ଶିକ୍ଷାବର୍ଷ ଆରମ୍ଭରୁ ଝୁଣ୍ଟିଲେଣି ସରକାର: ଶିକ୍ଷାବର୍ଷ ଆରମ୍ଭ କିନ୍ତୁ ଛାତ୍ରଛାତ୍ରୀଙ୍କୁ ମିଳୁନି ବହି କି ପୋଷାକ

ଭୁବନେଶ୍ୱର: ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟରେ ଅନେକ ସ୍କୁଲରେ ଛାତ୍ରଛାତ୍ରୀମାନେ ଏ ପର୍ଯନ୍ତ୍ୟ ପାଠ୍ୟପୁସ୍ତକ କିମ୍ବା ପୋଷାକ ପାଇପାରିନାହାନ୍ତି । ବହି ଅଭାବରୁ ପାଠପଢ଼ା ଆରମ୍ଭ ହୋଇପାରିଲା ନାହିଁ । ପୋଷାକ ବିନା ମଧ୍ୟ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଇପାରୁ ନାହାନ୍ତି । କିନ୍ତୁ ସରକାର ଉତ୍ସବରେ ମାତିଛନ୍ତି । “ପ୍ରବେଶ ଉତ୍ସବ” ଓ “ଖଡ଼ିଛୁଆଁ ଉତ୍ସବ” ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ଶିକ୍ଷାବିଭାଗର ଅଧିକାରୀମାନେ ଉତ୍ସବମୁଖରିତ ହୋଇପଡ଼ିଛନ୍ତି । ଏହା ବାସ୍ତବ ଶିକ୍ଷା ବ୍ୟବସ୍ଥାର ଏକ ବିକଳ ଚିତ୍ର ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପ୍ରବକ୍ତା କୃଷ୍ଣଚନ୍ଦ୍ର ପତି ଏ ବିଷୟରେ ନିଜର ମତପୋଷଣ କରି ଉଦାହରଣ ଛଳରେ କହିଲେ କି ଆଜି ରାଜ୍ୟରେ ଶିକ୍ଷାର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ହୋଇଛି – ଯେପରି ଭାବରେ ଶ୍ରେଣୀ ଗୃହର ଅଭାବ, ଶିକ୍ଷକଙ୍କର ଅଭାବ, ବିଦ୍ୟୁତ ସଂଯୋଗର ଅଭାବ, ପିଇବାପାଣିର ଓ ଶୌଚାଳୟର ଅଭାବ ଦର୍ଶାଉଛି ଯେ ସରକାର ଛାତ୍ରଛାତ୍ରୀମାନଙ୍କୁ ନିତ୍ୟାବଶକୀୟ ମୌଳିକ ସୁବିଧା ଯୋଗାଇବାରେ କିଭଳି ବିଫଳ ହୋଇଛନ୍ତି । ଶ୍ରୀ ପତି ଆହୁରି ମଧ୍ୟ କହିଲେ ଯେ ଗତ ଶିକ୍ଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୧୫ ହଜାରରୁ ଉଦ୍ଧ୍ୱ ଛାତ୍ରଛାତ୍ରୀ ଫର୍ମଫିଲପ୍ କରିମଧ୍ୟ ପରୀକ୍ଷା ଦେବାରୁ ଅନୁପସ୍ଥିତ ରହିଥିଲେ । ଏହା ହେଉଛି ସରକାରୀ ତଥ୍ୟ କିନ୍ତୁ ବାସ୍ତବ ତଥ୍ୟ ଏହାଠାରୁ ଭିନ୍ନ । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ସ୍କୁଲ ଡ୍ରପଆଉଟ୍ ହାରକୁ ନେଇ ସରକାର ରଖୁଥିବା ତଥ୍ୟ ଏବଂ ବାସ୍ତବ ଚିତ୍ର ମଧ୍ୟରେ ଅନେକ ପାର୍ଥକ୍ୟ ରହୁଛି । ସେ କହିଲେ ଶିକ୍ଷା ଅଧିକାର ଆଇନ ଦ୍ୱାରା ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପୁସ୍ତକ ଓ ପୋଷାକ ବଣ୍ଟନର ବ୍ୟବସ୍ଥା ଥିଲେ ମଧ୍ୟ ଗତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ଆରମ୍ଭରୁ ୬ ମାସ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ ଓ ବୋର୍ଡ ପରୀକ୍ଷା ପର୍ଯ୍ୟନ୍ତ ପୋଷାକ ପାଇପାରିଲେ ନାହିଁ । ରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ୭୦୦ ଟଙ୍କାର ବହିପତ୍ର ୭୦୦୦ ରେ ବିକ୍ରୀ ହେବା ଦୁର୍ଭାଗ୍ୟଜନକ ଓ ଏସବୁ ଜାଣି ମଧ୍ୟ ସରକାର ଆଖିବୁଜି ଦେବା କେଉଁଠି ନା କେଉଁଠି ଘରୋଇ ଶିକ୍ଷାନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଦର୍ଶାଉଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ଅନ୍ୟତମ ମୁଖପାତ୍ର ଡଃ ଦେବାଶିଷ ଭୂୟାଁ କହିଲେ ଯେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ଆଦିବାସୀ ନେତା, ତେଣୁ ସେ ଖଡ଼ିଛୁଆଁ ଉତ୍ସବ ଗତବର୍ଷ ଭଳି ଏବର୍ଷ ମଧ୍ୟ ଭୁବନେଶ୍ୱରରେ ନକରି ତା ବଦଳରେ ରାଜ୍ୟର ଅନ୍ୟ କୌଣସି ଆଦିବାସୀ ବହୁଳ ଜିଲ୍ଲାରେ ଏ ଉତ୍ସବଟି କରିଥିଲେ ଭଲ ହୋଇଥାନ୍ତା । ତାଙ୍କର ଭୁବନେଶ୍ୱରରେ ଏ କାର୍ଯ୍ୟକ୍ରମ ଦର୍ଶାଉଛି ଯେ ଏପର୍ଯ୍ୟନ୍ତ ଉପାନ୍ତ ଅଞ୍ଚଳରେ ଥିବା ଆଦିବାସୀ ଜିଲ୍ଲା ଗୁଡ଼ିକରେ ପାଠ୍ୟପୁସ୍ତକ ପହଞ୍ôଚ ପାରିନାହିଁ । ଆଜି ଯେଉଁ ଶିକ୍ଷା ସଚେତନତା ରଥକୁ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କଲେ ସେଥିରେ ଲେଖାଅଛି ବିକଶିତ ଛାତ୍ର-ବିକଶିତ ଓଡ଼ିଶା । ତେଣୁ ବିନା ପୁସ୍ତକରେ କିଭଳି ଛାତ୍ରଛାତ୍ରୀମାନଙ୍କର ବିକାଶ ହେବ ସେ ବିଷୟରେ ଶ୍ରୀ ଭୂୟାଁ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ଆଦର୍ଶ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ôଚପାରି ନାହିଁ । ଆହୁରି ମଧ୍ୟ ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରଜ୍ଜୁଜ୍ୟ ପୁସ୍ତକ ଏପର୍ଯ୍ୟନ୍ତ ବୁକଷ୍ଟୋର ମାନଙ୍କରେ ଉପଲବ୍ଧ ହୋଇନାହିଁ । ତେଣୁ ଚଳିତ ବର୍ଷ ସିବିଏସଇ ବୋର୍ଡ ଓ ରାଜ୍ୟବୋର୍ଡ ଅଧିନରେ ମାଟ୍ରିକ ପରୀକ୍ଷା ଦେବାପାଇଁ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏପର୍ଯ୍ୟନ୍ତ ବହି ଖୋଲାବଜାରରୁ କିଣିପାରୁ ନାହାନ୍ତି, ଯଦିଓ ସେମାନଙ୍କର କ୍ଲାସ ଗତ ୧୫ ଦିନ ତଳୁ ଆରମ୍ଭ ହେଲାଣି । ଏକଥା ଦର୍ଶାଉଛି ଏହି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହିତ ସରକାର ପ୍ରତାରଣା କରୁଛନ୍ତି । ଉଚ୍ଚଶିକ୍ଷା ପରିଷଦର ସ୍ଥାୟୀ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ଏପର୍ଯନ୍ତ ହୋଇନଥିବାରୁ ଉଭୟ ଡଃ ଭୂୟାଁ ଓ ଶ୍ରୀ ପତି ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଓ ସରକାରଙ୍କୁ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅଭୟ ସାହୁ ଉପସ୍ଥିତ ଥିଲେ ।

  • Related Posts

    ସର୍ଭେ ରିପୋର୍ଟ :ତାମିଲନାଡୁରେ ପୁଣି ଥରେ ବାଜି ମାରିବ ଡିଏମ୍‌କେ ମେଣ୍ଟ

    ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଅନୁଷ୍ଠିତ ହେବ ଭୋଟ୍ ଗ୍ରହଣ। ତା’ପୂର୍ବରୁ ଆସିଥିବା ଦୁଇଟି ସର୍ଭେ ରିପୋର୍ଟ କହୁଛି ଯେ ପୁଣି ଥରେ ବାଜି ମାରିବ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମ୍‌କେ ମେଣ୍ଟ। ଲୋକ୍ ପୋଲ୍‌…

    Continue reading
    ଆଜି ଆସାମ ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆସାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସାମର ଜୋରହାଟ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୋନାରି ଓ ମରିୟାନି ବିଧାନସଭା କ୍ଷେତ୍ରରେ ଦୁଇ ଦିନ ଧରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ । ରବିବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ