ଯାନ୍ତ୍ରିକ ତ୍ରୁଟି: ଭାରତୀୟ ଜାହାଜକୁ ଉଦ୍ଧାର କଲା ପାକିସ୍ତାନ ନୌସେନା

ବୁଧବାର ଆରବ ସାଗର ମଧ୍ୟରେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅତି ଅସହାୟ ଅବସ୍ଥାରେ ଅଟକି ରହିଥିବା ଏକ ଭାରତୀୟ ବ୍ୟବସାୟିକ ଜାହାଜକୁ ପାକିସ୍ତାନ ନୌସେନା ସଫଳତାର ସହ ଉଦ୍ଧାର କରିଛି। ”ଏମଭି ଗୌତମ” ନାମକ ମାଲବାହୀ ଜାହାଜଟି ଓମାନରୁ ଭାରତ ଅଭିମୁଖେ ଯାତ୍ରା କରୁଥିବା ସମୟରେ ସମୁଦ୍ର ମଝିରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା, ଯାହାଫଳରେ ଜାହାଜଟି ସେଠାରେ ଫସି ରହିଥିଲା। ମୁମ୍ବାଇସ୍ଥିତ ମାରିଟାଇମ୍ ରେସ୍କ୍ୟୁ ଆଣ୍ଡ କୋଅର୍ଡିନେସନ୍ ସେଣ୍ଟର (ଏମଆରସିସି) ପକ୍ଷରୁ ଏହି ସଙ୍କଟ ସମ୍ପର୍କରେ ଇସଲାମାବାଦ କର୍ତ୍ତୃପକ୍ଷଙ୍କୁ ଜଣାଯାଇ ଜରୁରୀକାଳୀନ ସହାୟତା ପାଇଁ ଅନୁରୋଧ କରାଯିବା ପରେ ପାକିସ୍ତାନ ପକ୍ଷରୁ ତୁରନ୍ତ ଏହି ପଦକ୍ଷେପ ନିଆଯାଇଥିଲା।

ଭାରତର ଅନୁରୋଧକୁ ରକ୍ଷା କରି ପାକିସ୍ତାନ ନୌସେନା ନିଜର ପ୍ରତିରକ୍ଷା ଜାହାଜ ”ପିଏମଏସଏସ କାଶ୍ମୀର”କୁ ତୁରନ୍ତ ଉଦ୍ଧାର କାର୍ୟ୍ୟ ପାଇଁ ସମ୍ପୃକ୍ତ ଅଞ୍ଚଳକୁ ପଠାଇଥିଲା। ଜାହାଜରେ ଥିବା ୭ ଜଣ କ୍ରୁ ସଦସ୍ୟ, ଯାହା ମଧ୍ୟରେ ୬ ଜଣ ଭାରତୀୟ ଓ ଜଣେ ଇଣ୍ଡୋନେସିଆର ନାଗରିକ ସାମିଲ ଥିଲେ, ସେମାନଙ୍କୁ ପାକିସ୍ତାନ ସେନା ପକ୍ଷରୁ ଜରୁରୀକାଳୀନ ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ସେବା ଏବଂ ବୈଷୟିକ ସହାୟତା ଯୋଗାଇ ଦିଆଯାଇଛି। ପାକିସ୍ତାନ ମାରିଟାଇମ୍ ସେକ୍ୟୁରିଟି ଏଜେନ୍ସି (ପିଏମଏସଏ)ର ସହଯୋଗରେ ଏହି ମିଶନ୍ ସମ୍ପନ୍ନ ହୋଇଥିବା ବେଳେ ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପାକିସ୍ତାନୀ ସୈନ୍ୟମାନେ ବିପଦରେ ଥିବା କ୍ରୁ ସଦସ୍ୟଙ୍କୁ ସାହାଯ୍ୟ କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ, ଗତ ମାସରେ ମଧ୍ୟ ପାକିସ୍ତାନ ନୌସେନା ଉତ୍ତର ଆରବ ସାଗରରେ ଏକ ଜରୁରୀକାଳୀନ ସଙ୍କେତ ପାଇ ଚୀନ୍, ବାଂଲାଦେଶ ଓ ମିଆଁମାର ସମେତ ୧୮ ଜଣ ବିଦେଶୀ ନାଗରିକଙ୍କୁ ”ଏମଭି ଗୋଲ୍ଡ ଅଟମ୍” ଜାହାଜରୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିଜର ମାନବୀୟ ସେବାର ପରିଚୟ ଦେଇଥିଲା।

  • Related Posts

    ଆଜି ସନ୍ଧ୍ୟାରେ ଧାମରାରୁ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

    ଧାମରା : ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଆଜି ସନ୍ଧ୍ୟା ୬.୨୫ମିନିଟ ସମୟରେ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଆଜି ଏହା ଧାମରା ଠାରେ ଥିବା କଲାମ ଘାଟିରୁ ୪ନଂ ଲାଞ୍ଚପ୍ୟାଡ଼ରୁ ପରୀକ୍ଷଣ କରାଯାଇଥିଲା। ଏହା…

    Continue reading
    ମିଳିଗଲା ୧୧୮ ବିଧାୟକଙ୍କ ସମର୍ଥନ ସରକାର କରିବେ ବିଜୟ

    ତାମିଲନାଡୁ:ତାମିଲନାଡୁରେ ସବୁ ପ୍ରକାର ରାଜନୈତିକ ଦାଓପେଞ୍ଚ-ଗୋଟିଚାଳନା, କଳ୍ପନା-ଜଳ୍ପନାର ଅନ୍ତ ହୋଇଛି । ରାଜ୍ୟପାଳଙ୍କୁ ୪ଟା ୩୦ ସୁଦ୍ଧା ଭେଟିବାକୁ ଯାଉଛନ୍ତି ଥାଲାପତି ବିଜୟ । କଂଗ୍ରେସ ପକ୍ଷରୁ ୫, ଭିଦୁଥାଲାଇ ଚିରୁଥାଇଗଲ କାଟଚି (ଭିସିକେ), ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍‌)ଓ କମ୍ୟୁନିଷ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ