ଆଇପିଏଲ୍: ୧ ରନରେ ହାରିଲା ଦିଲ୍ଲୀ, ଗୁଜରାଟର ପ୍ରଥମ ବାଜିମାତ

ନୂଆଦିଲ୍ଲୀ: ଦିଲ୍ଲୀ ଅରୁଣ ଜେଟଲି ଷ୍ଟାଡିୟମରେ ଆଇପିଏଲ୍ ରୋମାଞ୍ଚକର ମୁକାବିଲା। ଦିଲ୍ଲୀ କ୍ୟାପିଟାଲସ୍ କୁ ୧ରନ୍ ରେ ହରାଇଲା ଗୁଜରାଟ ଟାଇଟାନ୍ସ। ଶେଷ ଓଭରରେ ବାଜି ମାରିନେଲା ଗିଲ୍ ବାହିନୀ। ୨୧୧ ରନ୍ ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୨୦୯ ରନ୍ କରିପାରିଥିଲା। ଶେଷ ୨ଟି ଓଭର ରେ ଦିଲ୍ଲୀକୁ ୩୬ ରନ୍ ଦରକାର ଥିଲା।

ଦଳ ୧୯ତମ ଓଭରରୁ ୨୩ ରନ୍ ସଂଗ୍ରହ କରିଥିଲା ବେଳେ ଶେଷ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୧ ରନ୍ କରିପାରିଥିଲା। ଶେଷ ବଲ୍ ରୁ ଗୋଟିଏ ରନ୍ ସଂଗ୍ରହ କରି ଦଳକୁ ସମାନ ସ୍ତରକୁ ଆଣିବା ପାଇଁ ଡେଭିଡ ମିଲର ଉଦ୍ୟମ କରିଥିଲେ। କିନ୍ତୁ ସେ ରନ ଆଉଟ୍ ହୋଇଥିଲେ। ଫଳରେ ଗୁଜରାଟ ବିଜୟୀ ହୋଇଥିଲା। କେଏଲ୍ ରାହୁଲ ଦିଲ୍ଲୀକୁ ବିଜୟ ଦେବା ପାଇଁ ବହୁ ଉଦ୍ୟମ କରିଥିଲେ।

ବିସ୍ଫୋରକ ବ୍ୟାଟିଂ କରି ଶତକର ନିକଟତର ହୋଇଥିଲେ। କିନ୍ତୁ ମହମଦ ସିରାଜଙ୍କୁ ଜୋସ ବଟଲର କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ସେ ବ୍ୟକ୍ତିଗତ ଭାବେ ୫୨ଟି ବଲ୍ ଖେଳି ୧୧ଟି ଚୌକା ଏବଂ ୪ଟି ଛକା ବଳରେ ୯୨ ରନ୍ ସଂଗ୍ରହ କରିଥିଲେ। ତେବେ ଚଳିତ ସିଜିନରେ ଏହା ଗୁଜରାଟର ପ୍ରଥମ ବିଜୟ ହାସଲ।

  • Related Posts

    ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ

    ଗ୍ଲାସ୍‌ଗୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ। ରବିବାର ମହିଳା ୪୮ କିଗ୍ରା ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ଥାନରେ ରହି ମୀରାବାଈ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ମଣିପୁରର ୩୨ ବର୍ଷ ବୟସ୍କା ମୀରାବାଈ ମୋଟ…

    Continue reading
    ଲର୍ଡସରେ ଭାରତକୁ ହରାଇ ଇଂଲଣ୍ଡ ଜିତିଲା ଦିନିକିଆ ସିରିଜ୍

    ଲର୍ଡସ: ଲର୍ଡସର ଐତିହାସିକ ମଇଦାନରେ ରବିବାର ଏଭଳି ଏକ ମ୍ୟାଚ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ରନ୍ ର ବର୍ଷା ହୋଇଥିଲା, ନୂତନ ରେକର୍ଡ ସୃଷ୍ଟି ହୋଇଥିଲା ଏବଂ ଶେଷରେ ଇଂଲଣ୍ଡ ବିଜୟୀ ହୋଇଥିଲା। ରୋହିତ ଶର୍ମାଙ୍କ ଚମତ୍କାର ୧୩୮ ରନ୍, ବିରାଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ