ରାତିଅଧିଆ ଲାଗୁ ହେଲା ମହିଳା ସଂରକ୍ଷଣ ଆଇନ୍, ନୋଟିଫିକେସନ୍ ଜାରି

ନୂଆଦିଲ୍ଲୀ: ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ଲାଗି ଉଦ୍ଦିଷ୍ଟ ମହିଳା ସଂରକ୍ଷଣ ଆଇନ ୨୦୨୩ ଲାଗୁ ହୋଇଛି । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ସଂସଦରେ ଏହି ଆଇନରେ ସଂଶୋଧନକୁ ନେଇ ଚର୍ଚ୍ଚା ଚାଲି ଥିଲା ବେଳେ ସରକାର ଏହାକୁ ଗୁରୁବାର ରାତି ଅଧିଆ କାହିଁକି ଲାଗୁ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।
ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ସମ୍ବିଧାନ (୧୦୬ତମ) ସଂଶୋଧନ ଆଇନ ୨୦୨୩ର ଧାରା ୧ (୨) ଅନୁସାରେ କେନ୍ଦ୍ର ସରକାର ୨୦୨୬ ଏପ୍ରିଲ ୧୬ ତାରିଖରୁ ଏହି ଆଇନ କାର୍ୟ୍ୟକାରୀ କରିବାର ତାରିଖ ଧାର୍ୟ୍ୟ କରିଛନ୍ତି । ୨୦୨୩ ସେପ୍ଟେମ୍ବରରେ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଥିଲା । ଯାହା ମହିଳା ସଂରକ୍ଷଣ ଆଇନ ନାମରେ ପରିଚିତ । ମହିଳାଙ୍କ ଭାଗିଦାରୀ ବଢ଼ାଇବା ଏହି ଆଇନ ଅନୁସାରେ ଏକ ବଡ ପଦକ୍ଷେପ । ଏହି ଆଇନ ଅନୁସାରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବ । ତେବେ ଏହି ଆଇନ ଅନୁସାରେ ସଂରକ୍ଷଣର ଲାଭ ୨୦୨୯ ପୂର୍ବରୁ ମିଳିପାରିବ ନାହିଁ ।ର ଉଦ୍ଦେଶ୍ୟ ମହିଳା ସଂରକ୍ଷଣ ୨୦୨୯ରେ ଲାଗୁ କରିବା । ସରକାରୀ ତଥ୍ୟ ଅନୁସାରେ ଆଇନ ଲାଗୁ ହେବା ସତ୍ତେ୍ୱ ବର୍ତ୍ତମାନ ଲୋକସଭାରେ ଏହି ସଂରକ୍ଷଣକୁ କାର୍ୟ୍ୟକାରୀ କରାଯାଇପାରିବ ନାହିଁ । କାରଣ ସଂରକ୍ଷଣ ଲାଗୁ କରିବାକୁ ହେଲେ ପରବର୍ତ୍ତୀ ଜନଗଣନା ଆଧାରରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ଜରୁରି । ଆଇନ ରହିଥିବା ବ୍ୟବସ୍ଥା ଅନୁସାରେ ୨୦୩୪ ପୂର୍ବରୁ ସଂରକ୍ଷଣ ଲାଗୁ ସମ୍ଭବପର ନଥିଲା । କିନ୍ତୁ ସରକାର ୨୦୨୯ରେ ଏହାକୁ ଲାଗୁ କରିବା ଲାଗି ସଂଶୋଧନ ଆଣୁଛନ୍ତି ।

​​​​​​​ମହିଳା ସଂରକ୍ଷଣ ଆଇନ କାର୍ୟ୍ୟକାରୀ କରିବା ଏବଂ ଏକ ସୀମା ନିର୍ଦ୍ଧାରଣ କମିଶନ ପ୍ରତିଷ୍ଠା କରିବା ପାଇଁ ଉଦ୍ଦିଷ୍ଟ ତିନୋଟି ବିଲ୍ ଉପରେ ଲୋକସଭା ଭୋଟ୍ ଦେବାକୁ ଯାଉଛି । ଅନ୍ୟପକ୍ଷରେ, ଗୁରୁବାର ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲିଥିବା ବିତର୍କ ମଧ୍ୟରେ ଦେଶବ୍ୟାପୀ ମହିଳା ସଂରକ୍ଷଣ ଆଇନ କାର୍ୟ୍ୟକାରୀ ହୋଇଛି । ଗୁରୁବାର ବିଳମ୍ବିତ ରାତି ପର୍ୟ୍ୟନ୍ତ ସଂସଦରେ ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା ହୋଇଥିଲା । ଲୋକସଭାରେ ନାରୀ ଶକ୍ତି ବନ୍ଦନ ଆଇନ ଉପରେ ଆଲୋଚନା ଜାରି ରହିଥିବା ବେଳେ, କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଥିବା ମହିଳା ସଂରକ୍ଷଣ ଆଇନ ୨୦୨୩କୁ ଗୁରୁବାର ରାତିଆଧିଆ କାର୍ୟ୍ୟକାରୀ କରିଛନ୍ତି ।

ବିଜ୍ଞପ୍ତି ଅନୁଯାୟୀ, ସମ୍ବିଧାନ (୧୦୬ତମ ସଂଶୋଧନ) ଆଇନ, ୨୦୨୩ର ଧାରା ୧ର ଉପ-ଧାରା (୨) ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, କେନ୍ଦ୍ର ସରକାର ଏପ୍ରିଲ ୧୬, ୨୦୨୬କୁ ଉକ୍ତ ଆଇନର ବ୍ୟବସ୍ଥା କାର୍ୟ୍ୟକାରୀ ହେବାର ତାରିଖ ଭାବରେ ଘୋଷଣା କରିଛନ୍ତି। ଏହି ଆଇନ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ବ୍ୟବସ୍ଥା କରେ । ୨୦୨୩ ଆଇନ ଅନୁଯାୟୀ ସଂରକ୍ଷଣ ୨୦୩୪ ପୂର୍ବରୁ କାର୍ୟ୍ୟକାରୀ ହୁଏ ନାହିଁ, କାରଣ ଏହା ୨୦୨୭ ଜନଗଣନା ପରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସମାପ୍ତ ହେବା ସହିତ ଜଡିତ ।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ