ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା

ଭୁବନେଶ୍ଵର : ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା। ଗୁରୁବାର ରାତିରେ ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । କମିଟିରେ ୭୨ ଜଣ ସଦସ୍ୟ ଅଛନ୍ତି । ଏଥିସହ ୩୮ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ୨୩ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରହିଛନ୍ତି । ନୂତନ କାର୍ୟ୍ୟକାରିଣୀ କମିଟିରେ ୧୮ ଜଣ ମହିଳା ସ୍ଥାନ ପାଇଛନ୍ତି । ପ୍ରତ୍ୟେକ ଜିଲ୍ଲାରୁ ସଦସ୍ୟମାନେ ସ୍ଥାନ ପାଇଛନ୍ତି ।
ସୂଚନାନୁଯାୟୀ, କଟକ ଜିଲ୍ଲାରୁ ୭ ଜଣ, ଭୁବନେଶ୍ୱରରୁ ୩, ଖୋର୍ଦ୍ଧାରୁ ୨, ଜଗତସିଂହପୁରରୁ ୨, ଯାଜପୁରରୁ ୨ ଓ କେନ୍ଦ୍ରାପଡ଼ାରୁ ୨ ଜଣ ସଦସ୍ୟ ଅଛନ୍ତି । ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ବହୁ ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକମାନେ ସ୍ଥାନ ପାଇଛନ୍ତି । ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ୍ ଓରାମଙ୍କୁ କାର୍ୟ୍ୟକାରିଣୀରେ ସ୍ଥାନ ମିଳିଛି । ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପ୍ରଭାରୀ, ଜିଲ୍ଲା ସଭାପତି, ରାଜ୍ୟ ମୁଖପାତ୍ର, ବିଭିନ୍ନ ସେଲର ରାଜ୍ୟ ଆବାହକ ସେଲ୍ ପ୍ରଭାରୀଙ୍କୁ ରାଜ୍ୟ କାର୍ୟ୍ୟକାରିଣୀର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବିଜେପିର ବିଭିନ୍ନ ସେଲର ମୁଖ୍ୟ, ଜିଲ୍ଲା ଯୋଜନା କମିଟି ମୁଖ୍ୟ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟଙ୍କ ନାମ ଘୋଷଣା ସରିଛି । ଏବେ କେବଳ ବିଭିନ୍ନ ବୋର୍ଡ ଓ ନିଗମରେ ନିଯୁକ୍ତି ବାକି ରହିଛି ।

  • Related Posts

    କଂଗ୍ରେସ-ବିଜେଡି ଏକ ଅସାଧୁ ମେଣ୍ଟ: ପ୍ରଦୀପ ପୁରୋହିତ

    ଭୁବନେଶ୍ୱର: ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡ଼ି-କଂଗ୍ରେସ ମେଣ୍ଟ ହୋଇପାରେ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ବିଜେଡିର ମେଣ୍ଟ ହେଉଛି ଏକ ଅସାଧୁ ମେଣ୍ଟ ବୋଲି କହିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ କହିଛନ୍ତି, କୌଣସି ଅସାଧୁ ମେଣ୍ଟ ବିଜେପିକୁ…

    Continue reading
    ସବୁ ବିରୋଧୀ ଏକ ହୁଅନ୍ତୁ: ମନମୋହନ

    ଭୁବନେଶ୍ୱର: ମେଣ୍ଟ ଚର୍ଚ୍ଚାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମାଲ କହିଛନ୍ତି ଗଣତନ୍ତ୍ର ବ୍ୟବସ୍ଥାରେ ସମସ୍ତଙ୍କର ସବୁ ଅଧିକାର ଅଛି। ଯେଉଁମାନେ କରୁଛନ୍ତି, ସେମାନେ ତାଙ୍କ ରାସ୍ତାରେ ଯାଉଛନ୍ତି। କିଛି ଭାବିକି ସେମାନେ ଏମିତି କରୁଥିବେ। ଆମେ ବ୍ୟସ୍ତ, ବିବ୍ରତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ