କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି: କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ ଅନୁପ୍ରବେଶ କରିଥିବା ଦେଖିବାକୁ ମିଳିଛି।ପଞ୍ଚାୟତ କାର୍ୟ୍ୟାଳୟରୁ ଜଗନ୍ନାଥ ମନ୍ଦିର, ଆଶ୍ରମ ବିଦ୍ୟାଳୟ, ବସ୍‌ଷ୍ଟାଣ୍ଡ ଗୃହ ପରିଦର୍ଶନ କରି ପଞ୍ଚାୟତ ସଦର ମହକୁମାସ୍ଥିତ ସମସ୍ତ ସାହିବାସୀଙ୍କୁ ସାକ୍ଷାତ କରି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଥିଲେ। ଏହା ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଆନ୍ଧ୍ର ରାଜ୍ୟର ସାଲୁର୍‌ ବ୍ଲକ ସ୍ବତନ୍ତ୍ର ଅଧିକାରୀ ପ୍ରସାଦ, ଏମ୍‌ପିଡିଓ(ବିଡିଓ) ଜି.ପାର୍ବତୀ ଓ ଅନ୍ୟ କର୍ମଚାରୀ ମଶା ଦାଉରୁ ଦୂରେଇ ରହିବା ସହ ମ୍ୟାଲେରିଆ ସମ୍ପର୍କରେ ସୀମାନ୍ତବାସୀଙ୍କୁ ବୁଝାଇଛନ୍ତି। ଅଧିକାରୀମାନେ ଉପରସେମ୍ବି, ଗଞ୍ଜେଇ ପଦର ଆଦି ଗ୍ରାମ ପରିଦର୍ଶନ କରି ଅନୁରୂପ କାର୍ୟ୍ୟକ୍ରମ ସମ୍ପର୍କରେ ଗ୍ରାମବାସୀଙ୍କୁ ବୁଝାଇଥିଲେ। କୋଟିଆ ପଞ୍ଚାୟତ ସଦର ମହକୁମା ସହ ଏହି ଗ୍ରାମଗୁଡିକର ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ।
ଓଡ଼ିଶାର ପ୍ରଶାସନିକ ଅଧିକାରୀ, ସ୍ବତନ୍ତ୍ର ନିଯୁକ୍ତି ପାଇଥିବା ଅଧିକାରୀ କୋଟିଆ ପଞ୍ଚାୟତକୁ ଗସ୍ତ କରି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସୀମାନ୍ତବାସୀଙ୍କ ନିକଟରେ ପହଞ୍ଚାଇବା ନେଇ ଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ପଡୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ଉପରେ କୌଣସି ପ୍ରଭାବ ପଡୁ ନ ଥିବା ଜଣାପଡ଼ିଛି।
ସୀମାନ୍ତ ଡେରିଡିବାଲସା, ତାଡିବାଲସା, ଫଗୁଣସିନେରୀ ଓ ଫାଟୁସିନେରୀ ଆଦି ଗ୍ରାମଗୁଡ଼ିକରେ ଚଳିତ ଆର୍ଥିକବର୍ଷରେ ଉନ୍ନୟନମୂଳକ କାର୍ୟ୍ୟ କରାଯାଇପାରିବା ନେଇ ଗ୍ରାମବାସୀଙ୍କ ସହ ବିଡିଓ ପାର୍ବତୀ ଆଲୋଚନା କରିଛନ୍ତି। ଏପରିକି ତୁରନ୍ତ କାର୍ୟ୍ୟକ୍ରମ ଆରମ୍ଭ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
କୋଟିଆ ପଞ୍ଚାୟତକୁ ୨ ରାଜ୍ୟର ପ୍ରଶାସନିକ ଅଧିକାରୀ ବାରମ୍ବାର ଗସ୍ତ କରୁଛନ୍ତି। ପଞ୍ଚାୟତବାସୀ ୨ ରାଜ୍ୟର ବିବାଦରେ ଲାଭ ଉଠାଇ ଚାଲିଥିବା ମନୋଭାବ ରଖି ଚୁପ ରହୁଥିବା ଭଳି ଅନୁଭବ ହେଉଛି। ପଞ୍ଚାୟତରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ସୀମାନ୍ତ ଛାତ୍ରୀଛାତ୍ର ଆଞ୍ଚଳିକ ଭାଷା କୁଈ ଭାଷାରେ ପାଠ ପଢିବା ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ପଢେବା ପାଇଁ ଶିକ୍ଷକ ନିଯୁକ୍ତି କରାଯାଇଥିଲେ ସୁଦ୍ଧା ଏଥିରେ କୌଣସି ସୁଫଳ ମିଳିପାରୁନାହିଁ।ଏହାର ଲାଭ ପଡୋଶୀ ଆନ୍ଧ୍ରର ଶିକ୍ଷା ବିଭାଗ ଉଠାଇ ଚାଲିଛି। ଏହି ସମ୍ପର୍କରେ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ପଚାରିବାରୁ ଘଟଣା ବାବଦରେ ତଦନ୍ତ କରାଯିବ ବୋଲି କହିଛନ୍ତି। ପଞ୍ଚାୟତ ପାଇଁ ନିଯୁକ୍ତି ପାଇଥିବା ସ୍ବତନ୍ତ୍ର ଅଧିକାରୀ ସୌରଭ ଦାଶ ଏନେଇ ବିଡିଓ, ତହସିଲଦାର କହିପାରିବେ ବୋଲି କହିଛନ୍ତି।

  • Related Posts

    ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍‌’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ

    ଘୁ.ଉଦୟଗିରି: ସ୍ୱାଧୀନତା ଦିବସ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ‘ସୋସିଆଲ୍ ୱର୍କର୍ସ ଅଫ୍ କନ୍ଧମାଳ’ (ସ୍ୱାକ୍‌)। କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ୯ ଅଗଷ୍ଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିକାବାଲି ବ୍ଲକ…

    Continue reading
    ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି

    ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ