ମାନସିକ ବିକାରଗସ୍ତ ଯୁବତୀକୁ ଦୁଷ୍କର୍ମ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଥାନା ଗାଙ୍ଗପଡା ଗ୍ରାମରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମାନସିକ ବିକାରଗସ୍ତ ଯୁବତୀକୁ ସେହି ଗ୍ରାମର ଜନୈକ ଯୁବକ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୁଲିସ ଘଟଣାରେ ଏକ ମାମଲା ରୁଜୁ ଅଭିଯୁକ୍ତ ଆସାମୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାଟି ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଅଭିଯୋଗ ଅନୁସାରେ ଗ୍ରାମରେ ଅଷ୍ଟମ ପ୍ରହରୀ ପାଇଁ ଗତକାଲି ଟେଣ୍ଟ ବନ୍ଧା ଯାଉଥିଲା। ନିଜ ଘର ସାମ୍ନାରେ ବସି ଜନୈକା ମାନସିକ ବିକାରଗସ୍ତ ଯୁବତୀ ଟେଣ୍ଟ ବନ୍ଧା କାମ ଦେଖୁଥିଲା। ଯୁବତୀଙ୍କ ଅସହାୟତାର ସୁଯୋଗ ନେଇ ସେହି ଜନୈକ ଯୁବକ ଅତ୍ୟନ୍ତ ଚତୁରତାର ସହ ଯୁବତୀଙ୍କୁ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇ ଦୁଷ୍କର୍ମ କରିଥିଲା। ଯୁବତୀକୁ ଘର ସାମ୍ନାରେ ନପାଇ ପରିବାର ଲୋକମାନେ ବ୍ୟତିବ୍ୟସ୍ତ ହୋଇ ବିଭିନ୍ନ ଆଡେ ଖୋଜିବା ଆରମ୍ଭ କରିଥିଲେ। ତେବେ ଯୁବତୀଙ୍କ ନାଁ ଧରି ତାଙ୍କ ବାପା ବଡ଼ ପାଟିରେ ଡାକିବାରୁ ସେ ନିକଟସ୍ଥ ଏକ ପରିତ୍ୟକ୍ତ ଘରୁ ଅର୍ଦ୍ଧ ଉଲଗ୍ନ ହୋଇ କାନ୍ଦି କାନ୍ଦି ବାହାରି ଥିଲା। ସେଠାରେ ଜନୈକ ଯୁବକ ଅର୍ଦ୍ଧ ଉଲଗ୍ନ ହୋଇ ଶୋଇଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କ ବାପା ଓ ଗ୍ରାମର କିଛି ଲୋକ ପାଟି କରିବାରୁ ଯୁବକ ଜଣକ ଘଟଣାସ୍ଥଳରୁ ଖସି ଯାଇଥିଲା। ପରେ ପୀଡିତାଙ୍କ ବାପା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଥାନାଧିକାରୀ ବନ୍ଦନା ପାତ୍ର ମାମଲା ରୁଜୁ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମାମଲାର ଅଭିଯୁକ୍ତ ଚନ୍ଦ୍ରମଣି ଓରଫ ଚଗଲା ଜେନାକୁ ଗିରଫ କରି ଥାନାକୁ ଆଣିବା ସହିତ ତନାଘନା ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଥିବା ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆଜି ଅଦାଲତ ଚାଲାଣ କରାଯାଇଛି ବୋଲି ଆଦର୍ଶ ଥାନାଧିକାରୀ ପ୍ରକାଶ କରିଛନ୍ତି।

  • Related Posts

    ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲେ

    ହିଞ୍ଜିଳିକାଟୁ: ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଖଣ୍ଡର ଛକରେ ଘଟିଛି ଅଭାବନୀୟ ଘଟଣା ଗୁରୁତର ଯୁବକ ହେଲେ ଉଦ୍ଧବ ପାଢୀ। ଉଦ୍ଧବ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଲିଫ୍ଟ ମାଗିଥିଲେ।…

    Continue reading
    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ