ଜିଦ୍‌ରେ ଅଟଳ : ଆମେରିକା ଓ ଇରାନ ପୁଣି ଯୁଦ୍ଧମୁହାଁ

ନୂଆଦିଲ୍ଲୀ; ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ଜାରି ରହିଥିବା ସତ୍ତେ୍ୱ ହୋର୍ମୁଜ ପ୍ରଣାଳୀ ସ୍ୱାଭାବିକ ହୋଇପାରୁ ନାହିଁ । ଏହା ଯୋଗୁ ବିଶ୍ୱ ବ୍ୟାପୀ ତୈଳ ଓ ଗ୍ୟାସ ସଙ୍କଟ ଘନେଇବାରେ ଲାଗିଛି । ବିଭିନ୍ନ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଏହା ଗୁରୁତର ପ୍ରଭାବ ପକାଉଛି । ଏଭଳି ସ୍ଥିତିରେ ଆମେରିକା ଓ ଇରାନ ନିଜ ଜିଦ୍‌ ଅଟଳ ରହି ପୁଣି ଯୁଦ୍ଧମୁହାଁ ହେଉଛନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶନିବାର ପୁଣି ଇରାନକୁ ଧମକ ଦେଇ ଡିଲ୍ ନ କଲେ ଧ୍ୱଂସ କରିଦେବୁ ବୋଲି କହିଛନ୍ତି । ଟ୍ରମ୍ପ୍ କହିଛନ୍ତି, ଇରାନ ପାଖରେ ବର୍ତ୍ତମାନ ଦୁଇଟି ବିକଳ୍ପ ରହିଛି । ଏହା ଉଚିତ ଢଙ୍ଗରେ ଆଲୋଚନା କରି ଚୂଡ଼ାନ୍ତ ବୁଝାମଣା କରୁ । ନଚେତ୍ ତେହରାନ ବିରୋଧରେ ଆମେରିକା ଏକ ପୂର୍ଣ୍ଣାଙ୍ଗ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେବ । ଏହି କାର୍ଯ୍ୟାନୁଷ୍ଠାନ ପ୍ରଚଣ୍ଡ ହେବ ଏବଂ ଇରାନକୁ ଧ୍ୱଂସ କରିଦେବ । ତେବେ ମାନବିକତା ଦୃଷ୍ଟିକୋଣରୁ ଆମେ ଆଉ ଯୁଦ୍ଧ ଚାହୁଁନାହୁଁ । କିନ୍ତୁ ଆମ ପାଖରେ ବିକଳ୍ପ ରହିଛି । ସେମାନେ ଯଦିଓ ବୁଝାମଣା ଚାହୁଁଛନ୍ତି, କିନ୍ତୁ ଆମେରିକା ପାଇଁ ସେମାନଙ୍କ ପ୍ରସ୍ତାବ ସନ୍ତୋଷଜନକ ହେଉନାହିଁ । ଇରାନର ନେତୃତ୍ୱ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ରହିଛି ।

ବୁଝାମଣା ପ୍ରକ୍ରିୟାକୁ ନେଇ ସେମାନଙ୍କ ମଧ୍ୟରେ ଏକତାର ଅଭାବ ଦେଖାଦେଇଛି । ସେମାନେ ସମ୍ଭବତଃ ଦୁଇ କିମ୍ବା ତିନୋଟି ଗୋଷ୍ଠୀରେ ବିଭକ୍ତ ହୋଇଥିବା ଟ୍ରମ୍ପ୍ କହିଛନ୍ତି । ଟ୍ରମ୍ପ୍ଙ୍କ ଏଭଳି ଧମକ ପରେ ଇରାନର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇରାନର ବରିଷ୍ଠ ସାମରିକ ଅଧିକାରୀ ମହମ୍ମଦ ଜାଫର ଅସଦୀ ଆମେରିକା ସହିତ ପୁନର୍ବାର ଯୁଦ୍ଧ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, ଇରାନର ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି । ଆମେରିକାର ଯେ କୌଣସି ପ୍ରକାର ଭୁଲ ହରକତର ଜୋରଦାର ଜବାବ ଦିଆଯିବ । ଯୁଦ୍ଧ ବନ୍ଦ କିମ୍ବା ହୋର୍ମୁଜ ପ୍ରଣାଳୀ ଖୋଲିବା ନେଇ ଯାହା ବି ପ୍ରସ୍ତାବ ଦିଆଯାଉଛି ଆମେରିକା ତାହାକୁ ଜାଣିଶୁଣି ଅଗ୍ରାହ୍ୟ କରିଦେଉଛି ।

ଏମିତି କି କୌଣସି ବୁଝାମଣାକୁ ବି ଏହା ପାଳନ କରୁନାହିଁ । ଅସଦୀ ଆହୁରି କହିଛନ୍ତି, ଆମେରିକୀୟ ଅଧିକାରୀଙ୍କ ବୟାନ ଏବଂ ପଦକ୍ଷେପ ସବୁ ଦେଖାଣିଆ । ତାହା ସବୁ ଗଣମାଧ୍ୟମ ଆଗରେ ସୀମିତ । ତୈଳ ଦର ହ୍ରାସକୁ ରୋକିବା ସେମାନଙ୍କର ପ୍ରଥମ ଉଦ୍ଦେଶ୍ୟ । ଦ୍ୱିତୀୟ ଆମେରିକା ନିଜେ ଯେଉଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛି, ସେଥିରୁ ବାହାରିବାକୁ ଚାହୁଁଛି । କିନ୍ତୁ ଆମେରିକାର କୌଣସି ଚାଲ୍କୁ ଆମେ ସଫଳ କରାଇ ଦେବୁନାହୁଁ । ଆମେ ନିଜ ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବୁ ।​​​​​​​

  • Related Posts

    ଅଧିନାୟକ ପଦ ଛାଡିଲେ ହରମନପ୍ରୀତ

    ନୂଆଦିଲ୍ଲୀ : ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦ ଛାଡିଛନ୍ତି। ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସ୍ମୃତି ମନ୍ଧାନା ନୂତନ ଅଧିନାୟକ ଭାବରେ ହରମନପ୍ରୀତଙ୍କ ସ୍ଥାନ ନେବେ ବୋଲି…

    Continue reading
    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ