ବିଦ୍ୟୁତ୍ ବିଲ୍ ବକେୟା ଥିଲେ ମଧ୍ୟ କଟିବନି ବିଦ୍ୟୁତ୍ ସଂଯୋଗ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ, କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୦୨୬ର ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍ ଥିଲେ ମଧ୍ୟ କୌଣସି ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ।

ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଲ୍ ପୈଠ ନକରିବା କାରଣରୁ କୌଣସି ବି ଡ଼ିସକମ୍ (DISCOM) ଦ୍ୱାରା ଘରୋଇ ଗ୍ରାହକଙ୍କ ଅଘୋଷିତ ବିଦ୍ୟୁତ୍ କାଟ୍ କରିପାରିବେ ନାହିଁ। କେବଳ ଅତ୍ୟାବଶ୍ୟକ ମରାମତି କିମ୍ବା ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସାମୟିକ ଭାବେ ବିଦ୍ୟୁତ୍ କାଟ୍ ହୋଇପାରିବ। ଏହି ସମସ୍ତ ପୂର୍ବ ନିର୍ଦ୍ଧାରିତ ବିଦ୍ୟୁତ୍ କାଟ୍ ବିଷୟରେ ଗ୍ରାହକମାନଙ୍କୁ SMS ଆଲର୍ଟ ଏବଂ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ମାଧ୍ୟମରେ ଆଗୁଆ ସୂଚନା ଦେବା ବାଧ୍ୟତାମୂଳକ କରାଯାଇଛି।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଶକ୍ତି ବିଭାଗ ଏବଂ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଗୁଡ଼ିକୁ ସେମାନଙ୍କ କର୍ମଚାରୀମାନଙ୍କୁ ଏହି ନିର୍ଦ୍ଦେଶ ବିଷୟରେ ଅବଗତ କରାଇବାକୁ ଅନୁରୋଧ କରିଛନ୍ତି। ଏହି ଘୋଷଣାର କଡ଼ାକଡ଼ି ଅନୁପାଳନ ନିଶ୍ଚିତ କରିବା ପାଇଁ ଏକ ଦୃଢ଼ ମନିଟରିଂ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ୱାରା ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଘରୋଇ ଗ୍ରାହକମାନେ ଆଶ୍ୱସ୍ତି ପାଇପାରିବେ।
ଏହି ସମସ୍ତ ନିର୍ଦ୍ଦେଶାବଳିକୁ କାର୍ଯ୍ୟକାରୀ କରିବା ଏବଂ ସମୀକ୍ଷା କରି ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

  • Related Posts

    ଛାତ୍ରୀଙ୍କୁ ନିର୍ୟାତନା: ପଦରୁ ହଟିଲେ ଓଡ଼ିଆ ବିଭାଗ ଏଚ୍‌ଓଡି

    ବାଲେଶ୍ୱର: ଜଣେ ଛାତ୍ରୀଙ୍କୁ ନିର୍ୟାତନା ଦେବା ଅଭିଯୋଗରେ ଫକୀର ମୋହନ ସ୍ୱୟଂଶାସିତ କଲେଜର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ତଥା ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।ଏହି ମାମଲାକୁ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ…

    Continue reading
    ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

    ରାସଗୋବିନ୍ଦପୁର: ଦୁଇ ଦିନ ତଳେ ସକାଳେ ପଖାଳ ଭାତ ଓ ଆଳୁ ଚଟଣୀ ଖାଇବା ପରେ ଝାଡ଼ାବାନ୍ତି ହେବାରୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲର ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ