ଶିମିଳିପାଳ ଇତିହାସରେ ପ୍ରଥମ, ୧୫ ଶହ କିମି ଚାଲିଆସିଲା ମହାବଳ ବାଘ

ଶିମିଳିପାଳ: ଶିମିଳିପାଳ ଇତିହାସରେ ପ୍ରଥମ । ବାଘ ଗଣତି ବେଳେ ଚମକାଇ ଦେଲା ଭିଡିଓ । ୧୫ ଶହ କିମି ଚାଲିଆସିଲା ମହାବଳ ବାଘ । ଛତିଶଗଡ଼ରୁ ସୁନ୍ଦରଗଡ଼ ଦେଇ ପହଂଚିଲା ଶିମିଳିପାଳରେ । ମହାରାଷ୍ଟ୍ରର ବିଦର୍ଭରୁ ମହାବଳ ଆସିଥିବା ଅନୁମାନ । କ୍ୟାମେରା ଟ୍ରାପରେ ବାଘର ଉପସ୍ଥିତିକୁ କରାଗଲା ଚିହ୍ନଟ ।ଏବେ ଶିମିଳିପାଳରେ ନୂଆ ଅତିଥି ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘ । ପ୍ରାୟ ୧୫ ଶହ କିମି ଅତିକ୍ରମ କରି ଶିମିଳିପାଳରେ ପହଞ୍ଚିଲା ମହାବଳ । ବାଘ ଗଣତି ପାଇଁ ଲାଗିଥିବା ସିସିଟିଭି ଫୁଟେଜରୁ ସାମନ୍ନାକୁ ଆସିଲା ତଥ୍ୟ । ଏହି ଅଣ୍ଡିରା ମହାବଳ ବାଘଟିର ବୟସ ପାଖାପାଖି ୪ରୁ ୫ ବର୍ଷ ହୋଇଥିବା ଅନୁମାନ । ବାଘଟି ବର୍ତ୍ତମାନ ଶିମିଳିପାଳର କୋର୍ ଏରିଆ ବା ମୁଖ୍ୟ ଜଙ୍ଗଲ ମଧ୍ୟରେ ରହିଛି । ତା’ ଉପରେ କଡ଼ା ନଜର ରଖିଛି ବନ୍ୟପ୍ରାଣୀ ବିଭାଗ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ବାହାରୁ ବାଘ ଆସିବା ଘଟଣାଟି ସତ୍ୟ । ଅଗଷ୍ଟ-ସେପ୍ଟେମ୍ବର ମାସରେ ଛତିଶଗଡ଼ ପଟୁ ସୁନ୍ଦରଗଡ଼, ବଣାଇ ଦେଇ ଓଡ଼ିଶାରେ ପ୍ରବେଶ କରିଥିଲା । ପରେ ଏହା ଦେବଗଡ଼, ଢେଙ୍କାନାଳ ଓ କାମାକ୍ଷାନଗର ଜଙ୍ଗଲ ଦେଇ ଡିସେମ୍ବର-ଜାନୁଆରୀ ମାସରେ ଶିମିଳିପାଳରେ ପହଞ୍ଚିଥିଲା । ତେବେ ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି, ଏହା ଅତ୍ୟନ୍ତ ଶୁଭ ସଙ୍କେତ ।
ସେପଟେ ପୂର୍ବତନ ମୁଖ୍ୟ NTCA କହିଛନ୍ତି, ବାଘ ଆସିବା ଓଡ଼ିଶା ଶୁଭଙ୍କର । କିନ୍ତୁ ଯେଉଁ ରୁଟ୍ ଦେଇ ବାଘ ଆସିଛି ତାକୁ ଖୋଜି ବାହାର କରିବାକୁ ପଡ଼ିବ । ଅନ୍ୟପଟେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ କହିଛନ୍ତି, ଶିମିଳିପାଳ ଇତିହାସରେ ଏହା ପ୍ରଥମ । ଏହି ବାଘଟି ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରୁ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ନଭେମ୍ବର ୨୦୨୩ରେ ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏକ ବାଘ ପ୍ରାୟ ୨ ହଜାର କିଲୋମିଟର ଚାଲି ଚାଲି ଓଡ଼ିଶାର ଜଙ୍ଗଲରେ ପହଞ୍ଚିଥିଲା । ପୂର୍ବରୁ ଶିମିଳିପାଳକୁ ମହାରାଷ୍ଟ୍ରରୁ ‘ଜିନତ୍’ ଏବଂ ‘ଯମୁନା’ ନାମକ ଦୁଇଟି ବାଘୁଣୀଙ୍କୁ ସରକାରୀ ସ୍ତରରେ ଅଣାଯାଇଥିଲା । କିନ୍ତୁ ଏଥର ବାଘଟି ନିଜେ ସୀମା ଅତିକ୍ରମ କରି ପହଞ୍ଚିଛି । ବାଘଟିର ଏହି ଯାତ୍ରା ପ୍ରମାଣ କରୁଛି ଯେ ବିଭିନ୍ନ ରାଜ୍ୟର ଜଙ୍ଗଲଗୁଡ଼ିକ ମଧ୍ୟରେ ଏବେ ବି ପ୍ରାକୃତିକ ସଂଯୋଗ ରହିଛି, ଯାହା ପରିବେଶ ପାଇଁ ଅତ୍ୟନ୍ତ ଭଲ ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ