୧୭ରେ ଚିଲିକାରେ ପକ୍ଷୀ ଗଣନା

ବାଲୁଗାଁ : ଚିଲିକାରେ ଜାନୁଆରୀ ୧୭ରେ ପକ୍ଷୀ ଗଣନା ହେବ ବୋଲି ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗୀୟ ଅଧିକାରୀ ଅମ୍ଳାନ କୁମାର ନାୟକ ସୂଚନା ଦେଇଛନ୍ତି। ପକ୍ଷୀଙ୍କ ବିଚରଣରେ ଯେପରି ବାଧା ନ ଉପୁଜିବ, ସେଥିଲାଗି ଗଣନାର ୧୫ ଦିନ ପୂର୍ବରୁ ନଳବଣ ଓ ଏହାର ଆଖପାଖ ଅଞ୍ଚଳରେ ମାଛଧରା ଡଙ୍ଗା ଓ ପର୍ୟ୍ୟଟକଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଗଣନା ପୂର୍ବରୁ ଜାନୁଆରୀ ୧୬ ତାରିଖରେ ବାଲୁଗାଁ ନିକଟ ଚନ୍ଦ୍ରାପୁଟସ୍ଥିତ ସିଡିଏ ଗବେଷଣା କେନ୍ଦ୍ର ସମ୍ମିଳନୀ କକ୍ଷରେ ପକ୍ଷୀ ଗଣନାକାରୀଙ୍କୁ ତାଲିମ୍‌ ପ୍ରଦାନ କରାଯିବ। ଗଣନା କାର୍ୟ୍ୟରେ ମୋଟ୍‌‌ ୨୧ଟି ଟିମ୍‌‌ ସାମିଲ ହେବେ। ପ୍ରତି ଟିମ୍‌‌ରେ ଜଣେ ଅଭିଜ୍ଞ ପକ୍ଷୀ ବିଶାରଦଙ୍କ ସମେତ ୫ଜଣ ସଦସ୍ୟ ରହିବେ।
ଏଥିଲାଗି ପ୍ରତି ଟିମ୍‌‌କୁ ଗୋଟିଏ ଲେଖାଏଁ ଡଙ୍ଗା, ବାଇନାକୁଲାର, ଜିପିଏସ୍‌‌ ଓ କିଟ୍‌‌ ଯୋଗାଇ ଦିଆଯିବ। ୧୭ତାରିଖ ଭୋର୍‌ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ପକ୍ଷୀ ଗଣନା କାର୍ୟ୍ୟ ଜାରି ରହିବ। ଗଣନା ଦଳରେ ବମ୍ୱେ ନ୍ୟାଚୁରାଲ ହିଷ୍ଟ୍ରି ଅଫ୍‌‌ ସୋସାଇଟି, ୱାଇଲ୍ଡ ଓଡ଼ିଶା, ଓୟୁଏଟି, ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ସମେତ ମୋଟ ୧୨୦ରୁ ଊର୍ଦ୍ଧ୍ବ ସଦସ୍ୟ ସାମିଲ ହେବେ।

ସେହିପରି ଚିଲିକାରେ ଦେଖାଯାଉଥିବା ବିରଳ ଇରାୱାଡି ପ୍ରଜାତିର ଡଲଫିନ୍‌ ଗଣନା ଜାନୁଆରୀ ୨୧ ତାରିଖରେ ହେବ। ଏଥିପାଇଁ ୨୦ ତାରିଖରେ ଡଲଫିନ୍ ଅଭୟାରଣ୍ୟ ଅଞ୍ଚଳ ସାତପଡ଼ା ଏବଂ ବାଲୁଗାଁଠାରେ ପୃଥକ୍‌ ଭାବେ ଗଣନାକାରୀଙ୍କୁ ତାଲିମ୍‌ ପ୍ରଦାନ କରାଯିବ।

  • Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନେଶ୍ୱର: ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତର ରାଜସ୍ୱ ନିରୀକ୍ଷକ (RI) ସୁରଜବାଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା…

    Continue reading
    ସୁପ୍ରିମକୋର୍ଟ​‌ରେ ଡିଜିପି ନିଯୁକ୍ତି ମାମଲା : ପକ୍ଷ ରଖିଲେ ଓଡିଶା ସରକାର

    ଭୁବନେଶ୍ବର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ମଙ୍ଗଳବାର ଶୁଣାଣି ହୋଇଥିଲା। ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।ଓଡିଶାରେ ଡିଜିପି ଚୟନକୁ ନେଇ ଆପତ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ