
କେନ୍ଦୁଝର: ଆଜି ପବିତ୍ର ମହାବିଷୁବ ବା ପଣାସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ। ପଣାସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ ।ଏହି ଅବସରରେ ଲକ୍ଷାଧିକ ଭକ୍ତ ମା’ ତାରିଣୀଙ୍କୁ ଦର୍ଶନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ମା’ ତାରିଣୀଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।
ମାଆ ତାରିଣୀଙ୍କୁ ଦର୍ଶନ କରି ସାରା ଓଡ଼ିଶାବାସୀଙ୍କର ମଙ୍ଗଳ କାମନା କରିବା କରିଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲା କିଭଳି ସମୃଦ୍ଧ ଜିଲ୍ଲା ହେବ, ଓଡ଼ିଶା କିଭଳି ସମୃଦ୍ଧ ରାଜ୍ୟ ହେବ ଓ ରାଜ୍ୟରେ ଥିବା ଦଳିତ ବର୍ଗର ଲୋକ, ପଛୁଆ ବର୍ଗର ଲୋକ, ଆଦିବାସୀ ଲୋକ ଓ ରାଜ୍ୟରେ ବିଭିନ୍ନ ସମସ୍ୟାରେ ଥିବା ଲୋକ ମାଙ୍କର କିଭଳି ସର୍ବାଙ୍ଗୀନ ଉନ୍ନତି ହେବ ସେନେଇ ମା’ ଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାର୍ଥନା କରିଛନ୍ତି ।




