ଆଜିଠୁ ଘର ଘର ବୁଲି ଜନଗଣନା

ଭୁବନେଶ୍ୱର: ଡିଜିଟାଲରେ ସ୍ବ-ଜନଗଣନା ସରିଛି। ଆଜିଠାରୁ ଏକ ମାସ ପର୍ୟ୍ୟନ୍ତ ଘର ଘର ବୁଲି ଜନଗଣନା କରାଯିବ। ଏଥିପାଇଁ ଜନଗଣନା ଅଧିକାରୀ, ସୁପରଭାଇଜରଙ୍କୁ ସମସ୍ତ ଉପକରଣ ଯୋଗାଇ ଦିଆଯାଇଛି ବୋଲି ଆଞ୍ଚଳିକ ଜନଗଣନା ନିର୍ଦେଶକ ନିଖିଳ ପୱନ କଲ୍ୟାଣ କହିଛନ୍ତି। ଶ୍ରୀ କଲ୍ୟାଣ କହିଛନ୍ତି, ଚଳିତ ମାସ ୧ରୁ ୧୫ ପର୍ୟ୍ୟନ୍ତ ଡିଜିଟାଲରେ ସ୍ବ-ଜନଗଣନା କରାଯାଉଥିଲା। ୨.୭ଲକ୍ଷ ଲୋକ ସ୍ବ-ଜନଗଣନା କରିଛନ୍ତି। ଚଳିତ ମାସ ୧୬ରୁ ମେ’ ୧୫ ପର୍ୟ୍ୟନ୍ତ ଜନଗଣନା ଅଧିକାରୀମାନେ ଘର ଘର ବୁଲି ଜନଗଣନା କରିବେ। ଜିଲା, ବ୍ଲକ, ପୌର ପରିଷଦ, ମହାନଗର ନିଗମଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ପ୍ରଥମ ୩ ଦିନ ଘର ନମ୍ବରିଂ କରାଯିବ।

ଏଥିପାଇଁ ୮୦ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି। ୮ ହଜାର ସୁପରଭାଇଜର ଅଛନ୍ତି। ୧୦ ହଜାର ଜନଗଣନାକାରୀଙ୍କୁ ରିଜର୍ଭ ରଖାଯାଇଛି। ଏମାନେ ସମସ୍ତ ତଥ୍ୟ ଡିଜିଟାଲରେ ଆଣିବେ। ଜନଗଣନାକାରୀମାନେ ନିଜ ନିଜ ମୋବାଇଲରେ ‘ଏଚ୍ଏଲ୍‌ଭି’ ଆପ୍ ଡାଉନଲୋଡ୍ କରିଛନ୍ତି। ଏହି ଆପ୍ ଜରିଆରେ ସମସ୍ତ ତଥ୍ୟ ଅପଲୋଡ କରିବେ। ଜନଗଣନା କରିବାକୁ ଗଲାବେଳେ ସାଥିରେ ପରିଚୟପତ୍ର ଏବଂ ନିଯୁକ୍ତିପତ୍ର ନେବେ। ଲୋକଙ୍କୁ କୌଣସି ପ୍ରମାଣପତ୍ର ଯାଞ୍ଚ କିମ୍ବା ପ୍ରମାଣ ଦେବାକୁ ପଡ଼ିବ ନାହିଁ। କେବଳ ଯାହା ୩୩ଟି ପ୍ରଶ୍ନର ଉତ୍ତର କହିବେ। ଏହି ଜନଗଣନାରେ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଜନଗଣନା ନିର୍ଦେଶକ ନିଖିଳ ପୱନ କଲ୍ୟାଣ।

  • Related Posts

    ଜେନ୍‌-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ବାହ୍ୟଶକ୍ତିରୁ ଦୂରେଇ ରୁହ

    ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ତ୍ରିରଙ୍ଗା ଅଭିଯାନ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ…

    Continue reading
    ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି

    ଭୁବନେଶ୍ବର : ପାର୍ବଣ ପୂର୍ବରୁ ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି। ଗତ ମାସକ ମଧ୍ୟରେ ଚିନି ଦର କ୍ବିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଦିଲ୍ଲୀରେ କିଲୋଗ୍ରାମ ପିଛା ଚିନି ଦର ୪୯ ଟଙ୍କାରେ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ