ଭୋଟ୍ ଗଣତି: ତିନି ମୁଖ୍ୟମନ୍ତ୍ରୀ ପଛରେ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ, ଆସାମା ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଭୋଟ୍ ଗଣତି ଚାଲିଥିବା ବେଳେ ତିନି ଜଣ ମୁଖ୍ୟମନ୍ତ୍ରୀ ନିଜ ନିଜ ଆସନରେ ପଛରେ ଚାଲିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରେ ପଛରେ ଚାଲିଥିବା ବେଳେ ତାମଲନାଡୁରେ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଓ କେରଳମରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ପଛରେ ଚାଲିଛନ୍ତି। ଷ୍ଟାଲିନ କୋଲାଥୁର ଆସନରେ ପଛରେ ଚାଲିଥିବା ବେଳେ ବିଜୟନ ‘ଧର୍ମଦାମ’ ଆସନରେ ପଛରେ ରହିଛନ୍ତି।

ଏହି ତିନି ମୁଖ୍ୟମନ୍ତ୍ରୀଙ୍କ ସହିତ ସେମାନଙ୍କ ନେତୃତ୍ୱାଧୀନ ଦଳଗୁଡ଼ିକ ମଧ୍ୟ ପଛରେ ଚାଲିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ୧୪୮ଟି ଆସନରେ ଆଗରେ ଥିବା ବେଳେ ମମତାଙ୍କ ଟିଏମ୍‌ସି ୧୨୨ଟି ଆସନରେ ଆଗରେ ରହିଛି। ବାମ ଦଳ ଗୋଟିଏ ଓ ଅନ୍ୟାନ୍ୟ ୩ଟି ଆସନରେ ଆଗରେ ରହିଛନ୍ତି।

ତାମିଲନାଡୁରେ ଟିଭିକେ ୧୦୪ଟି ଆସନରେ ଆଗରେ ରହିଥିବା ବେଳେ ଏଆଇଏଡିଏମ୍‌କେ ୭୭ଟି ଓ ଡିଏମ୍‌କେ ୫୧ଟି ଆସନରେ ଆଗରେ ରହିଛି।
କେରଳମ୍‌ରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୯୬ଟି ଆସନରେ ଆଗରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଦଳ ସିପିଆଇ (ଏମ୍‌) ନେତୃତ୍ୱାଧୀନ ଏଲ୍‌ଡିଏଫ ୪୧ଟି ଆସନରେ ଆଗରେ ରହିଛି। ବିଜେପି ମେଣ୍ଟ ଗୋଟିଏ ଆସନରେ ଆଗରେ ରହିଥିବା ବେଳେ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ରହିଛନ୍ତି।

  • Related Posts

    ରାଜ୍ୟସଭା ସାଂସଦଙ୍କ ୨୯’ ଅଙ୍କ : ମନମୋହନ ସାମଲ

    ଓଡ଼ିଶାର ରାଜ୍ୟସଭା ସାଂସଦମାନେ ଏବେ ୨୦୨୯ ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ କରିଦେଇଛନ୍ତି । କିଏ ଲୋକସଭା ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛନ୍ତି ତ ଆଉ କିଏ ବିଧାନସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁୂତି ଆରମ୍ଭ କରିଦେଇଛନ୍ତି । ମନମୋହନ ସାମଲ ବିଜେପି…

    Continue reading
    ଦିଲ୍ଲୀ ବନ୍ଦ: ମୋବାଇଲ ନେଟ୍, ମେଟ୍ରୋ, ରାସ୍ତା ଅବରୋଧ

    ନୂଆଦିଲ୍ଲୀ: ଦିଲ୍ଲୀର ସୀମାରେ ଯାଞ୍ଚ ଏବଂ ଭିତରେ ବ୍ୟାରିକେଡ୍ ରାସ୍ତା, ମୋବାଇଲ ଇଣ୍ଟରନେଟ୍ ବନ୍ଦ ଏବଂ ମେଟ୍ରୋ ଷ୍ଟେସନ ବନ୍ଦ — ଶନିବାର ସକାଳେ ଜନ୍ତର ମନ୍ତରରେ ପ୍ରତିବାଦକାରୀମାନଙ୍କୁ ଏକାଠି ହେବାରୁ ରୋକିବା ପାଇଁ ଦିଲ୍ଲୀ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ