ଆଜି ଖେଳିପାରନ୍ତି ଧୋନି

ମୁମ୍ବଇ: ଆଇପିଏଲ୍‌ରେ ଗୁରୁବାର ପାଞ୍ଚ ଥର ଲେଖାଏଁ ଚମ୍ପିଆନ୍‌ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ଓ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମଧ୍ୟରେ​ ମୁକାବିଲା ହେବ। ଏହି ମ୍ୟାଚ୍‌ରେ ଆଇପିଏଲ୍‌ର ଦୁଇ ମହାରଥୀ ରୋହିତ ଶର୍ମା ଓ ମହେନ୍ଦ୍ର ସିଂହ ଧୋନି ଖେଳିବେ ବୋଲି ଅନୁମାନ କରାଯାଉଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆହତ ଥିବାରୁ ସିଏସ୍‌କେର ଧୋନି କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ଆୟୁଷ ମାହ୍‌ତ୍ରେ ଆହତ ହୋଇ ଆଇପିଏଲ୍‌ରୁ ବାଦ୍‌ପଡ଼ିବା ପରେ ସିଏସ୍‌କେ ଦଳର ଭାରସାମ୍ୟ ବିଗିଡ଼ି ଯାଇଛି। ତେଣୁ ଧୋନିଙ୍କ ଉପସ୍ଥିତି ଆବଶ୍ୟକ କରୁଛି ସିଏସ୍‌କେ। ଗତ ଦୁଇଟି ମ୍ୟାଚ୍‌ରେ ଧୋନି ଦଳରେ ରହି ଅଭ୍ୟାସ କରିଥିଲେ ହେଁ ଖେଳିନଥିଲେ। ବର୍ତ୍ତମାନ ଉଭୟ ମୁମ୍ବଇ ଇଣ୍ଡିଆନ୍‌ସ ଓ ସିଏସ୍‌କେ ୬ଟିରୁ ମାତ୍ର ୨ଟି ଲେଖାଏଁ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ନିମ୍ନଭାଗରେ ଅଛନ୍ତି। ଏପ୍ରିଲ ୨୦ରେ ଗୁଜରାଟକୁ ୯୯ ରନ୍‌ରେ ମୁମ୍ବଇ ପରାସ୍ତ କରିଥିଲେ ହେଁ ଏହା ଆଉ ଗୋଟିଏ/ଦୁଇଟି ମ୍ୟାଚ୍‌ ହାରିଲେ ଏହାର ପ୍ଲେଅଫ୍‌ ଖେଳିବା ବିପଦରେ ପଡ଼ିପାରେ। ତେଣୁ ଓପ୍‌ନର ଭାବେ ରୋହିତ ଶର୍ମା ବଡ଼ ସ୍କୋର୍‌କରି ଦଳକୁ ଜିତାଇବେ ବୋଲି ମୁମ୍ବଇ ଆଶାରଖିଛି। ପ୍ରଥମ ୨ଟି ମ୍ୟାଚ୍‌ରେ ୭୮ ଓ ୩୫ ରନ୍‌ କରିଥିବା ରୋହିତ ୪ର୍ଥ ମ୍ୟାଚ୍‌ରେ ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ। ପରବର୍ତ୍ତୀ ୨ଟି ମ୍ୟାଚ୍‌ ରୋହିତ ଖେଳିନଥିଲେ। ସିଏସ୍‌କେ ବିପକ୍ଷ ମ୍ୟାଚ୍‌ରେ ରୋହିତଙ୍କ ଉପସ୍ଥିତି ଦଳକୁ ଉତ୍ସାହିତ କରିବ।

  • Related Posts

    ବନ୍ଧୁକଚାଳନା ବିଶ୍ବ ରେକର୍ଡ ସହ ଶମ୍ଭାବୀ-ଦିବ୍ୟାଂଶୁଙ୍କୁ ସ୍ବର୍ଣ୍ଣ

    କାଇରୋ (ଇଜିପ୍ଟ),୨୪/୦୪/୨୦୨୬: ଭାରତର ୧୦ ମିଟର ରାଇଫଲ ମିଶ୍ରିତ ଯୁଗଳ ଦଳ ଶମ୍ଭାବୀ ଖୀରସାଗର ଓ ଦିବ୍ୟାଂଶୁ ଦିୱାନ୍‌ଗାନ୍‌ ବିଶ୍ବ ରେକର୍ଡ ‌ସ୍କୋର୍‌ ସହ ଆଇଏସ୍‌ଏସ୍‌ଏଫ୍‌ କନିଷ୍ଠ ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ଜିତିିଛନ୍ତି। ଶୁକ୍ରବାର ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୪୯୯.୦…

    Continue reading
    କବାଡି ପ୍ରିମିୟର ଲିଗ୍‌ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

    ସମ୍ବଲପୁର:ସମ୍ବଲପୁରର ଟାଉନ୍ ହଲ୍ ପଡ଼ିଆ ଠାରେ ଆୟୋଜିତ “ସ୍ୱର୍ଗତ ସୁରେଶ ସେଠ୍ ମେମୋରିଆଲ୍ ସମ୍ବଲପୁର କବାଡି ପ୍ରିମିୟର ଲିଗ୍ (ସିଜନ୍-୩)”ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି କାର୍ୟ୍ୟକ୍ରମରେ ଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର