ନବୀନ ବିଶ୍ବାସଘାତକ: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, “ନବୀନ ପଟ୍ଟନାୟକଙ୍କୁ ଯେଉଁମାନେ ମୁଖ୍ୟମନ୍ତ୍ରୀ ପାଇଁ ଆଣିଥିଲେ ନବୀନ ତାଙ୍କ ସହ ବିଶ୍ୱାସ ଘାତକ କରିଛନ୍ତି । ଯେଉଁ ମାନେ ନବୀନ ବାବୁଙ୍କୁ ଦିଲ୍ଲୀରୁ ଧରି ଆସିଥିଲେ ନବୀନ ତାଙ୍କ ପଛରୁ ଛୁରା ମାରିଛନ୍ତି । ବିଶ୍ୱାସ ଘାତକ କଥା ଆଜି ନବୀନ ବାବୁ କାହାକୁ କହୁଛନ୍ତି । ନବୀନ ବାବୁ ନିଜେ ଜଣଙ୍କ ପରେ ଜଣଙ୍କୁ ପଛରୁ ଛୁରୀ ମାରି ବିଶ୍ୱାସ ଘାତକ ପାଲଟିଛନ୍ତି । ନବୀନଙ୍କୁ ବିଶ୍ୱାସ ଘାତକ ଶବ୍ଦ ଶୋଭା ପାଉନାହିଁ । ଜନାଦେଶ ଯେତେବେଳେ ବିଜେଡି ବିରୋଧରେ ଯାଇଛି ସେଠୀ କର୍ମୀ ମାନଙ୍କର ଭୁଲ କଣ । ଠିକ୍ ଢଙ୍ଗରେ ନବୀନ ବାବୁ ଶାସନ କରି ପାରିଲେନି ବୋଲି ଜନମତ ତାଙ୍କ ବିରୋଧରେ ଗଲା ।”

ବିଗତ ଦୁଇ ବର୍ଷ ହେଲା ଓଡ଼ିଶାରେ ବିଜେପି ସରକାର ଅଛି । ଦୁଇ ବର୍ଷରେ ବିଜେପି ସରକାର ଓଡ଼ିଶା ଓ ଓଡ଼ିଶାର ଲୋକଙ୍କ ପାଇଁ ବୋଝ ପାଲଟିଗଲାଣି । ତେଣୁ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆମକୁ ଲଢ଼ିବାକୁ ପଡିବ । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଓଡ଼ିଶାବାସୀ ସମ୍ମୁଖୀନ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ପଡିବ । ତେଣୁ ଆମକୁ ଏକଜୁଟ ହେବାକୁ ପଡିବ । ଏହି ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେପଟେ ନବୀନଙ୍କ ଆହ୍ୱାନର ଜବାବ ରଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ ।

  • Related Posts

    ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍, ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

    ଭୁବନେଶ୍ୱର: ‘ନବୀନ ନିବାସ’ ସାମ୍ନାରେ ହଟିବ ବ୍ୟାରିକେଡ୍! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ହୋଇଛି ପୂର୍ତ୍ତ ବିଭାଗ। ରାଜଧାନୀ ଭୁବନେଶ୍ୱରର ଓଲ୍ଡ ଏୟାରପୋର୍ଟ ରୋଡ୍ ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ କରାଯାଇଥିବା ସୁରକ୍ଷା…

    Continue reading
    ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

    କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ। ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ। ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ଶପଥ ଗ୍ରହଣ ଉତ୍ସବରେ ସାମିଲ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉପସ୍ଥିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ