ବିଜୟ ହାରୁଛନ୍ତି ଶୁଣି ନିଜ ଗଳା କାଟିଲେ ଫ୍ୟାନ୍

ଚେନ୍ନାଇ: ତାମିଲନାଡ଼ୁ ରାଜନୀତି ଓ ସିନେମା ଜଗତର ସମ୍ପର୍କ ଅତି ନିବିଡ଼, କିନ୍ତୁ କେତେବେଳେ ଏହି ଅନ୍ଧଭକ୍ତି ଜଣକର ଜୀବନ ନେଇପାରେ ତାହା କେହି କଳ୍ପନା କରିନଥିଲେ । ସୁପରଷ୍ଟାର୍ ଥାଲାପତି ବିଜୟଙ୍କୁ ନେଇ ଉଠିଥିବା ଏକ ଗୁଜବ ଯୋଗୁଁ ଜଣେ ଯୁବକ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ପୁଲିସ ସୂଚନା ଅନୁଯାୟୀ, କ୍ରିଷ୍ଣାଗିରି ଅଞ୍ଚଳର ୨୮ ବର୍ଷୀୟ ଯୁବକ କେ. ମହେନ୍ଦ୍ରନ୍, ଅଭିନେତା ବିଜୟଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ତାଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଡ଼ଗମ’ (TVK)ର ସକ୍ରିୟ ସମର୍ଥକ । ସୋମବାର ସକାଳୁ ଭୋଟ୍ ଗଣତି ଆରମ୍ଭ ହେବା ପୂର୍ବରୁ ସହରରେ ଚର୍ଚ୍ଚା ହୋଇଥିଲା ଯେ ବିଜୟ ନିର୍ବାଚନରେ ପଛୁଆ ଅଛନ୍ତି କିମ୍ବା ହାରିଯାଇପାରନ୍ତି ।

ପ୍ରିୟ ନେତାଙ୍କ ପରାଜୟ ଖବର ସହ୍ୟ କରିନପାରି ମହେନ୍ଦ୍ରନ୍ ନିଜର ମାନସିକ ସନ୍ତୁଳନ ହରାଇ ବସିଥିଲେ। ଏକ ଧାରୁଆ ଅସ୍ତ୍ରରେ ସେ ସର୍ବସାଧାରଣରେ ନିଜ ଗଳା କାଟି ପକାଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ ଏବଂ ତୁରନ୍ତ ତାଙ୍କୁ ଉଦ୍ଧାର କରି କ୍ରିଷ୍ଣାଗିରି ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେ ଆଇସିୟୁରେ (ICU) ଚିକିତ୍ସିତ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେଉଁ ପରାଜୟର ଗୁଜବ ପାଇଁ ମହେନ୍ଦ୍ରନ୍ ଏଭଳି ଚରମ ପଦକ୍ଷେପ ନେଲେ, ପ୍ରକୃତ ଫଳାଫଳ ତାହାର ସମ୍ପୂର୍ଣ୍ଣ ଓଲଟା ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ବିଜୟଙ୍କ ଦଳ TVK ତାମିଲନାଡୁରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି । ଅନେକ ଆସନରେ ବିଜୟଙ୍କ ପ୍ରାର୍ଥୀମାନେ ଆଗୁଆ ରହିଥିବା ବେଳେ TVK ଏକ ବୃହତ୍ତମ ଶକ୍ତି ଭାବେ ଉଭା ହୋଇଛି । ଭୋଟ୍ ଗଣତି ଏବେ ବି ଜାରି ରହିଛି, କିନ୍ତୁ ବିଜୟଙ୍କ ଲୋକପ୍ରିୟତା ଭୋଟରେ ପରିଣତ ହେଉଥିବା ସ୍ପଷ୍ଟ ଜଣାପଡ଼ୁଛି ।
ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ପ୍ରଶାସନ ପକ୍ଷରୁ ସାଧାରଣ ଜନତା ଓ ସମର୍ଥକମାନଙ୍କୁ କୌଣସି ଅସମର୍ଥିତ ଖବର ବା ଗୁଜବ ଉପରେ ବିଶ୍ୱାସ ନକରିବାକୁ ଅନୁରୋଧ କରାଯାଇଛି ।

  • Related Posts

    ଆଜି ସନ୍ଧ୍ୟାରେ ଧାମରାରୁ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

    ଧାମରା : ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଆଜି ସନ୍ଧ୍ୟା ୬.୨୫ମିନିଟ ସମୟରେ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଆଜି ଏହା ଧାମରା ଠାରେ ଥିବା କଲାମ ଘାଟିରୁ ୪ନଂ ଲାଞ୍ଚପ୍ୟାଡ଼ରୁ ପରୀକ୍ଷଣ କରାଯାଇଥିଲା। ଏହା…

    Continue reading
    ମେ’ ୯ ତାରିଖରେ ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ

    ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଲର ନେତା ଭାବେ ନିର୍ବାଚିତ ହେବ। ପରେ ଆଗାମୀ ୯ତାରିଖ ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ