
ବିଭିନ୍ନ ପର୍ବପର୍ବାଣିରେ ମହିଳାମାନେ ଉପବାସ ରଖିଥାନ୍ତି। ସାଧାରଣତଃ ଉପବାସକୁ ଭକ୍ତିଭାବ ସହ ଯୋଡ଼ା ଯାଇଥାଏ। ଏହାଦ୍ବାରା ଆମର ଓଜନ ହ୍ରାସ ପାଇଥାଏ ବୋଲି କିଛି ଲୋକ ବିଶ୍ବାସ କରିଥାନ୍ତି। ବିଜ୍ଞାନ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ଉପବାସ ସ୍ବାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଏ। ତେବେ ଉପବାସ ସମୟରେ ଏମିତି କିଛି ଖାଦ୍ୟପେୟ ରହିଛି ଯାହାକୁ ଖାଇବା ଦ୍ବାରା ଗ୍ୟାସ୍, ଏସିଡିଟି, ବାନ୍ତି ଭଳି ସମସ୍ୟା ଦେଖାଦେଇପାରେ। ଆସନ୍ତୁ ଜାଣିବା, ଏହି ସମୟରେ କେଉଁସବୁ ଖାଦ୍ୟ ହାନିକାରକ ହୋଇପାରେ।
ଉପବାସ ବେଳେ ଅତ୍ୟଧିକ ଚା’ ପିଇବା ସମସ୍ୟା ସୃଷ୍ଟି କରିଥାଏ। ଏହି ସମୟରେ ଦୁଇ କପ୍ରୁ ଅଧିକ ଚା’ ପିଇଲେ ଗ୍ୟାସ୍ ଓ ଏସିଡିଟି ସମସ୍ୟା ଦେଖାଦେଇଥାଏ।
ଖାଲି ପେଟେର କମଳା, ଲେମ୍ବୁ ଆଦି ଖଟା ଫଳ ଖାଆନ୍ତୁ ନାହିଁ। ଏହା ବଦଳରେ କଦଳୀ, ସେଓ ଓ ତରଭୁଜ ଆଦି ଖାଇପାରିବେ।
ଉପବାସ ଭାଙ୍ଗିବା ବେଳେ କିଛି ଲୋକେ ପୁରି/ପିଠା ଆଦି ତେଲଛଣା ଖାଇଥାନ୍ତି, ଯାହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।
ବିଶେଷ ବ୍ରତ ପାଳନ ବେଳେ କିଛି ଲୋକ ନିର୍ଜଳା ଉପବାସ କରିଥାନ୍ତି। ଏହାଦ୍ବାରା ଦୁର୍ବଳତା,
ମୁଣ୍ଡବଥା, ବାନ୍ତି ଓ ଗ୍ୟାଷ୍ଟ୍ରିକ୍ ଭଳି ସମସ୍ୟା ଦେଖାଯାଏ।



