ବୁଲିଲା ବୁଲଡୋଜର, ଭରତପୁରରେ ଜବର ଦଖଲ ଉଚ୍ଛେଦ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ବଡ଼ଧରଣର ଜବର ଦଖଲ ଉଚ୍ଛେଦ ଚାଲିଛି। ବୁଲିଲା ବିଡିଏ ବୁଲଡୋଜର। ଆଖି ପିଛୁଳାକେ ମାଟିରେ ମିଶିଲା ବଡ଼ ବଡ଼ ଘର। ବିଡିଏ ପକ୍ଷରୁ ଏହା ହେଉଛି ରାଜଧାନୀରେ ସବୁଠାରୁ ବଡ଼ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ।
ପ୍ରାୟ ୬୮ ଏକର ଜମିରେ ଥିବା ଏହି ଜବରଦଖଲ ଉଚ୍ଛେଦ କରାଯାଉଛି। ଏହି ଉଚ୍ଛେଦ ପାଇଁ କମିଶନରେଟ ପୋଲିସ ପକ୍ଷରୁ ୭ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୨୦ରୁ ଉର୍ଦ୍ଧ ପୋଲିସ ଅଫିସର ମୁତୟନ ହୋଇଛନ୍ତି। BDA ର ୧୫୦ଜଣିଆ ଟିମ ବି ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ୧୦ଟି ଜେସିବି ଉଚ୍ଛେଦ କାମରେ ଲାଗିଛନ୍ତି।
ଏହି ସରକାରୀ ଜାଗାକୁ ଦୀର୍ଘ ବର୍ଷ ହେବ ଜବରଦଖଲ କରି ମାଡ଼ି ବସିବା ସହ ବହୁ ସ୍ଥାୟୀ ନିର୍ମାଣ ବି କରାଯାଇଛି। ମାତ୍ର ଏବେ ଆକ୍ସନ ମୁଡକୁ ଆସିଛି ବିଡିଏ। ଆଜିଠୁ ୩ ଦିନ ଧରି ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିବ । କୌଣସି ଦଙ୍ଗା ସୃଷ୍ଟି ହେଲେ ତାହାକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ବିଜେଡି ଅମଳରେ ନେତାଙ୍କ ଛତ୍ରଛାୟା ତଳେ ରହି ବହୁ ଜମି ମାଫିଆ ରାଜଧାନୀ ଛାତି ଉପରେ ଏହି ଜାଗାକୁ ମାଡ଼ି ବସିଥିଲେ। ମାତ୍ର ଶାସନ କ୍ଷମତାକୁ ଆସିବା ପରେ ବିଜେପି ଏନେଇ ଏକ ବଡ଼ ଆକ୍ସନ ନେଇଛି।

  • Related Posts

    ବଲାଙ୍ଗିରରେ କାଲିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

    ବଲାଙ୍ଗିର: ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ବଲାଙ୍ଗିର ଜିଲ୍ଲାରେ ଆସନ୍ତାକାଲିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ର, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗିର…

    Continue reading
    ସୁବର୍ଣ୍ଣପୁରରେ ୧୮ରୁ ୨୨ ସ୍କୁଲ ଛୁଟି

    ସୁବର୍ଣ୍ଣପୁର: ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତାକାଲିଠାରୁ ୨୨ ତାରିଖ ପର୍ୟ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ର, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ