ଓଡ଼ିଆ ପକ୍ଷ:ଐତିହ୍ୟ ଗଣଦୌଡ଼

ଭୁବନେଶ୍ୱର: ଓଡ଼ିଆ ପକ୍ଷ ପାଳନର ପଞ୍ଚମ ଦିବସ ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି । ଭୁବନେଶ୍ଵର ମୁକ୍ତେଶ୍ୱର ମନ୍ଦିର ଐତିହ୍ୟ ସ୍ଥଳୀ ନିକଟରୁ ଆରମ୍ଭ ହୋଇଥିଲା ଐତିହ ଗଣଦୌଡ଼ । ମୁକ୍ତେଶ୍ୱର ମନ୍ଦିରରୁ ଆରମ୍ଭ ହୋଇ,ରାମେଶ୍ୱର ମନ୍ଦିର,ବିବେକାନନ୍ଦ ମାର୍ଗ ,ଉତ୍କଳ କନିକା ଗ୍ୟାଲେରିଆ ମଲ୍,ଲୁଇସ୍ ରୋଡ୍, ବିଜେବି କଲେଜ,ରବି ଟକିଜ୍ ଛକ ହୋଇ ରାଜାରାଣୀ ମନ୍ଦିରରେ ସମାପ୍ତ ହୋଇଥିଲା ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏକାମ୍ର ବିଧାୟକ ବାବୁ ସିଂ,ଅଲମ୍ପିଆନ ଅନୁରାଧା ବିଶ୍ୱାଳ,ଅଭିନେତ୍ରୀ ଶିବାନୀ ସଙ୍ଗୀତା ଯୋଗ ଦେଇଥିଲେ ।

ଏହି ଐତିହ୍ୟ ଗଣଦୌଡ ଏକ ବହୁ ବଡ ବାର୍ତ୍ତା ଦେବା ବୋଲି କହିଚନ୍ତି ଏକାମ୍ର ବିଧାୟକ ବାବୁ ସିଂ ।କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ‘ଐତିହ୍ୟ ଗଣଦୌଡ଼’ ଉଦ୍ଦେଶ୍ୟ ହେଉଛି ନିଜ ଅଞ୍ଚଳର କୀର୍ତ୍ତିରାଜି ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ‘ଫିଟ୍ ଇଣ୍ଡିଆ’ ଅଭିଯାନକୁ ପାଥେୟ କରି ସୁସ୍ଥ ଓଡ଼ିଶା ଗଠନ କରିବା। ଆମ ରାଜ୍ୟ ଆଜି ଯେତେବେଳେ ଓଡ଼ିଆ ପକ୍ଷ ପାଳନ କରୁଛି ।

ଏ ଅବସରରେ ଭୁବନେଶ୍ୱର ମୁକ୍ତେଶ୍ୱର ଠାରୁ ରାଜାରାଣୀ ମନ୍ଦିର ପର୍ଯ୍ୟନ୍ତ ।ଐତିହ୍ୟ ଗଣଦୌଡ଼ ଅତୀତ ସ୍ମୃତି କୁ ବହନ କରୁନାହିଁ ବରଂ ବର୍ତ୍ତମାନର କଥାକୁ ଯୁବପିଢ଼ି ଙ୍କ ପାଖରେ ପହଞ୍ଚାଇବା ପାଇଁ । ଏହା ଆମ ପାଇଁ ଏକ ଶ୍ରେଷ୍ଠ ପ୍ରୟାସ । ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡିଶାର ଅସ୍ମିତା କଥା କହି ଯେଉଁ କଥା ଆରମ୍ଭ କରିଛନ୍ତି ସେ କଥାକୁ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଶୀ ସୂରଜ ଆଉ ପାଦେ ଆଗକୁ ନେଇଛନ୍ତି । ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ଆମ କଳା ସଂସ୍କୃତି ଐତିହ୍ୟ କୁ ବିଶ୍ୱ ଦରବାରରେ ପହଞ୍ଚାଇବା କଥା କହିଥିଲେ ଏକାମ୍ର ବିଧାୟକ ବାବୁ ସିଂ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ