ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆଗାମୀ ଅପ୍ରେଲ୍ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ, ଏପ୍ରିଲ୍ ୧୬ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜର ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହା ପୂର୍ବରୁ ଅପ୍ରେଲ୍ ୧ ତାରିଖରୁ ଅପ୍ରେଲ୍ ୧୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନା କାର୍ଯ୍ୟକ୍ରମ ଜାରି ରହିଛି ।
ଏଥିରେ ସେଲ୍ଫ ଏନୁମରେସନ୍ ପୋର୍ଟାଲ https://se.census.gov.in ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରୁଛନ୍ତି। ଆପଣମାନଙ୍କୁ ଅନୁରୋଧ, ଆପଣ ଯଦି ଏ ପର୍ଯ୍ୟନ୍ତ ତଥ୍ୟ ଦେଇନାହାନ୍ତି, ତେବେ ଏହି ପୋର୍ଟାଲରେ ନିଜର ତଥ୍ୟ ଦିଅନ୍ତୁ ଏବଂ ଜନ ଗଣନାରେ ସହଯୋଗ କରନ୍ତୁ। ମୁଁ ବି ସେଲ୍ଫ ଏନୁମରେସନ୍ କରିଛି। ଆପଣ ବି କରନ୍ତୁ। ଏପ୍ରିଲ ୧୬ ତାରିଖରୁ ତାଲିମପ୍ରାପ୍ତ ଗଣନାକାରୀ ମାନେ ଘର-ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏହି ତଥ୍ୟ ଆମ ରାଜ୍ୟ ତଥା ଦେଶର ଯୋଜନା ପ୍ରଣୟନ ଓ କାର୍ଯ୍ୟାନ୍ଵୟନ ସକାଶେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ, ଏହି ତଥ୍ୟ ପ୍ରଦାନ ନିମନ୍ତେ ଆପଣମାନେ ସମସ୍ତେ ସହଯୋଗର ହାତ ବଢାଇ କାର୍ଯ୍ୟକ୍ରମକୁ ସଫଳ କରନ୍ତୁ| ଆମ ସରକାର ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି। ଗଣନାକାରୀ ଆପଣଙ୍କ ଘରକୁ ଯେଉଁ ସମୟରେ ତଥ୍ୟ ସଂଗ୍ରହ କରିବା ପାଇଁ ଯିବେ, ତାଙ୍କୁ ସଠିକ ତଥ୍ୟ ପ୍ରଦାନ କରି, ଆମ ରାଜ୍ୟ ତଥା ଦେଶର ବିକାଶରେ ସହାୟତା କରନ୍ତୁ । ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଜାତୀୟ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଆପଣମାନଙ୍କ ଆନ୍ତରିକ ଯୋଗଦାନ ନିମନ୍ତେ ମୁଁ ଅନୁରୋଧ କରୁଛି।
ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା

  • Related Posts

    ସୋମବାରଠୁ ଭିତର ରତ୍ନଭଣ୍ଡାର ଗଣତି ମଣତି

    ପୁରୀ: ଆଜି ସରିବ ବାହାର ରତ୍ନ ଭଣ୍ଡାର ଗଣତି ମଣତି। ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦% ଅଳଙ୍କାରର ଗଣତି ମଣତି ସରିଛି। ସମସ୍ତ ଅଳଙ୍କାରର ଥ୍ରୀଡୀ ମ୍ୟାପିଂ ସହ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହୋଇଛି। ଆସନ୍ତା…

    Continue reading
    କ୍ୟାବିନେଟ ନିଷ୍ପତ୍ତି : କେନ୍ଦୁଝର ଜିଲ୍ଲାରେ ୧୬୪୭କୋଟି ଟଙ୍କାର ଅତ୍ୟାଧୁନିକ ଗ୍ରୀଡ୍ ସବଷ୍ଟେସନ

    ଭୁବନେଶ୍ୱର: ରାଜ୍ୟରେ ଶକ୍ତି, ପରିବହନ ଓ ପାନୀୟ ଜଳ କ୍ଷେତ୍ର ସମେତ ୫ଟି ବିଭାଗର ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦୁଝରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ