ରାଜଧାନୀରେ ହଣାକଟା

ଭୁବନେଶ୍ୱର: ରାଜଧାନୀରେ ଅସାମାଜିକଙ୍କ ଆତଙ୍କରାଜ । ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା । ଭୁବନେଶ୍ବରରେ ହଣାକଟା । ରାତିରେ ଘରକୁ ଫେରୁଥିବା ବେଳେ ଗାଙ୍ଗୁରାମ ମିଠା ଦୋକାନୀ ମିସ୍ତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । କିଛି ଦୁର୍ବୃତ୍ତ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି ।ଖବର ଅନୁଯାୟୀ, ଏହି ଘଟଣା ୟୁନିଟ-4 MLA କଲୋନୀ ନିକଟରେ ହୋଇଛି । ମିଠା ଦୋକାନରେ କାମ କରୁଥିବା ମିସ୍ତ୍ରୀ ବୁଦ୍ଧଦେବ ଭୂୟାଁ ବିଳମ୍ବିତ ରାତିରେ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଥିଲେ । ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ବଚସା ହୋଇଥିଲା । ପରେ ତାଙ୍କୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ୪ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଚୋଟ ମାରିଥିଲେ । ତେବେ ବୁଦ୍ଧଦେବଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

​​​​​​ତେବେ ବୁଦ୍ଧଦେବଙ୍କୁ କିଏ ଓ କାହିଁକି ଆକ୍ରମଣ କରିଲା ତାହାର କାରଣ ଆସ୍ପଷ୍ଟ ରହିଛି । ଅନ୍ୟପଟେ ଖାରବେଳନଗର ଥାନା ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତମାନଙ୍କୁ ଖୋଜୁଛି । ଏହାଛଡ଼ା ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ନେଇ ମଧ୍ୟ ଛାନଭିନ୍ କରୁଛି ।

  • Related Posts

    ନାବାଳିକା ମୃତ୍ୟୁ; ବାପା-ପୁଅ ଅଟକ

    ରାଜନଗର: କେନ୍ଦ୍ରାପଡ଼ା ରାଜନଗର ବଡ଼କୋହ୍ଲା ଗାଁରେ ୭ ବର୍ଷର ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ରାଜନଗର ପୋଲିସ। ଗତକାଲି ବିଳମ୍ବିତ ରାତିରେ ବେଣୁ ଚରଣ ଦାସ ଓ ତାଙ୍କ ପୁଅକୁ ପ୍ରଶାନ୍ତ ଦାସକୁ ପୋଲିସ ଉଠାଇ…

    Continue reading
    କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର

    ରାଜନଗର : କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର। ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ବଡକୋଲହା ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଘର ପାଖ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ନାବାଳିକା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ