‘ଏକ୍ସ’ ବଦଳାଇଲା ମନିଟାଇଜେସନ୍ ନିୟମ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଳାଟଫର୍ମ ‘ଏକ୍ସ’ ନିଜର ମନିଟାଇଜେସନ୍ ସିଷ୍ଟମରେ ବଡ଼ ଧରଣର ପରିବର୍ତ୍ତନ କରିଛି। ଏବେ ଏହି ପ୍ଲାଟଫର୍ମରେ କମ୍ କ୍ବାଲିଟି ଓ କ୍ଲିକବେଟ୍ କଣ୍ଟେଣ୍ଟରୁ ଆୟ କରିବା ସହଜ ହେବନି। ଏଲନ ମସ୍କଙ୍କ ନେତୃତ୍ବରେ ଏହି ନିଷ୍ପତ୍ତି କଣ୍ଟେଣ୍ଟର କ୍ବାଲିଟି ସୁଧାରିବା ପାଇଁ ନିଆଯାଇଛି। ଏହି ନିୟମ ଅନୁସାରେ, ଏବେ ଅରିଜିନାଲ ଓ ଭ୍ୟାଲୁ ଦେଉଥିବା କଣ୍ଟେଣ୍ଟକୁ ଅଧିକ ପ୍ରାଥମିକତା ମିଳିବ। ଏହାଦ୍ବାରା କ୍ରିଏଟର୍ସଙ୍କୁ ଭଲ କଣ୍ଟେଣ୍ଟ ତିଆରି କରିବାକୁ ପ୍ରୋତ୍ସାହନ ମିଳିବ ଓ ପ୍ଲାଟଫର୍ମରେ ସ୍ପାମ୍ ଓ ଫାଲତୁ ପୋଷ୍ଟ କମ୍ ହେବ।
‘ଏକ୍ସ’ ଦୀର୍ଘ ସମୟ ଧରି ଏନଗେଜମେଣ୍ଟ ଫାର୍ମିଂରୁ ନେଇ ସମାଲୋଚନାର ଶିକାର ହେଉଥିଲା। ଲୋକମାନେ ଭ୍ୟୁଜ୍ ଓ ଲାଇକ୍ ବଢାଇବା ପାଇଁ କମ୍ କ୍ବାଲିଟି କିମ୍ବା ଭାଇରାଲ ଭିଡିଓ ପୋଷ୍ଟ କରୁଥିଲେ। ଏବେ ପ୍ଲାଟଫର୍ମ ଏଭଳି କଣ୍ଟେଣ୍ଟକୁ ଡାଉନରାଙ୍କ କରିବାର ନିଷ୍ପତ୍ତି ନେଇଛି। କମ୍ପାନୀର ପ୍ରଡକ୍ଟ ହେଡ୍ ନିକିତା ବାୟର କହିଛନ୍ତି, ଏବେ ସିଷ୍ଟମକୁ ଏଭଳି ଡିଜାଇନ୍ କରାଯାଉଛି, ଯାହାଫଳରେ ଅସଲି ଓ ଅରିଜନାଲ କଣ୍ଟେଣ୍ଟ ତିଆରି କରୁଥିବା ୟୁଜର୍ସଙ୍କୁ ପରିଚୟ ମିଳିପାରିବ। ଏହାର ଉଦେଶ୍ୟ ହେଲା ଯେଉଁ ଲୋକମାନେ ପରିଶ୍ରମ କରନ୍ତି, ନୂଆ କଣ୍ଟେଣ୍ଟ ତିଆରି କରନ୍ତି, ତାଙ୍କୁ ଅଧିକ ଲାଭ ମିଳିବ, ନା କେବଳ ସେହି ଲୋକ ଯେଉଁମାନେ ଅନ୍ୟମାନଙ୍କ କଣ୍ଟେଣ୍ଟ ସେୟାର କରି ତାକୁ ଭାଇରାଲ କରନ୍ତି ।
ନୂତନ ଅପଡେଟ ଅନୁସାରେ, X ନିଜର ରେଭିନ୍ୟୁ ସେୟାରିଂ ପୋଗ୍ରାମରେ ପରିବର୍ତ୍ତନ କରୁଛି। ଏହି ପ୍ଲାଟଫର୍ମ ସେହି କ୍ରିଏଟର୍ସଙ୍କୁ ଅଧିକ ରିଓ୍ବାର୍ଡ ଦେବ, ଯେଉଁମାନେ ଅରିଜିନାଲ ଓ ହାଇ କ୍ବାଲିଟି କଣ୍ଟେଣ୍ଟ ତିଆରି କରନ୍ତି। ନିକିତାଙ୍କ ଅନୁଯାୟୀ, କମ୍ପାନୀ ଏପରି ଟୁଲ୍ସ ଉପରେ କାମ କରୁଛି ଯାହା କଣ୍ଟେଣ୍ଟର ରିଏଲ କ୍ରିଏଟରଙ୍କୁ ଚିହ୍ନଟ କରିପାରିବ ଏବଂ ସେମାନଙ୍କୁ ରେଭିନ୍ୟୁର ସିଧାସଳଖ ଅଂଶ ଦେଇପାରିବ। ଏହାର ଅର୍ଥ ହେଉଛି ରିପୋଷ୍ଟ କିମ୍ବା କମେଷ୍ଟ୍ରୀ ଦେବାରୁ ହେଉଥିବା ରୋଜଗାର ସୀମିତ ହୋଇପାରେ। ଏହା ବ୍ୟତୀତ, ରିପ୍ଲାଏ ମିଳୁଥିବା ଭିୟୁକୁ ଗଣାଯାଉଥିଲା, ଏବେ ତାକୁ ମନିଟାଇଜେସନ୍ରୁ ହଟାଇ ଦିଆଯାଇଛି, ଫଳରେ ରିପ୍ଲାଇ ସ୍ପାମ୍କୁ ରୋକି ହେବ।
ପ୍ଲାଟଫର୍ମରେ ଟଙ୍କା ରୋଜଗାର କରିବା ପାଇଁ, ୟୁଜରଙ୍କୁ ଏବେ କିଛି ସର୍ତ୍ତ ପୂରଣ କରିବାକୁ ପଡିବ। X ଅନୁଯାୟୀ, କ୍ରିଏଟରଙ୍କ ପ୍ରିମିୟମ୍ କିମ୍ବା ପ୍ରିମିୟମ୍ ପ୍ଲସ୍ ସବସ୍କ୍ରିପସନ୍ ଏବଂ ଅତି କମରେ ୫୦୦ ଫଲୋଅର ରହିବା ଆବଶ୍ୟକ। ଏହା ସହିତ, ସେମାନଙ୍କୁ ତିନି ମାସ ମଧ୍ୟରେ ୫ ମିଲିୟନ ଅର୍ଗାନିକ୍ ଇମ୍ପ୍ରେସନ୍ ହାସଲ କରିବାକୁ ପଡିବ। କମ୍ପାନୀ ଅନୁଯାୟୀ, ହୋମ୍ ଟାଇମଲାଇନ୍‌ରେ ମିଳୁଥିବା ଅର୍ଗାନିକ ଭିୟୁକୁ ଅଧିକ ଗୁରୁତ୍ୱ ଦିଆଯିବ। ଏହା ସହିତ, ଭେରିଫାଏଡ୍ ୟୁଜର ଏବଂ ପ୍ରିମିୟମ୍ ପ୍ଲସ୍ ସବସ୍କ୍ରାଇବରଙ୍କ ଭିୟୁକୁ ଅଧିକ ଗୁରୁତ୍ୱ ଦିଆଯିବ।

  • Related Posts

    ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଙ୍ଗ ଲାଇସେନ୍ସ ରଦ୍ଦ

    ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ ନିଷ୍ପତ୍ତି ନେଇ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ (ପିପିବିଏଲ)ର ବ୍ୟାଙ୍କିଙ୍ଗ ଲାଇସେନ୍ସକୁ ଆନୁଷ୍ଠାନିକ ଭାବେ ରଦ୍ଦ କରିଛି। ଏହି ପଦକ୍ଷେପ ଦୀର୍ଘ ଦିନରୁ ହେଉଥିବା ନିୟମକୁ ଅଣଦେଖା ଓ ଅଭିଯୋଗ ସମ୍ବନ୍ଧୀୟ…

    Continue reading
    ଅଶୋକ ଲାହିରୀ ହେଲେ ନୀତି ଆୟୋଗର ଉପାଧ୍ୟକ୍ଷ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଜାରି ଥିବା ବେଳେ ନରେନ୍ଦ୍ର ମୋଦୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଜେପି ବିଧାୟକ ଏବଂ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିରୀଙ୍କୁ ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଲାହିରୀ ସୁମନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର