ଆମେରିକାକୁ ସାଉଦି ବାୟୁସୀମା ଓ ବିମାନଘାଟି ମନା

ରିୟାଦ/ୱାଶିଂଟନ : ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଏବେ ବି ଥମିନାହିଁ । ଏଭଳି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ଶକ୍ତ ଝଟ୍‌କା ଲାଗିଛି । ରିପୋର୍ଟ ଅନୁସାରେ ଟ୍ରମ୍ପ ପ୍ରଶାସନ ହୋର୍ମୁଜ ପ୍ରଣାଳୀରେ ଫସିଥିବା ଜାହାଜ ଓ ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ବାଟ କଢ଼ାଇ ନେବା ଲାଗି ଆରମ୍ଭ କରିଥିଲା ଅପରେସନ ପ୍ରୋଜେକ୍ଟ ଫ୍ରିଡମ । କିନ୍ତୁ ଏହାକୁ ବର୍ତ୍ତମାନ ରୋକିଦିଆଯାଇଛି । ସାଉଦି ଆରବ ଆମେରିକା ବିମାନକୁ ନିଜର ବାୟୁସୀମା କିମ୍ବା ବିମାନଘାଟି ବ୍ୟବହାର କରିବା ଲାଗି ଅନୁମତି ଦେବାକୁ ମନା କରିଦେବା ପରେ ଟ୍ରମ୍ପ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି ।
ଏନ୍‌ବିସି ନ୍ୟୁଜ ରିପୋର୍ଟ ଅନୁସାରେ ଆମେରିକାର ଯୋଜନା ଥିଲା କି ଏହାର ନୌସେନା ହୋର୍ମୁଜରେ ଫସିଥିବା ଜାହାଜ ଓ ଟ୍ୟାଙ୍କରକୁ ସୁରକ୍ଷା ପ୍ରଦାନ କରିବ । ଏଥିପାଇଁ ଆମେରିକାର ବିମାନ ସାଉଦି ଆରବର ରାଜଧାନୀ ରିୟାଦର ଦକ୍ଷିଣ-ପୂର୍ବରେ ଥିବା ପ୍ରିନ୍ସ ସୁଲତାନ ବିମାନଘାଟିକୁ ବ୍ୟବହାର କରିଥାନ୍ତା । କିନ୍ତୁ ସାଉଦି ଆରବ ଆମେରିକାର ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ମନାକରିଦେଇଛି । ରାଷ୍ଟ୍ରପତି ଟ୍ରମ୍ପ ଏହି ପ୍ରସଙ୍ଗରେ ସାଉଦିର ଯୁବରାଜ ମହମ୍ମଦ ବିନ ସଲମାନଙ୍କ ସହିତ ଟେଲିଫୋନ୍‌ ଯୋଗେ କଥାବାର୍ତ୍ତା କରିଥିଲେ । କିନ୍ତୁ ବିମାନଘାଟି ବ୍ୟବହାରକୁ ନେଇ ସହମତି ହୋଇପାରି ନଥିଲା ।
ସେପଟେ ସାଉଦି ସୂତ୍ରରୁ କୁହାଯାଇଛି ଯେ ବର୍ତ୍ତମାନ ମଧ୍ୟପ୍ରାଚ୍ୟ ସ୍ଥିତିରେ ପରିବର୍ତ୍ତନ ଆସିଛି । ପାକିସ୍ତାନ ପକ୍ଷରୁ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ଲାଗି ଚାଲିଥିବା କୂଟନୈତିକ ପ୍ରୟାସକୁ ସାଉଦି ଦୃଢ଼ ସମର୍ଥନ କରେ । ଆମେରିକା ପକ୍ଷରୁ ଗତ ୪ ତାରିଖରେ ପ୍ରୋଜେକ୍ଟ ଫ୍ରିଡମ ଆରମ୍ଭ କରାଯାଇଥିଲା । କିନ୍ତୁ ୨ ଦିନ ଭିତରେ ମାତ୍ର ୩ଟି ଜାହାଜକୁ ଜଳମାର୍ଗରେ ପାର୍‌ କରାଇଛି ଆମେରିକା । ତେବେ ପ୍ରୋଜେକ୍ଟ ଫ୍ରିଡମ ରୋକାଯିବା ଘଟଣାରେ ପାକିସ୍ତାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଟ୍ରମ୍ପ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଲେଖିଛନ୍ତି ଯେ ପାକିସ୍ତାନ ଓ ଅନ୍ୟ କେତେକ ଦେଶର ଅନୁରୋଧକ୍ରମେ ପ୍ରୋଜେକ୍ଟ ଫ୍ରିଡମକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଯାହାଫଳରେ ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଶାନ୍ତି ବୁଝାମଣାକୁ ଚୂଡାନ୍ତ ରୂପରେଖ ଦିଆଯାଇପାରିବ । କିନ୍ତୁ ଦାବି କରାଯାଉଛି କି ପାକିସ୍ତାନର ଅନୁରୋଧ ନୁହେଁ, ବରଂ ସାଉଦି ଆରବର କଠୋର ଆଭିମୁଖ୍ୟ ଯୋଗୁ ଏହି ଅଭିଯାନ ବନ୍ଦ ରହିଛି ।

  • Related Posts

    ୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

    ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

    Continue reading
    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ