ତାମିଲନାଡୁରେ ବିଜୟ ସରକାର !

ଗର୍ବିତ ଓଡ଼ିଆ : ତାମିଲନାଡୁ ଜନତା କୌଣସି ଦଳକୁ ମଧ୍ୟ ଏକପାଖିଆ ସମର୍ଥନ କରିନାହାନ୍ତି । ତେବେ ସବୁଠାରୁ ବଡ଼କଥାଟି ହେଉଛି ତାମିଲନାଡୁରେ ବିଜୟଙ୍କ ଦଳ ଟିଭିକେ ୯୮ ଆସନରେ ଆଗୁଆ ଥିବାବେଳେ ଏଡ଼ିଏମକେ ୭୩ ଆସନରେ ଆଗୁଆ ରହିଛି । ସେହିପରି ୬୪ ଆସନରେ ଡିଏମକେ ଅଗ୍ରଣୀ ଲାଭ କରିଛି । ଯଦି ଏହି ଟ୍ରେଣ୍ଡ ଜାରିରହେ ତେବେ ବିଜୟ ହିଁ ସରକାର ଗଢ଼ିବା ସ୍ଥିତିକୁ ଆସିଯିବେ । ଡିଏମକେ କିମ୍ବା ଏଡ଼ିଏମକେ ସହ ସେ ମେଣ୍ଟ କରିପାରନ୍ତି । ତେବେ ପୂର୍ବରୁ ବିଜେପିର ପ୍ରସ୍ତାବକୁ ବିଜୟ ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ ନିର୍ବାଚନ ପରେ ହୁଏତ ସେ ମନ ବଦଳାଇପାରନ୍ତି । ତାମିଲନାଡୁରେ ଗଣତି ଯେତିକି ଆଗକୁ ବଢୁଛି, ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ଙ୍କ ରକ୍ତଚାପ ସେତିକି ବଢ଼ିବାରେ ଲାଗିଛି । ପ୍ରାରମ୍ଭିକ ଗଣନାରେ ଷ୍ଟାଲିନଙ୍କ ଡିଏମକେ ଏବେ ତୃତୀୟ ସ୍ଥାନରେ ରହିଛି । ଯଦି ଏଭଳି ଟ୍ରେଣ୍ଡ ଆଉ ୧ ଘଣ୍ଟା ଜାରି ରହେ ତେବେ ଷ୍ଟାଲିନଙ୍କ ଦଳକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିବ । ସେପଟେ ଟିଭିକେ ହିଁ କିଙ୍ଗ ମେକର ଅଥବା କିଙ୍ଗ ଭୂମିକାରେ ଅବତୀର୍ଣ୍ଣ ହେବ ।
ଯଦି ନିର୍ବାଚନ କମିଶନଙ୍କ ତଥ୍ୟକୁ ଦେଖିବା ତେବେ ଟିଭିକେ ୭୩ ଆସନରେ ଆଗୁଆ ଥିବାବେଳେ ଏଡିଏମକେ ୫୪ ଓ ଡିଏମକେ ୨୯ ଆସନରେ ଆଗୁଆ ରହିଛି । କଂଗ୍ରେସ ୫ ଓ ପିଏମକେ ୪ ଆସନରେ ଆଗୁଆ ଅଛି ।

Related Posts

ଭବାନୀପୁରରେ ହାରିଲେ ମମତା

ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଡବଲ ଝଟକା ଲାଗିଛି । ଗୋଟିଏ ପଟେ ତାଙ୍କ ସରକାରର ପତନ ହୋଇଥିବାବେଳେ ଅପରପକ୍ଷରେ ନିଜ ନିର୍ବାଚନମଣ୍ଡଳୀ ଭବାନୀପୁରରେ ବି ସେ ପରାଜୟର ସାମ୍ନା କରିଛନ୍ତି । ୧୮ତମ…

Continue reading
ବିଜୟ ହାରୁଛନ୍ତି ଶୁଣି ନିଜ ଗଳା କାଟିଲେ ଫ୍ୟାନ୍

ଚେନ୍ନାଇ: ତାମିଲନାଡ଼ୁ ରାଜନୀତି ଓ ସିନେମା ଜଗତର ସମ୍ପର୍କ ଅତି ନିବିଡ଼, କିନ୍ତୁ କେତେବେଳେ ଏହି ଅନ୍ଧଭକ୍ତି ଜଣକର ଜୀବନ ନେଇପାରେ ତାହା କେହି କଳ୍ପନା କରିନଥିଲେ । ସୁପରଷ୍ଟାର୍ ଥାଲାପତି ବିଜୟଙ୍କୁ ନେଇ ଉଠିଥିବା ଏକ ଗୁଜବ ଯୋଗୁଁ ଜଣେ…

Continue reading

Leave a Reply

Your email address will not be published. Required fields are marked *

You Missed

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ