ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ଟିଭିକେ ବିରୁଦ୍ଧରେ ଅଭିଯୋଗ

ତାମିଲନାଡୁ,୨୨/୦୪/୨୦୨୬: ଟିଭିକେ ବିରୁଦ୍ଧରେ ଲୋକ ପ୍ରତିନିଧିତ୍ୱ ଆଇନ ୧୯୫୧ର ଧାରା ୧୨୮ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ଥାଲାପତି ବିଜୟଙ୍କ ଦଳ ପ୍ରଚାର କରିଥିବା ନେଇ ଅଭିଯୋଗ ହୋଇଛି। ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏଲ. ଦେବସାଗାୟମ ଏବଂ ପି. ଆଦିକେସଭନଙ୍କ ଦ୍ୱାରା ଏକ ଅଭିଯୋଗ ଦାଖଲ କରାଯାଇଛି। ଅଭିଯୋଗ ଅନୁସାରେ ଥାଲାପତି ବିଜୟ ଓରଫ ଜୋସେଫ ବିଜୟ ଚନ୍ଦ୍ରଶେଖରଙ୍କ ନେତୃତ୍ୱାଧୀନ ଟିଭିକେ ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ନୀରବ ଅବଧି ସମୟରେ ସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଛି। ବୁଧବାର ଏପ୍ରିଲ ୨୨ ତାରିଖରେ ବଡ଼ ଧରଣର ଅନଲାଇନ୍ ରାଜନୈତିକ ଅଭିଯାନ କରୁଥିବା ଅଭିଯୋଗ ଦାଖଲ କରାଯାଇଛି। ଦଳ ବିରୁଦ୍ଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହେଲେ ତିନି ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ପ୍ରଦାନ ହୋଇପାରେ।

  • Related Posts

    ଦିନ 1ଟା ସୁଦ୍ଧା ପଶ୍ଚିମବଙ୍ଗରେ 62.18% ଓ ତାମିଲନାଡୁରେ 56.81% ମତଦାନ

    ଭୋଟ ଦେଉଛନ୍ତି ପଶ୍ଚିମବଙ୍ଗ ଓ ତାମିଲନାଡୁବାସୀ । ସକାଳ 7ଟାରୁ 2ଟି ରାଜ୍ୟରେ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଛି । 294ଟି ଆସନ ମଧ୍ୟରୁ…

    Continue reading
    ମହିଳା ବିଲକୁ ବିରୋଧ କରି ଇଣ୍ଡି ମେଣ୍ଟର ଅସଲ ମୁଖା ଖୋଲିଗଲା : ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର : ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣର ଗ୍ୟାରେଣ୍ଟି ମିଳିଥାନ୍ତା । ୨୦୨୩ରେ ନିର୍ବାଚନ ପାଇଁ ବିରୋଧୀ ଏହାକୁ ସମର୍ଥନ କରିଥିଲେ । ଏବେ ଏହି ବିଲକୁ ବିରୋଧ କରି ଇଣ୍ଡି ମେଣ୍ଟର ଅସଲ ମୁଖା ଖୋଲିଗଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର