶ ପାଉ ନ ଥିବାରୁ ଗତ ୨୨ ତାରିଖରେ ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଥିଲେ। ୨୩ ତାରିଖରେ ସେମାନଙ୍କୁ ନିୟମିତ କରାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ।

  • Related Posts

    ଜେନ୍‌-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ବାହ୍ୟଶକ୍ତିରୁ ଦୂରେଇ ରୁହ

    ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ତ୍ରିରଙ୍ଗା ଅଭିଯାନ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ…

    Continue reading
    ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି

    ଭୁବନେଶ୍ବର : ପାର୍ବଣ ପୂର୍ବରୁ ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି। ଗତ ମାସକ ମଧ୍ୟରେ ଚିନି ଦର କ୍ବିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଦିଲ୍ଲୀରେ କିଲୋଗ୍ରାମ ପିଛା ଚିନି ଦର ୪୯ ଟଙ୍କାରେ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ