ନୂଆ ରାଜ୍ୟପାଳଙ୍କ ବିବୃତିକୁ ନବୀନଙ୍କ ସମାଲୋଚନା

ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜମୋହନ ରାମଙ୍କୁ ନିଯୁକ୍ତି ମିଳିଛି । ମଙ୍ଗଳବାର ରାଷ୍ଟ୍ରପତି ଭବନ ପକ୍ଷରୁ ତାଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାରିଛି । ଓଡ଼ିଶାରେ ବିଜେପି ସଂଗଠନକୁ ସୁଦୃଢ଼ କରିବେ ବୋଲି ସେ ଦେଇଥିବା ମନ୍ତବ୍ୟକୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି ।

ନବୀନ ଏକ୍ସରେ ଲେଖିଛନ୍ତି, ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ମନୋନୀତ ବ୍ରଜ ମୋହନ ରାମ ଜୀଙ୍କୁ ହାର୍ଦ୍ଦିକ ସ୍ୱାଗତ । ଦଳୀୟ କାମ କରିବାକୁ ତାଙ୍କୁ ମନୋନୀତ କରାଯାଇଛି । ରାଜ୍ୟପାଳଙ୍କ ଉତ୍ସାହକୁ ଓଡ଼ିଶାବାସୀ ଦେଖୁଛନ୍ତି ବୋଲି ସେ କଟାକ୍ଷ କରି ଲେଖିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଓଡ଼ିଶାବାସୀଙ୍କ ସେବା କରିବାକୁ ଉତ୍ସାହ ଓ ଶକ୍ତି ଦିଅନ୍ତୁ । ଏହାଦ୍ୱାରା ସେ ନିରପେକ୍ଷ ଭାବେ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା କରି ନିଜ ଦାୟିତ୍ୱ ତୁଲାଇବେ ବୋଲି ନବୀନ ଲେଖିଛନ୍ତି ।

ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ରାଜ୍ୟପାଳଙ୍କ ସାମ୍ବିଧାନିକ ଦାୟିତ୍ୱ ହେଉଛି ନିରପେକ୍ଷ ଭାବେ ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରିବା । ରାଜନୈତିକ ଦଳର ନିର୍ବାଚନୀ ସ୍ୱାର୍ଥକୁ ଆଗକୁ ବଢ଼ାଇବା ତାଙ୍କ ଦାୟିତ୍ୱ ନୁହେଁ । ସାମ୍ବିଧାନିକ ପଦବି ସବୁବେଳେ ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ରହିବା ଆବଶ୍ୟକ ।

  • Related Posts

    ଭୋଟ ପାଇଁ ମହାପ୍ରସାଦ ଛୁଆଁଇ ଶପଥ

    ଛାତ୍ର ସଂସଦ ନିର୍ବାଚନ। ଆରମ୍ଭ ହୋଇଛି ଭୋଟିଂ। ଭୋଟିଂ ପୂର୍ବରୁ ରମାଦେବୀ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି। ଏବିଭିପି ପ୍ରାର୍ଥୀ ନିଜେ ହଷ୍ଟେଲ ଭିତରେ ପଶି ଟଙ୍କା ବାଣ୍ଟୁଥିବାର ଅଭିଯୋଗ କରିଛି ବିସିଜେଡି। ସେପଟେ ଏବିଭିପିର ପ୍ରାର୍ଥୀ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ସରଗରମ କ୍ୟାମ୍ପସ । ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ହେଉଥିବାରୁ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଭୋଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉତ୍ସାହ । ଦୀର୍ଘଦିନର ପ୍ରଚାର, ପ୍ରତିଶ୍ରୁତି ଓ ଭୋଟ୍ ଗୋଟାଇବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି