ଦୁଷ୍କର୍ମ ପୀଡ଼ିତା ଘୁଙ୍ଗୁର ମିଶ୍ରଙ୍କୁ ନ୍ୟାୟ ପ୍ରଦାନରେ ସରକାର ବିଫଳ: ବିଜେଡି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨୦୨୫ ଜୁନ୍ ମାସରେ ଘୁଙ୍ଗୁର ମିଶ୍ର ନାମକ ଜଣେ ମହିଳାଙ୍କ ସହତି ହୋଇଥିବା ଦୁଷ୍କର୍ମ ଘଟଣାକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ପୀଡ଼ିତା ଜଣକ ନ୍ୟାୟ ପାଇବା ପାଇଁ ବାରମ୍ବାର ପୋଲିସ୍ର ଦ୍ୱାରସ୍ଥ ହୋଇ ନିରାଶ ହୋଇଥିଲେ । ପୋଲିସ୍ ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କୁ ଶୋଷଣ କରିବା ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜୁ ଜନତା ଦଳ ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ ଓ ବିଜୁ ଯୁବ ଜନତା ଦଳର ମହାସଚିବ ସୋଫିଆ ଆଲାମ ରାଜ୍ୟରେ ଦୁଷ୍କର୍ମ ଘଟଣା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ପୋଲିସ୍ ପ୍ରଶାସନର ଅପରାଗ ପଣିଆ ପାଇଁ ପୀଡ଼ିତା ନ୍ୟାୟ ପାଇବା ପରିବର୍ତ୍ତେ, ଶୋଷଣର ଶିକାର ହେବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଛି । ରାଜ୍ୟରେ ପୋଲିସ୍ ପ୍ରଶାସନ ମହିଳାଙ୍କୁ ନ୍ୟାୟ ପ୍ରଦାନରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କହିଥିଲେ ।
ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ କହିଥିଲେ, ୨୦୨୫ ମସିହାରେ ଦୁଷ୍କର୍ମର ଶିକାର ହୋଇଥିବା ଘୁଙ୍ଗୁର ମିଶ୍ରଙ୍କ ପାଖରୁ ଭରତପୁର ଥାନାର ଏସ୍ଆଇ ପାର୍ଥସାରଥୀ ସ୍ୱାଇଁ, ଗଙ୍ଗାଧର ରାହୁଳ, କନଷ୍ଟେବଲ ସର୍ବେଶ୍ୱର ଦାସ ଓ ଆର ସତୀଶ ରାଓ ତଦନ୍ତ ଆଳରେ ତାଙ୍କ ଠାରୁ ଟଙ୍କା ନେବା ସହ ଆସାମୀକୁ ଧରିବା ବାହାନରେ ବିମାନ ଯାତ୍ରା କରିବା ପାଇଁ ଟିକେଟ ନେଇଥିଲେ । ରାତି ଅଧରେ ବିଭିନ୍ନ ଆଳ ଦେଖାଇ ତାଙ୍କୁ ନେଗେଟିଭ ଫେବର ମାଗିଥିଲେ । ଏ ସମସ୍ତ ଘଟଣାରୁ ଜଣାପଡୁଛି ପୋଲିସ୍ ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଶୋଷଣ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେଇଛି । ପୋଲିସ୍ ପାଖରୁ ନିରାଶ ହେବା ପରେ ପୀଡ଼ିତା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଗୁହାରି କରିଥିଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ । ଏହି ଘଟଣାରେ ପୋଲିସ୍ ଡିଜି ଅବଗତ ଅଛନ୍ତି କି ନାହିଁ, ସେନେଇ ସନେ୍ଦହ ସୃଷ୍ଟି ହୋଇଛି । ଶେଷରେ ବାଧ୍ୟ ହୋଇ ଘୁଙ୍ଗୁର ମିଶ୍ର ଗଣମାଧ୍ୟମ ସମ୍ମୁଖରେ ନିର୍ଯାତନାର କାହାଣୀ ବଖାଣିଥିଲେ । ଗଣମାଧ୍ୟମରେ ମୁହଁ ଖୋଲିବା ପରେ ତାଙ୍କୁ ଅଜଣା ନମ୍ବରରୁ ହତ୍ୟା ଧମକ ମିଳୁଛି । ପୀଡ଼ିତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବା ସହ ଏହି ଘଟଣାରେ ସମ୍ପୃକ୍ତ ପୋଲିସ୍ ଅଧିକାରୀ ମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଉ । ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜୁ ଜନତା ଦଳ ଦାବି କରୁଛି । ପୀଡ଼ିତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଏ ଲଢ଼େଇ ଜାରି ରଖିବ ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ