ଅଦରକାରୀ ଯୋଜନା ହୋଇପାରେ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନାଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଓ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଣିକି ପ୍ରଶାସନିକ ଦକ୍ଷତା ବଢ଼ାଇବା ଏବଂ ସମ୍ବଳର ସଠିକ୍ ବିନିଯୋଗ ପାଇଁ ଅଦରକାରୀ ବା କମ୍ ପ୍ରଭାବୀ ଯୋଜନାଗୁଡ଼ିକୁ ବନ୍ଦ କରାଯାଇପାରେ କିମ୍ବା ଅନ୍ୟ ବଡ଼ ଯୋଜନା ସହ ମିଶ୍ରଣ କରାଯାଇପାରେ।ଯେଉଁ ଯୋଜନାଗୁଡ଼ିକ ପାଇଁ ଗତ ୩-୪ ବର୍ଷ ହେବ ବଜେଟରେ କୌଣସି ବ୍ୟବସ୍ଥା ନାହିଁ କିମ୍ବା କେବଳ ସାମାନ୍ୟ ଅର୍ଥ ରଖାଯାଇଛି, ସେଗୁଡ଼ିକୁ ବନ୍ଦ କରିବା ପାଇଁ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି।ସମସ୍ତ ବିଭାଗ ନିଜ ନିଜର ଯୋଜନାକୁ ଜନସାଧାରଣଙ୍କ ଉପରେ ପଡ଼ୁଥିବା ପ୍ରଭାବ ଆଧାରରେ ‘ଉଚ୍ଚ’, ‘ମଧ୍ୟମ’ ଓ ‘ନିମ୍ନ’ ପ୍ରାଥମିକତା ଶ୍ରେଣୀରେ ବିଭକ୍ତ କରିବେ।
ସମାନ ଧରଣର ଏକାଧିକ ଯୋଜନାକୁ ଏକାଠି କରି ଏକ ‘ଅଧୀନକୁ ଅଣାଯିବ। ଆୟୁଷ୍ମାନ ଭାରତ, ମଧ୍ୟାହ୍ନ ଭୋଜନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ଭଳି କେନ୍ଦ୍ରୀୟ ଯୋଜନାରେ ପ୍ରଥମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ। ଏଥିରେ ଯଦି କିଛି ଅଭାବ ରହେ, ତେବେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସହାୟତା ଯୋଗାଇ ଦେବେ।ଯୋଜନାଗୁଡ଼ିକର ସଠିକ୍ ତଦାରଖ ପାଇଁ ପ୍ରତି ବଡ଼ ଯୋଜନାର କିଛି ଅଂଶ ଗବେଷଣା, ମୂଲ୍ୟାଙ୍କନ ଓ ମନିଟରିଂ ପାଇଁ ଖର୍ଚ୍ଚ କରାଯିବ। ଉନ୍ନୟନ କମିଶନରଙ୍କ ପକ୍ଷରୁ ସମସ୍ତ ବିଭାଗକୁ ଏହି ସମୀକ୍ଷା ପ୍ରକ୍ରିୟା ଶେଷ କରି ଆଗାମୀ ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ତାଲିକା ଯୋଜନା ଓ ସଂଯୋଜନ ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ବଜେଟ୍ ଅର୍ଥର ଅପଚୟ ରୋକାଯାଇପାରିବ ଏବଂ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସୁବିଧା ପହଞ୍ଚିବ ବୋଲି ଆଶା କରାଯାଉଛି।

  • Related Posts

    ମହାନଦୀରେ ବୁଡି ମାଛ ଧରାଳିଙ୍କ ମୃତ୍ୟୁ

    ପାରାଦୀପ: ମହାନଦୀରେ ବୁଡି ଯୁବକ ମୃତ। ପାରାଦୀପ ଚଉମୁହାଣି ନିକଟରେ ମହାନଦୀରେ ଜାଲ ଟାଣି ମାଛ ଧରୁଥିବା ବେଳେ ଯୁବକ ଜଣକ ପାଣିରେ ବୁଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି। କୁଜଙ୍ଗରୁ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ମୃତ ବ୍ୟକ୍ତି…

    Continue reading
    ବଡ଼ଦାଣ୍ଡରେ ପହଞ୍ଚିଲା ରଥକାଠ

    ପୁରୀ: ପୁରୀ ରଥଖଳାରେ ପହଞ୍ଚିଲା ରଥକାଠ। ଗତକାଲି ରାତିରେ ଗଞ୍ଜାମ ଘୁମୁସର ରେଞ୍ଜରୁ ଆସି ରଥକାଠ ବଡ଼ଦାଣ୍ଡରେ ପହଞ୍ଚିଛି। ଏଥିରେ ୧୨ ଫୁଟିଆ ଧଉରା ୪ ଖଣ୍ଡ ଓ ୨୦ ଫୁଟିଆ ଅସନ ୮ ଖଣ୍ଡ ରହିଛି। ସେହିଭଳି ୨୦ ଫୁଟିଆ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର