ଲକ୍ଷ୍ନୌ,୨୩/୦୪/୨୦୨୬:କର୍ମଜୀବୀ ମହିଳା ପ୍ରଥମ ଥର ମାତୃତ୍ବକାଳୀନ ଛୁଟି ନେବାର ଦୁଇ ବର୍ଷ ଭିତରେ ପୁନଃ ମାତୃତ୍ବକାଳୀନ ଛୁଟି ନେଇ ପାରିବେ। ଏହାକୁ ମନା କରାଯାଇପାରିବ ନାହିଁ ବୋଲି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ପୀଠ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ ମଙ୍ଗଳବାର ଏକ ମାମଲାରେ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ ଜଷ୍ଟିସ୍ କରୁଣେଶ ସିଂହ ପାୱାରଙ୍କ ପୀଠ ମନୀଷା ଯାଦବଙ୍କ ଯାଚିକାରେ ଶୁଣାଣି କରି ଏହି ରାୟ ଦେଇଛନ୍ତି। ଯାଚିକା ଆବେଦନକାରୀଙ୍କ ଦ୍ବିତୀୟ ଥର ମାତୃତ୍ବକାଳୀନ ଛୁଟି ଆବେଦନ ନାମଞ୍ଜୁର କରିଦିଆଯାଇଥିଲା। ୪ ଏପ୍ରିଲ ୨୦୨୬ର ଆଦେଶକୁ ସେ ଚାଲେଞ୍ଜ କରିଥିଲେ। ମାଟରନିଟି ବେନିଫିଟ୍ ଆକ୍ଟ-୧୯୬୧ ଏକ କଲ୍ୟାଣକାରୀ ଆଇନ୍ ମାତ୍ର, ରାଜ୍ୟ ସରକାର ଆର୍ଥିକ ହ୍ୟାଣ୍ଡବୁକ୍ ନିୟମ ୧୫୩(୧) ଅନୁସାରେ ମାତୃତ୍ବକାଳୀନ ଛୁଟି ମଧ୍ୟରେ ସର୍ବନିମ୍ନ ୨ ବର୍ଷର ବ୍ୟବଧାନ ରହିବା ବାଧ୍ୟତାମୂଳକ ବୋଲି ଦର୍ଶାଇଥିଲେ। ତେବେ ହାଇକୋର୍ଟ ଉଭୟ ପକ୍ଷର ତର୍କ ଶୁଣିବା ପରେ ନିଷ୍ପତ୍ତି ଶୁଣାଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ମଙ୍ଗଳବାର ସେ ତାମିଲନାଡୁ ନିର୍ବାଚନ ପାଇଁ କରୁଥିବା ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆତଙ୍କବାଦୀ ଶବ୍ଦ ପ୍ରୟୋଗ କରିଥିଲେ। ଯଦିଓ ସେ ଏହା…



