ଫେରିଲା ମହାପ୍ରଭୁ ଲିଙ୍ଗରାଜଙ୍କ ୧୪୯ ଏକର ୫୭୦ ଡେସିମିଲ ଜମି

ଭୁବନେଶ୍ୱର: ଭୁବନେଶ୍ୱର ଓ ଏହାର ପାଶ୍ୱର୍ବର୍ତ୍ତୀ ରାଜସ୍ୱ ଗ୍ରାମରେ ମହାପ୍ରଭୁ ଲିଙ୍ଗରାଜଙ୍କର ପ୍ରାୟ ୩ ହଜାର ୬୦୦ ଏକର ଜମି ରହିଛି । ଏକର ଏକର ଜମି ସରକାରଙ୍କ ଅଧୀନରେ ଥିଲା । ଜମିଦାର ଉଚ୍ଛେଦ ଆଇନ ପରେ ସରକାର ଜମି ଫେରସ୍ତ ନ କରିବାରୁ ୧୯୯୧ରେ ମକଦ୍ଦମାରେ ଆରମ୍ଭ ହେଲା । ସେବେଠାରୁ ଏହି ମାମଲା କୋର୍ଟରେ ଗଡ଼ୁ ଥିଲା । ଚଳିତ ବନ୍ଦୋବସ୍ତ ପୂର୍ବରୁ ସରକାର ଶ୍ରୀଜିଉଙ୍କ ସମସ୍ତ ଭୂସମ୍ପତ୍ତି ରେକର୍ଡକୁ ଜବତ କରି ନେଇଥିଲେ । ଏହା ପରେ ଠାକୁରଙ୍କ ଖୋଦ ଦଖଲ ଜମିକୁ ସରକାରୀ ଜମି ଭାବେ ପରିବର୍ତ୍ତନ କରି ଦେଇଥିଲେ । ତେବେ ୨୦୨୨ ମସିହାରେ ମାମଲାର ଶୁଣାଣି ହୋଇ ଚୂଡ଼ାନ୍ତି ନିଷ୍ପତ୍ତି ନିଆଯାଇଛି । ଅଦାଲତ ଶ୍ରୀଲିଙ୍ଗରାଜଙ୍କ ଖାତାକୁ ଉପରୋକ୍ତ ପରିମାଣର ଜମି ଫେରାଇ ଦେବାକୁ ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ପର୍ୟ୍ୟାୟକ୍ରମେ ରେକର୍ଡ ସଂଶୋଧନ ହୋଇ ଉକ୍ତ ସରକାରୀ ଜମି ଠାକୁରଙ୍କ ଖାତାରେ ଚଢ଼ିଛି । ଦୀର୍ଘ ୩୦ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମି ଫେରାଇଛନ୍ତି ରାଜ୍ୟ ସରକାର । ଶ୍ରୀଲିଙ୍ଗରାଜଙ୍କ ଖାତାକୁ ସରକାର ୧୪୯ ଏକର ୫୭୦ ଡେସିମିଲ ଜମି ଫେରାଇଛନ୍ତି । ଫେରସ୍ତ ହୋଇଥିବା ସରକାରୀ ଜମି ମଧ୍ୟରୁ ଅଧିକାଂଶ ଭୁବନେଶ୍ୱର, ରାଜାରାଣୀ, ଗୌତମନଗର, କପିଳପ୍ରସାଦ ଆଦି ରାଜସ୍ୱ ଗ୍ରାମରେ ରହିଛି । ତଥାପି ୯୦ ପ୍ରତିଶତ ଜମି ଏବେବି ଜବର ଦଖଲରେ ରହିଛି ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ