ମହିଳା ବିଲକୁ ବିରୋଧ କରି ଇଣ୍ଡି ମେଣ୍ଟର ଅସଲ ମୁଖା ଖୋଲିଗଲା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣର ଗ୍ୟାରେଣ୍ଟି ମିଳିଥାନ୍ତା । ୨୦୨୩ରେ ନିର୍ବାଚନ ପାଇଁ ବିରୋଧୀ ଏହାକୁ ସମର୍ଥନ କରିଥିଲେ । ଏବେ ଏହି ବିଲକୁ ବିରୋଧ କରି ଇଣ୍ଡି ମେଣ୍ଟର ଅସଲ ମୁଖା ଖୋଲିଗଲା । ଜନ ଆକ୍ରୋଶ ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଭରସା ଅଛି । ଏହି ଲଢେଇ ସମସ୍ତଙ୍କର। ମହିଳାଙ୍କ ଏହି ସ୍ୱର ପ୍ରତାରଣାକାରୀଙ୍କ ଦୋମୁଁହା ନୀତିର ପର୍ଦାଫାଶ କରି ତାଙ୍କ ନିଦ ହଜେଇ ଦେବ । ଆଜି ଯେଉଁମାନେ ଏହି ଆଇନକୁ ବିଫଳ କଲେ ସେମାନଙ୍କୁ ସମୟର କାଳଚକ୍ରରେ କେହି ରକ୍ଷା କରି ପାରିବେ ନାହିଁ । ମହିଳା ବିଲକୁ ବିରୋଧ ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ ହୋଇଯିବ । ଯୁଗେ ଯୁଗେ ଅଛି ମହିଳାଙ୍କୁ ଯିଏ ସମ୍ମାନ ଦେଇନାହାନ୍ତି ସେମାନଙ୍କ ବଂଶ ଧ୍ବଂସ ହୋଇଛି । ଆଜି ଭୁବନେଶ୍ୱରର ଆକ୍ରୋଶ ପ୍ରତି ଗାଁକୁ ବ୍ୟାପିଯିବ । ସେହିପରି ବିଜେଡିକୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରି କହିଛନ୍ତି, ଏତେ ବର୍ଷ ଶାସନକରି ମହିଳା ସଶକ୍ତିକରଣର ସଂଜ୍ଞା ସେମାନଙ୍କୁ ଜଣା ନାହିଁ ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ ନାରୀମାନଙ୍କ ପାଇଁ ସଂସଦରେ ୧୭ ତାରିଖ ଯେଉଁ ଆଲୋଚନା ହେଲା ଇତିହାସ ବଦଳିଥାନ୍ତା । କଂଗ୍ରେସ ନେତୃତ୍ୱରେ ସବୁ ଦଳ ଏ ବିଲକୁ ଅନୁମୋଦନ କରିବାକୁ ଦେଲେ ନାହିଁ । ଯେତେ ନିନ୍ଦା କଲେ କମ ହେବ ।

କଂଗ୍ରେସ ଯାହାର ଭବିଷ୍ୟତ ନାହିଁ ସେମାନେ ବିରୋଧ କଲେ । ରାହୁଲ ଗାନ୍ଧୀ ଏବଂ ଅନ୍ୟ ଦଳ ଯେଉଁ ଉତ୍ସବ ମନାଇଲେ ଇତିହାସ ମନେ ରଖିବ । ପାର୍ଲାମେଣ୍ଟ ରୁ ପଞ୍ଚାୟତ ପର୍ଯ୍ୟନ୍ତ ଏହାକୁ ନିଆଯିବ | ଆଜି ରାଜ୍ୟସ୍ତରୀୟ ପଦଯାତ୍ରା ହୋଇଛି । ୨୪ ଓ ୨୫ ଦୁଇ ଦିନ ଧରି ଜିଲ୍ଲା ସ୍ତରରେ ପଦଯାତ୍ରା ହେବ ଏବଂ ପରେ ବୁଥ ସ୍ତର ପର୍ଯ୍ୟନ୍ତ ନିଆଯିବ । ନାରୀ ଙ୍କୁ ଯେଉଁ ପର୍ଯ୍ୟନ୍ତ ସାମ୍ବିଧାନିକ ସମ୍ମାନ ଦେଇନ ଲଢେଇ ଜାରି ରହିବ ବୋଲି ମନମୋହନ କହିଛନ୍ତି ।

  • Related Posts

    ନେତୃତ୍ବକୁ ନେଇ ବିଜେଡି ଭିତରେ ବଢ଼ିବାରେ ଲାଗିଛି ଚାପା ଅସନ୍ତୋଷ

    ଭୁବନେଶ୍ବର: ନେତୃତ୍ବକୁ ନେଇ ବିଜେଡି ଭିତରେ ଚାପା ଅସନ୍ତୋଷ ବଢ଼ିବାରେ ଲାଗିଛି। ଏବେ ବି ପରଦା ପଛରେ ରହି ଭି କେ ପାଣ୍ଡିଆନ୍ ହିଁ ସବୁ ନିଷ୍ପତ୍ତି ନେଉଛନ୍ତି ବୋଲି କାହାକୁ ଅଛପା ନାହିଁ। ଏପରିକି ପାଣ୍ଡିଆନ ଖୁବ୍‌ଶୀଘ୍ର ଆଗକୁ ଆସିବେ…

    Continue reading
    ଭବାନୀପୁରରେ ମତଦାନ କେନ୍ଦ୍ର ପରିଦର୍ଶନ କଲେ ମମତା: ଏହି ଅଭିଯୋଗ ଆଣିଲେ

    କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତାଙ୍କ ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରିଛନ୍ତି, ଯେଉଁଠାରେ ମତଦାନ ଚାଲିଛି। ଭବାନୀପୁର ନିର୍ବାଚନମଣ୍ଡଳୀକୁ ବାନାର୍ଜୀଙ୍କ ରାଜନୈତିକ ଗଡ଼ ବୋଲି ବିବେଚନା କରାଯାଏ, ଯେଉଁଠାରେ ସେ ବିରୋଧୀ ଦଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା