ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ । ୨୦୨୪ ପରାଜୟର ପ୍ରତିଶୋଧ ନେବା ପାଇଁ ଏବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସଂଗଠନ ସଜାଡ଼ିବାରେ ଲାଗିଛନ୍ତି । ରାଜ୍ୟ ଟିମ୍ରେ ଆହୁରି ୮୯ ନେତାଙ୍କୁ ସାମିଲ୍ କରାଯାଇଛି । ସେପଟେ ଦୀର୍ଘଦିନ ପରେ ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଛି । ବରିଷ୍ଠ ନେତା ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଥିବାବେଳେ ମନ୍ମଥ ରାଉତରାୟଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି । ସେହିପରି ବାଲେଶ୍ୱରରେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସଭାପତି କରାଯାଇଥିବାବେଳେ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି ବିଧାୟକ ଗୌତମବୁଦ୍ଧ ଦାସ । ଏମାନଙ୍କବ୍ୟତୀତ ବିଧାୟକ ନଳିନୀ କାନ୍ତ ପ୍ରଧାନଙ୍କୁ ଅନୁଗୁଳ ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରୀ ସଭାପତି, ମହୀଧର ରଣାଙ୍କୁ ବୌଦ୍ଧ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି, ନରୋତ୍ତମ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରୀ ସଭାପତି ଓ ପ୍ରମୋଦ ପଟ୍ଟନାୟକଙ୍କୁ କେନ୍ଦୁଝର ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଛି । ଅରପକ୍ଷରେ ୮୯ ନେତାଙ୍କୁ ନବୀନ ବାବୁ ରାଜ୍ୟ କମିଟିରେ ସାମିଲ୍ କରି ଗୁରୁତ୍ୱପୂର୍ଣ୍ଣ ପଦଦବୀ ଦେଇଛନ୍ତି । ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ।ଇଛନ୍ତି ରଘୁନନ୍ଦନ ଦାସ, ଜୀବନ ପ୍ରଦୀ ଦାସ, ସାନନ୍ଦ ମାରାଣ୍ଡି, ଚନ୍ଦ୍ରସାରଥି ବେହେରା ଓ ରମାରଞ୍ଜନ ବଳିୟାରସିଂହ । ଯେତେବେଳେକି ସୁଦର୍ଶନ ହରିପାଲ, ୍ରଦୀ କୁମାର ସାହୁ, ସୁଜାତା ସାହୁ, ମନୋରମା ମହାନ୍ତି, ମାଧବ ଧଡ଼ା, ରୂପେଶ କୁମାର ।ଣିଗ୍ରାହୀ, ସୁନୀଲ ମହାନ୍ତି, ବିଶ୍ୱରଞ୍ଜନ ମଲ୍ଲିକ, ଅଭିମନ୍ୟୁ ସେଠୀ, ରୋହିତ ଯୋଶେଫ ତିର୍କୀ, ରୁଦ୍ର ପ୍ରତା ମହାରଥି, ଧନୁର୍ଜୟ ସିଦ୍ଦୁ, ପ୍ରମୋଦ ସାମଲ, କାଶୀନାଥ ହେମ୍ବ୍ରମ, ବିଷ୍ଣୁବ୍ରତ ରାଉତରାୟ, ଅବିନାଶ ସାମଲ, ଈଶ୍ୱର ପାଣିଗ୍ରାହୀ, ଗୋବର୍ଦ୍ଧନ ଦାସ, ଏମଡ଼ି ସକିଲ୍, ସୁବାସ ଚନ୍ଦ୍ର ପାତ୍ର, ଜଗଦୀଶ ପାତ୍ର, ସୁରେନ୍ଦ୍ର ମହାପାତ୍ର, ଜଗବନ୍ଧୁ ଦାସ, ଶିଶିର ପରିଜା, ପ୍ରଶାନ୍ତ ନାୟକ, ଅମୀୟ ଦାସ ଓ ବିପ୍ଳବ ପାତ୍ରଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି ।
ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ…







