କ୍ଷମା ମାଗିଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ:କେରଳ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଗୁଜରାଟ ଲୋକଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କ୍ଷମା ମାଗିଛନ୍ତି। ସେ ଜାଣିଶୁଣି ଏଭଳି ଟିପ୍ପଣୀ ଦେଇନଥିଲେ, ଆଉ ଏହାକୁ ଜାଣିଶୁଣି ଭୁଲ୍ ଭାବେ ଦର୍ଶାଯାଉଛି, ତଥାପି ସେ ଦୁଃଖିତ ବୋଲି କହିଛନ୍ତି।

ଖଡଗେ ନିଜ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ନିକଟରେ କେରଳରେ ଦିଆଯାଇଥିବା ମୋର ଏକ ନିର୍ବଚାନୀ ଭାଷଣରେ କିଛି ଟିପ୍ପଣୀକୁ ଜାଣିଶୁଣି ଭୁଲ୍ ଭାବେ ସମାଲୋଚନା କରାଯାଉଛି। ତଥାପି ମୁଁ ନିଜ ତରଫରୁ ଦୁଃଖ ପ୍ରକାଶ କରୁଛି । ଗୁଜରାଟର ଲୋକଙ୍କ ପାଇଁ ମୋ ମନରେ ସବୁବେଳେ ସର୍ବୋଚ୍ଚ ସମ୍ମାନ ରହିଛି ଆଉ ରହିବ । ଏଠିକାର ଲୋକଙ୍କ ଭାବନାକୁ ଆଘାତ ଦେବା ମୋର କୌଣସି ଉଦ୍ଦେଶ୍ୟ ନଥିଲା ।
ସୂଚନାଯୋଗ୍ୟ, କେରଳ ନିର୍ବାଚନ ପ୍ରଚାର ସମୟରେ ଖଡଗେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ଏହି ସମୟରେ ସେ ଗୁଜରାଟ ଲୋକଙ୍କୁ ଟାର୍ଗେଟ କରିଥିଲେ । ଆଉ ଯେଉଁଥିପାଇଁ ବିବାଦ ଆରମ୍ଭ ହୋଇଥିଲା । ଖଡଗେ କହିଥିଲେ,ମୋଦି ଜୀ ଆପଣ ଗୁଜରାଟର ଅପାଠୁଆ ଲୋକଙ୍କୁ ବୋକା ବନାଇପାରନ୍ତି,କିନ୍ତୁ କେରଳ ଲୋକ ବୋକା ନୁହନ୍ତି ।

ଖଡଗେଙ୍କ ଏଭଳି ଟିପ୍ପଣୀକୁ ବିଜେପି ନେତାମାନେ ନିନ୍ଦା କରିଥିବା ବେଳେ ଖଡଗେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଏଥିରେ ସାମିଲ ଥିଲେ । ଭୂପେନ୍ଦ୍ର କହିଥିଲେ, ଏହି ଟିପ୍ପଣୀ ବହୁତ ଆପତ୍ତିଜନକ ଏବଂ ଦୁଭର୍ଗ୍ୟପୂର୍ଣ୍ଣ । ଖଡଗେ କେବଳ ୬.୫ କୋଟି ଗୁଜରାଟୀଙ୍କ ଅପମାନ କରିନାହାନ୍ତି ବରଂ ମହାତ୍ମା ଗାନ୍ଧି ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଭୂମିର ଗରିମାକୁ ମଧ୍ୟ ଆଘାତ ଦେଇଛନ୍ତି । ଏହି ଟିପ୍ପଣୀ ଯୋଗୁଁ ରାଜ୍ୟର ଜନତାଙ୍କ ଅପମାନ ହୋଇଛି ।

  • Related Posts

    ୟୁପିଆଇରେ ୧୦ ହଜାର ଟଙ୍କାରୁ ଅଧିକ ପଠାଇ‌ଲେ ବିଳମ୍ବ ହେବ ଘଣ୍ଟାଏ

    ନୂଆଦିଲ୍ଲୀ: ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ବା ୟୁପିଆଇ ଜରିଆରେ ଟଙ୍କା ନେଣଦେଣ ଏକ ସ୍ବାଭାବିକ ପ୍ରକ୍ରିୟାରେ ପରିଣତ ହୋଇଛି। ଏହା ଲୋକମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି। ତେବେ ଦେଶରେ ଡିଜିଟାଲ ଠକେଇ ବୃଦ୍ଧି ପାଉଥିବାରୁ କେତେକ ନିର୍ଦ୍ଦିଷ୍ଟ ପ୍ରକାର…

    Continue reading
    ୟୁପି ଏସ୍‌ଆଇଆର୍‌, କଟିଲା ୨.୦୪ କୋଟି ଭୋଟରଙ୍କ ନାଁ

    ଲକ୍ଷ୍ନୌ : ନିର୍ବାଚନ କମିଶନ (ଇସି) ଉତ୍ତରପ୍ରଦେଶରେ ଏସ୍ଆଇଆର୍ ପରେ ଚୂଡ଼ାନ୍ତ ଭୋଟର ତାଲିକା ଶୁକ୍ରବାର ଜାରି କରିଛନ୍ତି । ଏଥିରେ ୟୁପି ଭୋଟରଙ୍କ ସଂଖ୍ୟା ୧୩% କମି ୧୩.୩୯ କୋଟି ରହିଛି । ଚୂଡ଼ାନ୍ତ ତାଲିକାରେ ୨ କୋଟି ୪…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ