ଭୁବନେଶ୍ବର: ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ସିଡିଆଇ ଓ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ମନୋରଞ୍ଜନ ମଲ୍ଲିକଙ୍କୁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ରବିନାରାୟଣ ଜେଠୀଙ୍କୁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଅତିରିକ୍ତ ସଚିବ, କସ୍ତୁରୀ ପ୍ରଧାନଙ୍କୁ ଓଡ଼ିଶା ବିଧାନସଭା ଯୁଗ୍ମ ସଚିବ, ଗଦାଧର ପାତ୍ରଙ୍କୁ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ଉପଶାସନ ସଚିବ, ପ୍ରଣବ କୁମାର ବେହେରାଙ୍କୁ ଓକାକ୍ର ଓଏସ୍ଡି ଭାବେ, ସିରିୟଲ୍ ଶୁଭ୍ରପଟେଲ୍ଙ୍କୁ ବାଲେଶ୍ବର ପୌରପାଳିକା ନିର୍ବାହୀ ଅଧିକାରୀ, କ୍ଷୀରାବ୍ଧିତନୟା ସାହୁଙ୍କୁ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାୟଗଡ଼ା ଭାବେ ଅବସ୍ଥାପିତ କରାଯାଇଛି। ଜ୍ୟୋତି ପ୍ରକାଶ ସେଠୀଙ୍କୁ ଉଦଳା ପିଏ ଆଇଟିଡିଏ, ନରେନ୍ଦ୍ର ଖମାରୀଙ୍କୁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ନିର୍ଲିପ୍ତା ମହାନ୍ତିଙ୍କୁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଉପଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି।
ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍
ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…







