ବଙ୍ଗରେ ପୁଣି ପଡ଼ିବ ଭୋଟ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଫାଲଟା ନିର୍ବାଚନ ମଣ୍ଡଳୀରେ ପୁଣି ହେବ ମତଦାନ। ଫାଲଟାର ସମସ୍ତ ୨୮୫ ବୁଥରେ ପୁଣି ପଡ଼ିବ ଭୋଟ୍। ଆସନ୍ତା ୨୧ ତାରିଖରେ ପୁନଃ ମତଦାନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସେଦିନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟିଂ ଅନୁଷ୍ଠିତ ହେବ। ମେ ୨୪ ତାରିଖରେ ଗଣତି ସହ ଫଳାଫଳ ଘୋଷଣା ହେବ। ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ୟ୍ୟାୟରେ ଫାଲଟାରେ ପଡିଥିଲା ଭୋଟ୍। ତେବେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଇଭିଏମରେ ବିଜେପି ପ୍ରାର୍ଥୀଙ୍କ ନାଁ ଏବଂ ଫଟୋରେ ହ୍ବାଇଟ୍ ଟ୍ୟାପ ଲଗାଯାଇ ଘୋଡା ଯାଇଥିବା ଦେଖିବାକୁ ମିଳିଥିଲା।
ଏହା ଉପରେ ବିଚାର କରି ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଥିଲେ। ଫାଲଟାରେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ୍ ଙ୍କ ସହଯୋଗୀ ଭୋଟରଙ୍କୁ ଭୟଭୀତ କରିଥିବା ଅଭିଯୋଗ ହୋଇଥିଲା। ବିଜେପିକୁ ଭୋଟ ଦେଲେ ପରିଣାମ ଭୟଙ୍କର ହେବ ବୋଲି ଗ୍ରାମବାସୀଙ୍କୁ କହିଥିଲେ ଟିଏମସି କର୍ମୀ। ଏ ନେଇ ଅଭିଯୋଗ ପରେ ସଂପକ୍ତ ସହଯୋଗୀଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିବାକୁ ଡାଏମଣ୍ଡ ହାର୍ବର ଡିଷ୍ଟ୍ରିକ୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ।

  • Related Posts

    ହେଲିକପ୍ଟର ପାଇଁ ବଦଳିଲେ କି ରାଜ୍ୟପାଳ?

    ଭୁବନେଶ୍ୱର, ୮ ।୧୦ : ବିଜେପି ସରକାର ଆସିବା ପରେ ମାତ୍ର ଅଢେ଼ଇ ବର୍ଷରେ ରାଜ୍ୟ ତିନି ରାଜ୍ୟପାଳଙ୍କୁ ଦେଖି ସାରିଲାଣି । ବିଜେପି ସରକାର ଅମଳରେ ପ୍ରଥମେ ରାଜ୍ୟପାଳ ଥିଲେ ରଘୁବର ଦାସ । ସେ ୨୦୨୩ ଅକ୍ଟୋବର ୩୧ରୁ…

    Continue reading
    ଉଚ୍ଚ ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ବିଜେପି ସରକାର ପ୍ରତିବଦ୍ଧ: ଅନୀଲ ବିଶ୍ୱାଳ

     କ୍ୟାମ୍ପସର ବିକାଶ, ଯୁବ ବର୍ଗଙ୍କ ନିଯୁକ୍ତି ବିଜେପି ସରକାରର ପ୍ରାଥମିକତା  କେବଳ ଡିଗ୍ରୀ ପ୍ରଦାନ ନୁହେଁ ବରଂ ଶିକ୍ଷା ସହ ଦକ୍ଷତା, ଗବେଷଣା ଓ ନିଯୁକ୍ତି ସୁଯୋଗକୁ ଯୋଡି ଓଡ଼ିଶାର ଯୁବପିଢ଼ୀ ପାଇଁ ଭବିଷ୍ୟତ ନିଶ୍ଚିତ କରାଯାଉଛି: ସୁଜାତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ