ସୌମ୍ୟଙ୍କୁ ବିନା ୟୁନିଫର୍ମରେ ପିଟି ଚାଲିଥିଲେ ପୋଲିସ୍

ବାଲିଅନ୍ତା GRP କନଷ୍ଟେବଲ୍ ସୌମ୍ୟ ହତ୍ୟା ମାମଲା। ଆଉ ୨ ଜଣଙ୍କୁ ଅଟକ ରଖିଲା ପୋଲିସ୍। ବେଣୁପୁର ଗାଁର ୨ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା। ମାମଲାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ସେପଟେ ମୁହଁ ଖୋଲିଛନ୍ତି ମୃତ ସୌମ୍ୟରଞ୍ଜନ ସ୍ବାଇଁଙ୍କ ସାଙ୍ଗ ଓମ୍ ପ୍ରକାଶ। ଦୁଇ ଯୁବତୀଙ୍କ ଅସଦାଚରଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓମ୍ ପ୍ରକାଶ।
କିନ୍ତୁ ସୌମ୍ୟ ଯୁବତୀଙ୍କୁ ମାଡ଼ ମାରିଥିବା ଘଟଣାକୁ ସ୍ୱୀକାର କରିଛନ୍ତି। ଦୁଇ ଯୁବତୀ ମିଛ କହୁଛନ୍ତି, ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ଓମ ପ୍ରକାଶ। ସେ କହିଛନ୍ତି, ହଠାତ୍ ସୌମ୍ୟଙ୍କର କଣ ହେଲା କେଜାଣି ମୋତେ ଆକ୍ରମଣ କଲେ। ପରେ ବାଇକ୍ ଭାରସାମ୍ୟ ହରାଇ ଯୁବତୀଙ୍କ ସ୍କୁଟି ସହ ଧକ୍କା ହୋଇଥିଲା। ୭୦/୮୦ ଲୋକ ଆମକୁ ଘେରି ଯାଇଥିଲେ, ୧୦ରୁ ୧୨ ଜଣ ପିଟିଥିଲେ।

ମୁହଁକୁ ଗୋଇଠା ମାଡ଼ ଓ ବାଉଁଶ ଫାଳିଆରେ ପିଟିଥିଲେ। ବିନା ୟୁନିଫର୍ମରେ ଭିଡ଼ ମଧ୍ୟରେ ପିସିଆର୍ ମଧ୍ୟ ସୌମ୍ୟଙ୍କୁ ପିଟୁଥିଲା। ୟୁନିଫର୍ମରେ ଥିବା ପିସିଆର୍ ଚୁପ୍ ହୋଇ ଦେଖୁଥିଲେ। ପ୍ରଥମେ ଆସିଥିବା ପିସିଆର୍ ଚାହିଁଥିଲେ ବଞ୍ଚାଇ ପାରିଥାଆନ୍ତେ। କିନ୍ତୁ ସେ ଚୁପ୍ ହୋଇ ଦେଖିବା ସହ ଖାଲି ଲେଖାଲେଖି କରୁଥିଲେ। ଆଇନକୁ ହାତକୁ ନେଇଥିବା ଲୋକଙ୍କୁ ଦଣ୍ଡ ମିଳିବା ଉଚିତ୍ ବୋଲି କହିଛନ୍ତି ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶ।

  • Related Posts

    ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ଗାଡି ସଂଖ୍ୟା ଅଧା ହେଲା

    ଭୁବନେଶ୍ୱର,୧୩/୦୫: ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ, ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଦେବାକୁ ରାଜ୍ୟବାସୀଙ୍କୁ…

    Continue reading
    ସପ୍ତାହରେ ୩ ଦିନ ଚାଲିବ ପୁରୀ-କୋରାପୁଟ ଏକ୍ସପ୍ରେସ

    ଭୁବନେଶ୍ୱର, ୧୩/୦୫: ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚାଲିବ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ। ଏହି ଟ୍ରେନ ସପ୍ତାହକୁ ତିନି ଥର ଚାଲିବ। ଟ୍ରେନ ନମ୍ବର ୧୮୪୦୭ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଏବଂ ଟ୍ରେନ ନମ୍ବର ୧୮୪୦୮ କୋରାପୁଟରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ