
ଭୁବନେଶ୍ୱର:ଏଥର ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ । ଏମିତି କହିଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ମହାପ୍ରଭୁଙ୍କ ପଥର ମୂର୍ତ୍ତି ନିର୍ମାଣ,ଦିଦିଙ୍କୁ ପଡିପାରେ ମହଙ୍ଗା । ପଥର ମୂର୍ତ୍ତି ନିର୍ମାଣ ନକରିବାକୁ ପରାମର୍ଶ ଦେଇଥିଲେ ଜଗନ୍ନାଥ ସ୍ବାଇଁ ମହାପାତ୍ର । ହେଲେ ମାନି ନଥିଲେ ଦିଦି । ଯାହାର ଅଘଟଣ ସ୍ୱରୂପ ଆଗାମୀ ନିର୍ବାଚନ ଫଳାଫଳ ଉପରେ ପଡ଼ିବ ବୋଲି କହିଛନ୍ତି ଜଗନ୍ନାଥ ସ୍ବାଇଁ ମହାପାତ୍ର ଜଗୁନି । ସାଧାରଣତଃ ପ୍ରତି ନିର୍ବାଚନରେ ମମତା ବାନାର୍ଜୀ ଜଗୁନିଙ୍କ ପରାମର୍ଶ ନିଅନ୍ତି । ଦିଦିଙ୍କ ପାଇଁ ପୂଜାର୍ଚ୍ଚନା କରନ୍ତି ଜଗୁନି ଦାସ ମହାପାତ୍ର । ମହାପ୍ରଭୁଙ୍କ ପାଖରେ ବିଜୟ କାମନା କରନ୍ତି । ଏଥର କିନ୍ତୁ ଦୀଘା ଜଗନ୍ନାଥ ମନ୍ଦିରରେ ପଥର ମୂର୍ତ୍ତି ପୂଜା ହେବା ଅଘଟଣ କରାଇବ ଅର୍ଥାତ୍ ପରିବର୍ତ୍ତନ ହେବା ଭଳି ପ୍ରତୀୟମାନ ହେଉଛି ବୋଲି ସେ କହିଛନ୍ତି ।
ମହାପ୍ରଭୁଙ୍କ ମୂର୍ତ୍ତି କେବଳ ଦାରୁରେ ହୋଇ ପୂଜା କରାଯାଏ । ଦୀଘା ମଧ୍ୟ ଧାମ ନୁହେଁ ଏକ ମନ୍ଦିର ବୋଲି ବିଚାର କରାଯାଏ । ସେପଟେ ଲୋକେ ମଧ୍ୟ ଏଥର ପରିବର୍ତ୍ତନ ଚାହାଁନ୍ତି ବୋଲି ସେ କହିଛନ୍ତି ।ଦିଦିଙ୍କ ରାଜନୈତିକ ସହଯୋଗି ନହେଲେ ମଧ୍ୟ ମମତା ବାନାର୍ଜୀ ତାଙ୍କର ବିଚାର ବିମର୍ଶ ନେଇ ବାଜିମାତ୍ କରିଛନ୍ତି । ତେବେ ଏଥର ଜଗୁନି କିନ୍ତୁ କହିଛନ୍ତି,ମମତାଙ୍କ ପ୍ରତି ଲୋକ ହିସାବରେ ସ୍ନେହ ଥାଏ ଏବଂ ଥିବ । କିନ୍ତୁ ଏଥର ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ମହାପ୍ରଭୁଙ୍କ ପଥର ମୂର୍ତ୍ତି ପୂଜା କରିବା ଭାରି ପଡ଼ିବ ବୋଲି ସେ କହିଛନ୍ତି ।




