ଭୟଙ୍କର ବିମାନ ଦୁର୍ଘଟଣା: , ୧୪୦୦ରୁ ଊର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା। ଲ୍ୟାଣ୍ଡି ବେଳେ କ୍ରାସ ହେଲା ବିମାନ, ଚାଲିଗଲା 150ରୁ ଊର୍ଦ୍ଧ୍ବ ଜୀବନ। ୧୭୫ଜଣ ଯାତ୍ରୀଙ୍କ ସମେତ ୬କ୍ରିୟ୍ୟୁ ମେମ୍ବରଙ୍କୁ ନେଇ ବ୍ୟାଙ୍ଗକ୍‌ ଉଡ଼ାଣ ଭରିଥିଲା ଫ୍ଲାଇଟ୍‌ । ଦକ୍ଷିଣ କୋରିଆର ମୁଆନ ବିମାନବନ୍ଦରରେ ବିମାନଟି ଲ୍ୟାଣ୍ଡିଂ କରୁଥିବାବେଳେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି । ସ୍ଥାନୀୟ ସମୟ ୯ଟା ୭ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଥିଲା ବିମାନ। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 150ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବା ନେଇ ଆଶଙ୍କା ରହିଛି।
ସୂଚନା ମୁତାବକ ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ବେଳେ ରନୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ରନୱେରୁ ଖସି ଯିବା ପରେ ବିମାନଟି ନିକଟରେ ଥିବା କାନ୍ଥ ସହ ପିଟି ହୋଇଥିଲା। ଏହାପରେ ଘଟଣାସ୍ଥଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସଙ୍ଗେ ସଙ୍ଗେ ବିମାନଟି ଜଳିଗଲା। ଫଳରେ ଘଟଣାସ୍ଥଳରେ 150ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ଜାତୀୟ ଅଗ୍ନିଶମ ଏଜେନ୍ସିର ସୂଚନା ଅନୁସାରେ, ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ ଆପ୍ରାଣ ଉଦ୍ୟମ କରୁଛନ୍ତି । କିନ୍ତୁ ଉଦ୍ଧାର କାର୍ୟ୍ୟ ଏପର୍ୟ୍ୟନ୍ତ ଜାରି ରହିଛି।

  • Related Posts

    ଇଣ୍ଟରନେଟ୍ ବ୍ୟବହାର ମୌଳିକ ଅଧିକାର : ସୁପ୍ରିମକୋର୍ଟ

    ସୁପ୍ରିମକୋର୍ଟ କହିଛନ୍ତି ଯେ, ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର। ଏହି ଅଧିକାର ଶିଶୁମାନଙ୍କ ପାଇଁ ମଧ୍ୟ ପ୍ରୟୋଜ୍ୟ। ସେମାନଙ୍କୁ ଇଣ୍ଟରନେଟ୍‌ରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ କରିବା ଠିକ୍ ନୁହେଁ। ବେଞ୍ଚ କହିଛନ୍ତି ଯେ, ଶିଶୁମାନଙ୍କ ସୁରକ୍ଷା ଏବଂ…

    Continue reading
    ୨ ଆତଙ୍କବାଦୀ ନିହତ

    କୁପୱାଡା: ଜମ୍ମୁ-କାଶ୍ମୀରରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ସେନାକୁ ମିଳିଛି ବଡ଼ ଧରଣର ସଫଳତା। କୁପଓ୍ବାଡାରେ ଶନିବାର ଭୋର ପ୍ରାୟ ୩ଟା ୩ ୦ ମିନିଟ୍‌ରେ କୈରନ୍ ସେକ୍ଟରର ଜୁମାଗୁଡ ଅଞ୍ଚଳରେ ଏହି ସଂଘର୍ଷ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି