ଶାଶୂ ଘର ଦୁଆରେ ବସି ନ୍ୟାୟ ମାଗୁଥିଲେ, ହାଣିଦେଲେ

ହିଞ୍ଜିଳି(ଗଞ୍ଜାମ): ସୋସିଆଲ ମିଡିଆରୁ ପରିଚୟ…ମନ ଦିଆନିଆ, ଲୁଚିଛପି ପୁରୀରେ କଲେ ପ୍ରେମ ବିବାହ । ଉଭୟଙ୍କ ପ୍ରେମର ସନ୍ତକ ଝିଅଟିଏ ରହିଛି, 4 ମାସର ଅନ୍ତଃସ୍ବତ୍ତା ଥିଲେ ମହିଳା । ସ୍ବାମୀକୁ ପାଇବା ପାଇଁ ଶାଶୂ ଘରେ ଧାରଣାରେ ବସିଥିବା ବେଳେ ଦିଅର ଟାଙ୍ଗିଆ ଚୋଟରେ ଚାଲିଗଲା ଜୀବନ । ଏଭଳି ଏକ ଛାତିଥରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅନ୍ତର୍ଗତ କେ.ଖରିଡା ଗ୍ରାମରେ । ମୃତ ମହିଳା ଜଣକ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁଗାଁ ଅଞ୍ଚଳର ୨୧ ବର୍ଷୀୟ ପୂଜା ସ୍ଵାଇଁ ।
ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ମଙ୍ଗଳବାର ହିଞ୍ଜିଳି ପୋଲିସ କେସ ନଂ- ୨୯୭/୨୬ରେ ଏକ ମାମଲା ରୁଜୁ କରିଛି । ଏଥିସହ ଗତ ସନ୍ଧ୍ୟାରେ ସାଇଣ୍ଟଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଦିଅରକୁ ଥାନାରେ ଅଟକ ରଖିଛି ।

ମୃତ୍ୟୁ ପୂର୍ବରୁ ପୂଜା ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁଯାୟୀ, ଗତ ଦୁଇ ବର୍ଷ ତଳେ ମୃତ ପୂଜା ସୋସିଆଲ ମିଡିଆ ଜରିଆରେ କେ. ଖରିଡା ଗ୍ରାମର ଚିଣ୍ଟୁ ଗୌଡକୁ ଭଲ ପାଇଥିଲେ । ଏହା ପରେ ଦୁହେଁ ମିଳାମିଶା କରିଥିଲେ । ପରେ ଦୁହେଁ ପୁରୀ ଜିଲ୍ଲା ଡେଲାଙ୍ଗର ଏକ ଶିବ ମନ୍ଦିରରେ ବିବାହ କରିଥିଲେ । ଏପରିକି ଗତ କିଛି ମାସ ଧରି ଉଭୟ ପୁରୀରେ ଭଡ଼ା ଘରେ ରହୁଥିଲେ । ଉଭୟଙ୍କ ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ଏହାସହ 4 ମାସର ଅନ୍ତଃସ୍ବତ୍ତା ଥିଲେ ମହିଳା ।’

ଉଭୟେ ପୁରୀରେ ରହୁଥିବା ବେଳେ ଗତ 15 ଦିନ ତଳେ ଚିଣ୍ଟୁ ପରିବାର ଲୋକଙ୍କୁ ଦେଖା କରିବାକୁ କହି ମହିଳାଙ୍କୁ ଛାଡ଼ି ଚାଲିଯାଇଥିଲେ । ଏନେଇ ପୂଜା ନ୍ୟାୟ ପାଇବା ଆଶା ରଖି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ -୨୪୧/୨୬ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରିଥିଲା । ଏହାପରେ ମୃତା ମହିଳାଙ୍କ ଅଭିଯୋଗ କ୍ରମେ ଚିଣ୍ଟୁଙ୍କ ବାପା, ମା’ ଓ ଭଉଣୀଙ୍କୁ ଥାନାକୁ ଡାକି ଆପୋଷ ବୁଝାମଣା କରି ଛାଡିଥିଲା ।

ଗତ ସୋମବାର ମହିଳା ଜଣଙ୍କ କେ. ଖରିଡା ଯାଇ ସ୍ବାମୀଙ୍କ ଘର ବାରଣ୍ଡାରେ ଧାରଣା ଦେଇଥିଲେ । ଏହା ପରେ ଗତକାଲି(ମଙ୍ଗଳବାର) ଚିଣ୍ଟୁଙ୍କ ନାବାଳକ ସାନଭାଇ ପୂଜାଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ମୃତଦେହ ପଡିଥିବା ବେଳେ ପାଖରେ ବସି କାନ୍ଦୁଥିଲା କୁନି ଝିଅ । ଏଭଳି ଘଟଣାଟି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଛି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ଓ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ତତ୍ତ୍ବାବଧାନରେ ହତ୍ଯାକାଣ୍ଡର ଖୋଳତାଡ଼ ଜାରି ରଖିଛନ୍ତି ।

ନ୍ୟାୟ ପାଇବା ପାଇଁ ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଥିଲେ ମହିଳା । ନ୍ୟାୟ ବଦଳରେ ଅମାନୁଷିକ ଭାବେ ହତ୍ୟା କଲେ ଦିଅର । ଏହି ଘଟଣା ସମଗ୍ର ଗଞ୍ଜାମ ଜିଲ୍ଲାରେ ଆଲୋଡନ ଖେଳାଇ ଦେଇଛି । ଅଭିଯୁକ୍ତ ନାବାଳକ ଅଟକ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ମୃତ୍ୟୁ ପୂର୍ବରୁ ମହିଳା ଜଣକ ସ୍ଥାନୀୟ ଗଣମାଧ୍ୟମ ସମ୍ମୁଖରେ ନିଜର ଦୁଃଖ ବର୍ଣ୍ଣନା କରିଥିଲେ । ଏହାର କିଛି ଘଣ୍ଟା ପରେ ହତ୍ୟାର ଶିକାର ହୋଇଥିବା ଜଣାପଡିଛି ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ