ପଶ୍ଚିମବଙ୍ଗ,୦୪/୦୫: ଶନିବାର ରାତିରେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ନୁଆପାରା ଅଞ୍ଚଳରେ ଥିବା ବିଜେପି ଜିଲ୍ଲା ସମ୍ପାଦକ କୁନ୍ଦନ ସିଂହଙ୍କ ବାସଭବନ ଉପରେ ଦୁଇଜଣ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ସିସିଟିଭିରେ କଏଦ ହୋଇଥିବା ଏହି ଘଟଣା ଭୋଟ ଗଣନା ପୂର୍ବରୁ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ଆକ୍ରମଣ ପରେ କୁନ୍ଦନ ସିଂହ ଅଭିଯୋଗ କରିଛନ୍ତି ଯେ ଦୁଇଜଣ ବ୍ୟକ୍ତି ତାଙ୍କ ବାସଭବନକୁ ଗୁଳି ଚଳାଇଥିଲେ। ଫଳରେ ଅଞ୍ଚଳରେ ଅନେକ ଦିନ ପରେ ବ୍ୟାପକ ଆତଙ୍କ ଖେଳିଯାଇଥିଲା। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ବିଜେପି ସଦସ୍ୟମାନଙ୍କୁ ଭୟଭୀତ କରିବା ପାଇଁ ଏହି ଆକ୍ରମଣ ସ୍ୱତନ୍ତ୍ର ଭାବରେ ପ୍ରାୟୋଜିତ ହୋଇଛି। ସେ କହିଛନ୍ତି ଯେ, ରାତିରେ ଆକାଶ ଚୌଧୁରୀ ଏବଂ ଅମନ ନାମକ ଦୁଇଜଣ ବ୍ୟକ୍ତି ମୋ ଘର ବାହାରେ ପହଞ୍ଚି ବିଭିନ୍ନ ମାରଣାସ୍ତ୍ର ଦେଖାଇ ଆତଙ୍କ ଖେଳାଇବା ସହ ଗୁଳିମାଡ଼ କରିଥିଲେ। ସେମାନେ ବହୁ ଦିନ ଧରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିଲେ। ନିର୍ବାଚନରେ ତୃଣମୂଳ କଂଗ୍ରେସ ପରାଜିତ ହେବା ଜାଣି ବିଜେପିକୁ ଭୟଭୀତ କରିବା ସେମାନଙ୍କ ଉଦ୍ଦେଶ୍ୟ ଥିଲା, କିନ୍ତୁ କେହି ଭୟଭୀତ ହେବେ ନାହିଁ। ଆମେ ନିର୍ବାଚନ ଜିତିବୁ ବୋଲି ଶ୍ରୀ ସିଂହ କହିଛନ୍ତି।
ଭବାନୀପୁରରେ ହାରିଲେ ମମତା
ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଡବଲ ଝଟକା ଲାଗିଛି । ଗୋଟିଏ ପଟେ ତାଙ୍କ ସରକାରର ପତନ ହୋଇଥିବାବେଳେ ଅପରପକ୍ଷରେ ନିଜ ନିର୍ବାଚନମଣ୍ଡଳୀ ଭବାନୀପୁରରେ ବି ସେ ପରାଜୟର ସାମ୍ନା କରିଛନ୍ତି । ୧୮ତମ…


