ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ,୯ ମୃତ

ନୂଆଦିଲ୍ଲୀ:ଦିଲ୍ଲୀର ବିବେକ ବିହାରର ଏକ ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ ଟା ୪୭ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ପରେ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାନୁଯାୟୀ, ଫ୍ଲାଟର ଦ୍ବିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନିଆଁ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା । ଲୋକମାନେ ନିଜକୁ ବଞ୍ଚାଇବାକୁ ଫ୍ଲାଟ ଭିତରୁ ବାହାରି ଦୌଡିଥିଲେ । ଏହି ଅଗ୍ନିକାଣ୍ଡ ଏସି ବିସ୍ଫୋରଣ ଯୋଗୁଁ ହୋଇଥିବା ତଦନ୍ତରୁ ଜଣାପଡିଛି।

ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇ ୧୪ଟି ଅଗ୍ନିଶମ ବାହିନୀ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୋଠା ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ଲୋକ କୋଠା ଭିତରେ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୮ ରୁ ୯କୁ ବୃଦ୍ଧି ପାଇଥିବାବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା ରହିଛି ।

  • Related Posts

    ଜିଦ୍‌ରେ ଅଟଳ : ଆମେରିକା ଓ ଇରାନ ପୁଣି ଯୁଦ୍ଧମୁହାଁ

    ନୂଆଦିଲ୍ଲୀ; ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ଜାରି ରହିଥିବା ସତ୍ତେ୍ୱ ହୋର୍ମୁଜ ପ୍ରଣାଳୀ ସ୍ୱାଭାବିକ ହୋଇପାରୁ ନାହିଁ । ଏହା ଯୋଗୁ ବିଶ୍ୱ ବ୍ୟାପୀ ତୈଳ ଓ ଗ୍ୟାସ ସଙ୍କଟ ଘନେଇବାରେ ଲାଗିଛି । ବିଭିନ୍ନ ଦେଶର ଅର୍ଥ ବ୍ୟବସ୍ଥା…

    Continue reading
    ମହିଳା ଟି୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷିତ

    ନୂଆଦିଲ୍ଲୀ:ଇଂଲଣ୍ଡ ଓ ୱେଲ୍‌ସ​‌ରେ ଜୁନ୍‌ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ମହିଳା ଟି୨୦ ବିଶ୍ବକପ ଖେଳାଯିବ। ଟି୨୦ ବିଶ୍ବକପ ଓ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ଲାଗି ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ହରମନପ୍ରୀତ କୌର ଅଧିନାୟିକା ଓ ସ୍ମୃତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା