ସରଣ୍ଡାରେ ଯବାନ-ମାଓବାଦୀ ସଂଘର୍ଷ,୫ ଯବାନ ଗୁରୁତର

ରାଉରକେଲା:ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡାରେ ଯବାନ- ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ଦେଢ଼ ଘଣ୍ଟା ଧରି ତୁମୁଳ ସଂଘର୍ଷ ଘଟିଛି । ଆଇଇଡି ବିସ୍ଫୋରଣ ଏବଂ ଗୁଳିମାଡ଼ରେ ଜଣେ ଅଧିକାରୀଙ୍କ ସମେତ ୫ଜଣ ଯବାନ ଗୁରୁତର ହୋଇଛନ୍ତି । ସୁରକ୍ଷା ବାହିନୀର ପ୍ରତି ଆକ୍ରମଣରେ ୪ରୁ ୫ଜଣ ମାଓବାଦୀ ଟଳିଥିବା ଆଶଙ୍କା କରାଯାଉଛି । ଘଟଣା ସମ୍ବେଦନଶୀଳ ଥିବାରୁ ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଇଛି ।

ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଛୋଟାନାଗରା ଥାନା ଅନ୍ତର୍ଗତ ସରଣ୍ଡାର ବଲିବା-ଚାରଡ଼େରା ମଧ୍ୟରେ ମାଓନେତା ମିଶିର ବେସ୍ରା, ଅସୀମ ମଣ୍ଡଳ ଏବଂ ଅନ୍ୟ ସହଯୋଗୀମାନେ ଡେରା ପକାଇଥିବା ସୂଚନା ମିଳିଥିଲା । ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ପୂର୍ବାହ୍ନ ପ୍ରାୟ ୮ଟାରେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଥିଲେ । ଏଥିରେ କୋବ୍ରା ବାହିନୀ ଇନ୍ସପେକ୍ଟର ସତ୍ୟ ପ୍ରକାଶ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରିବା ଲାଗି ଯିବା ସାଥୀ ଯବାନ ଯିବାବେଳେ ମାଓବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ଶୈଲେଶ କୁମାର ଦୁବେ, ଉତ୍ତମ ସେନାପତି, ଜିତେନ୍ଦ୍ର କୁମାର ରାୟଙ୍କ ସମେତ ମୋଟ୍ ୪ଜଣ ଆହତ ହୋଇଥିଲେ । ମଧ୍ୟାହ୍ନରେ ଗୁରୁତର ଯବାନଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି ।

ଅନ୍ୟପକ୍ଷରେ ଯବାନଙ୍କ ପାଲଟା ଆକ୍ରମଣରେ ୪ରୁ ୫ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମାଓ ନେତା ମିଶିର ବେସ୍ରା ଓ ଅସୀମ ମଣ୍ଡଳ ଖସି ଯାଇଥିବା କୁହାଯାଉଛି । ତିରିଲିପୋଷି ଓ ଜରାଇକେଲା କ୍ୟାମ୍ପରେ ମୁତୟନ ଯବାନଙ୍କୁ ସେଠାକୁ ପଠାଯାଇଛି । ସରଣ୍ଡାରେ ପ୍ରାୟ ୪୮ ମାଓବାଦୀ ସକ୍ରିୟ ଥିବା ଏନ୍ଆଇଏ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଅବଗତ କରାଯାଇଥିଲା । ଏହାପରେ ସରଣ୍ଡାରେ ସୁରକ୍ଷା ବାହିନୀ ତରଫରୁ ଅପରେସନ ଜୋର୍ଦାର କରାଯାଇଛି।

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ