କୋରାପୁଟ,୦୫/୦୪/୨୦୨୬: କୋରାପୁଟ ଜିଲ୍ଲାରେ ଗତ ଶନିବାର ରାତି ୧୧.୩୧ ଘଣ୍ଟା ସମୟରେ ୪.୪ ତୀବ୍ରତାରେ ଏକ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ କୋରାପୁଟ, ସୁନାବେଢ଼ା, ସେମିଳିଗୁଡା, ପଟାଙ୍ଗି, ନନ୍ଦପୁର, ଦାମନଜୋଡି, ଲମତାପୁଟ , ଜୟପୁର , ବୈପାରୀଗୁଡା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ କୋଠା ସହ ଜିନିଷ ପତ୍ର ଗୁଡିକ ଦୋହଲି ଥିଲା। ହଠାତ୍ ପ୍ରଚଣ୍ଡ ଶବ୍ଦସହ କମ୍ପନ ହେବାରୁ ଲୋକେ ଆତଙ୍କିତ ହୋଇ ଘର ଛାଡି ବାହାରକୁ ଚାଲି ଆସିଥିଲେ। କେନ୍ଦ୍ର ସ୍ଥଳ ସୁନାବେଡାରୁ ପ୍ରାୟ ୩୩ କିମି ଦକ୍ଷିଣ ପଶ୍ଚିମ ଦିଗରେ ରହିଥିଲା କୋରାପୁଟ ସମେତ ଆନ୍ଧ୍ରର ଆରକୁ , ପାଡେରୁ, ପେଡାବାୟାଲୁ ଓ ହୁକମପେଟା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନକେନ୍ଦ୍ରର ସୂଚନା ଅନୁଯାୟୀ ଏହାର କେନ୍ଦ୍ର ସ୍ଥଳ ସୁନାବେଡାରୁ ପ୍ରାୟ ୩୩ କିମି ଦକ୍ଷିଣ ପଶ୍ଚିମ ଦିଗରେ ରହିଥିଲା। ଏହା ଭୂପୃଷ୍ଠ ରୁ ୫ କିମି ଗଭୀରତାରେ ରହିଥିବା ଜଣାପଡିଛି।
ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…



