‘ଚନ୍ଦନ ଯାତ୍ରା’ ଓଡ଼ିଆ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଚେତନାର ଏକ ଜ୍ୱଳନ୍ତ ପ୍ରତୀକ

ଦେବଗଡ଼, ଏପ୍ରିଲ ୨୫, ୨୦୨୬ – ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକର ଐତିହାସିକ ‘କଲା ଚନ୍ଦନ ଯାତ୍ରା’ କେବଳ ଏକ ପର୍ବ ନୁହେଁ, ଏହା ଆମ ସମୃଦ୍ଧ ଓଡ଼ିଆ ସଂସ୍କୃତି, ଅନନ୍ୟ ପରମ୍ପରା ଏବଂ ଗଭୀର ଆଧ୍ୟାତ୍ମିକ ଚେତନାର ଏକ ଜ୍ୱଳନ୍ତ ପ୍ରତୀକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେବଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ସାଂସ୍କୃତିକ ଓ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ‘କଲା ଚନ୍ଦନ ଯାତ୍ରା’ ସମାରୋହରେ ଉପସ୍ଥିତ ରହି ଶ୍ରୀ ପ୍ରଧାନ କହିଛନ୍ତି, କଲା ଗ୍ରାମର ଏହି ପାରମ୍ପରିକ ଯାତ୍ରାର ଏକ ଗୌରବମୟ ଇତିହାସ ରହିଛି, ଯାହା ଆଜି ସମଗ୍ର ଦେବଗଡ଼ ଜିଲ୍ଲାର ପରିଚୟ ପାଲଟିଛି । ଶୃଙ୍ଖଳିତ ଜୀବନଶୈଳୀ ଓ ସାମାଜିକ ଏକତାର ବାର୍ତ୍ତା ଦେଉଥିବା ଏହି ପର୍ବ ଆଗାମୀ ପିଢ଼ିକୁ ସଠିକ୍ ଦିଗଦର୍ଶନ ଦେବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହା ପୂର୍ବରୁ ଦେବଗଡ଼ରେ ପାର୍ଟି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ । ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ‘ଡବଲ ଇଞ୍ଜିନ’ ସରକାରର ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନାକୁ ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଛନ୍ତି । ‘ବିକଶିତ ଦେବଗଡ଼’ ଓ ‘ବିକଶିତ ଓଡ଼ିଶା’ର ସଂକଳ୍ପକୁ ସାକାର କରିବା ଦିଗରେ ଏକନିଷ୍ଠ ଭାବେ କାର୍ଯ୍ୟ କରିବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦେବଗଡ଼ ସହରରେ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ । ଏଥିସହିତ ବାରକୋଟ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

  • Related Posts

    କଳିଙ୍ଗ ନୌବାହିନୀର କିଏ ଥିଲେ ମୁହାଣ ଚୌକିୟା କଣ ଥିଲା ତାଙ୍କର ଦାୟୀତ୍ବ

    ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ବହୁ ପୂର୍ବରୁ ଉତ୍କଳୀୟମାନେ ଜଳଯାତ୍ରାରେ ନିପୁଣ ଥିଲେ । ପୁରାତନ କାଳରେ ଉପକୂଳରେ ଗଢ଼ି ଉଠିଥିବା ନୌଘାଟି ଓ ବନ୍ଦର ମଧ୍ୟରୁ ଧାମରା, ଚାନ୍ଦବାଲି, ରିଘାଗଡ଼, ଜମ୍ବୁ ମାଈପୁରା, ବାଲିଆପାଳ, ପାଲମିରା, ସାତଭାୟା, ହଂସୁଆ, ନରେନ୍ଦ୍ରପୁର, ମହୁରୀଗାଁ…

    Continue reading
    ଉପବାସ ସମୟରେ କ’ଣ ଖାଇବେନି

    ବିଭିନ୍ନ ପର୍ବପର୍ବାଣିରେ ମହିଳାମାନେ ଉପବାସ ରଖିଥାନ୍ତି। ସାଧାରଣତଃ ଉପବାସକୁ ଭକ୍ତିଭାବ ସହ ଯୋଡ଼ା ଯାଇଥାଏ। ଏହାଦ୍ବାରା ଆମର ଓଜନ ହ୍ରାସ ପାଇଥାଏ ବୋଲି କିଛି ଲୋକ ବିଶ୍ବାସ କରିଥାନ୍ତି। ବିଜ୍ଞାନ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ଉପବାସ ସ୍ବାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଏ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର