
ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି ।
କ୍ୟାବିନେଟ ବୈଠକରେ ପାର୍ବତୀ ଗିରି ମେଗା ଜଳ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ୩୪୦୦ କୋଟିର ଅଟଳ ବସ ଷ୍ଟାଣ୍ଡ ଯୋଜନା ବି ପାରିତ ହୋଇଛି । ଯେଉଁଥିରେ ୩୧୮ଟି ବସଷ୍ଟାଣ୍ଡର ଉନ୍ନତିକରଣ କରାଯିବ ।



