ଖୁବ୍ ଶୀଘ୍ର ଆସିବ ଜମିଜମା ରେକର୍ଡିଂର ସଂଶୋଧିତ ଏସଓପି

ଭୁବନେଶ୍ୱର,ମଇ ୨: ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସରକାରୀ ଏବଂ ବେସରକାରୀ ଜମିର ରେକର୍ଡିଂ ସମ୍ବନ୍ଧୀୟ ବର୍ତ୍ତମାନ ପ୍ରଚଳିତ ଷ୍ଟାଣ୍ଡାର୍ଡ୍ ଅପରେଟିଙ୍ଗ ପ୍ରୋସିଜିଅର୍ (ଏସଓପି) ପୁସ୍ତିକାମାନଙ୍କର ପୁନର୍ବିଚାର ଓ ସଂଶୋଧନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି l ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସରକାରୀ ଜମି ଏବଂ ରୟତି ଜମି ରେକର୍ଡ୍ କରିବା ପ୍ରଣାଳୀ ନିମନ୍ତେ ସଂଶୋଧିତ ଏସଓପି ଖସଡ଼ା ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି।
ଉକ୍ତ ଏସଓପି ପୁସ୍ତିକାଗୁଡ଼ିକର ଶେଷ ସଂସ୍କରଣ ୧୯୯୦ ମସିହାରେ ପ୍ରକାଶିତ ହୋଇଥିଲା। ତେବେ ନୀତି, ନିୟମ ଓ ପ୍ରଶାସନିକ ପରିଚାଳନାରେ ସମୟାନୁକ୍ରମେ ପରିବର୍ତ୍ତନ ଦୃଷ୍ଟିରୁ ଏହାର ସାମଗ୍ରିକ ସଂଶୋଧନ ଆବଶ୍ୟକ ମନେ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଅବସ୍ଥାପିତ ହୋଇଥିବା ବେଳେ ସଦସ୍ୟମାନଙ୍କ ଭିତରେ ଚକବନ୍ଦୀ ଏବଂ ବନ୍ଦୋବସ୍ତର ଅତିରିକ୍ତ ସଚିବ (ସିଏଚ ଆଣ୍ଡ୍ ଏସ), ଜମି ରେକର୍ଡ଼ ଏବଂ ସର୍ଭେ, ଓଡ଼ିଶାର ନିର୍ଦ୍ଦେଶକ (ଡିଏଲଆର୍ ଆଣ୍ଡ୍ ଏସ୍), ରାଜସ୍ୱ ପର୍ଷଦ, ଓଡ଼ିଶାର ସଚିବ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ଶାସନ ସଦସ୍ୟ-ସଂଯୋଜକ ଭାବେ ରହିବେ।
କମିଟିର କାର୍ଯ୍ୟ ପରିସର ଏବଂ ସର୍ତ୍ତାବଳୀ ଅନୁଯାୟୀ, ୧୯୯୦ରେ ଜାରି ହୋଇଥିବା ଏସଓପି ଗୁଡ଼ିକର ସମୀକ୍ଷା, ଏପର୍ଯ୍ୟନ୍ତ ପ୍ରଣୀତ ନୂତନ ଆଇନ, ନିୟମ, ସରକାରୀ ସର୍କୁଲାର୍ ଓ ପରବର୍ତ୍ତୀ ନିର୍ଦ୍ଦେଶଗୁଡ଼ିକର ଆଲୋଚନା ସହ ସରଳ ଓଡିଆ ଓ ଇଂରାଜୀରେ ନୂତନ ଏସଓପି ଖସଡ଼ା ପ୍ରସ୍ତୁତି କରିବା ନିମନ୍ତେ କମିଟିକୁ ନିର୍ଦ୍ଦେଶ ଜାରି କରାଯାଇଛି। କମିଟିକୁ ଏହି ଆଦେଶ ଜାରି ହେବାର ତାରିଖରୁ ଏକ ମାସ ମଧ୍ୟରେ ସଂଶୋଧିତ ଏସଓପି ପୁସ୍ତିକାର ଖସଡ଼ା ସରକାରଙ୍କ ନିକଟରେ ଅନୁମୋଦନ ପାଇଁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକତାନୁସାରେ କମିଟି ଅନ୍ୟ ବିଶେଷଜ୍ଞ ଓ ଅଧିକାରୀମାନଙ୍କୁ ନିୟୋଜିତ କରି ସେମାନଙ୍କର ସହଯୋଗ ମଧ୍ଯ ନେଇପାରିବ। ଏହି ପଦକ୍ଷେପ ରାଜ୍ୟରେ ଜମି ପରିଚାଳନା ପ୍ରଣାଳୀକୁ ଆଧୁନିକ କରିବା ତଥା ପାରଦର୍ଶିତା ବଢ଼ାଇବା ସହ ଆଇନଗତ ଏବଂ ପ୍ରଶାସନିକ ଢାଞ୍ଚାକୁ ଆହୁରି ସୁଦୃଢ କରିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରକାଶ କରେ।

  • Related Posts

    ଅମୃତ ୨.୦: ସାମଗ୍ରିକ ପ୍ରଦର୍ଶନରେ ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ଓଡ଼ିଶା

    ଭୁବନେଶ୍ୱର: ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିସନ (ଅମୃତ) ୨.୦ ଅଧୀନରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ରାଜ୍ୟ ସରକାରଙ୍କ ଦୃଢ଼ ନେତୃତ୍ୱ ଏବଂ ସୁଶାସନ ମାଧ୍ୟମରେ ସହରାଞ୍ଚଳ ଜଳ ନିରାପତ୍ତା ଏବଂ ଭିତ୍ତିଭୂମି…

    Continue reading
    ରୋହିତ ଜୈନ ରିଜର୍ଭ ବ୍ୟାଙ୍କର ନୂଆ ଡେପୁଟି ଗଭର୍ଣ୍ଣର ନିଯୁକ୍ତ

    ମୁମ୍ବାଇ: ରୋହିତ ଜୈନ ରିଜର୍ଭ ବ୍ୟାଙ୍କର ନୂଆ ଡେପୁଟି ଗଭର୍ଣ୍ଣର ଭାବେ ୩ ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି। ଟି ରବିଶଙ୍କରଙ୍କ ସ୍ଥାନରେ ନିଯୁକ୍ତି ପାଇଥିବା ଶ୍ରୀ ଜୈନଙ୍କ କାର୍ୟ୍ୟକାଳ ମେ ୩ ତାରିଖରୁ ଆରମ୍ଭ ହେବ । ସଂପ୍ରତି ସେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା